ଅଭିନେତା ସଞ୍ଜୟ ଦତ୍ତଙ୍କୁ ମିଳିଗଲା UAEର ଗୋଲଡେନ ଭିସା, ଟ୍ୱିଟ କରି କହିଲେ, ‘ମୁଁ ବହୁତ ସମ୍ମାନିତ ଅନୁଭବ କରୁଛି’

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ନିକଟରେ ଏକ ଟ୍ୱିଟରେ ଖୁଲାସା କରିଛନ୍ତି କି, ତାଙ୍କୁ ୟୁଏଇର ଗୋଲଡେନ ଭିସା ମିଳିଯାଇଛି। ସେ ଟ୍ୱିଟରେ ଲେଖିଛନ୍ତି, ‘ମେଜର ଜେନେରାଲ ମହମ୍ମଦ ଅଲ ମାରୀଙ୍କ ଉପସ୍ଥିତିରେ ୟୁଏଇର ଗୋଲଡେନ ଭିସା ପାଇ ସମ୍ମାନିତ ଅନୁଭବ କରୁଛି। ଏହି ସମ୍ମାନ ପାଇଁ ୟୁଏଇ ସରକାରଙ୍କୁ ଧନ୍ୟବାଦ ଜଣାଉଛି’।

ଏହି ସୂଚନା ଦେଇ ସଞ୍ଜୟ ଦତ୍ତ ଦୁଇଟି ଫଟୋ ମଧ୍ୟ ସେୟାର କରିଛନ୍ତି। ସୂଚନାଥାଉ କି, ମହମ୍ମଦ ଅଲ ମାରୀ ଦୁବାଇରେ General Directorate of Residency and Foreign Affairsର ଡ଼ାଇରେକ୍ଟର ଜେନେରାଲ ଅଛନ୍ତି।

ରିପୋର୍ଟ ଅନୁସାରେ, ସଞ୍ଜୟ ଦତ୍ତଙ୍କ ଦ୍ଵିତୀୟ ଘର ଦୁବାଇରେ ମଧ୍ୟ ରହିଛି। ଏଠାରେ ତାଙ୍କ ପତ୍ନୀ ମାନ୍ୟତା ଦୁଇ ପିଲାଙ୍କ ସହିତ ରହୁଛନ୍ତି। ପିଲାମାନେ ଦୁବାଇରେ ପାଠ ପଢୁଛନ୍ତି। ଏମିତିରେ ଏବେ ସଞ୍ଜୟ ଦତ୍ତଙ୍କୁ ଦୁବାଇ ଯିବା ପାଇଁ ବାରମ୍ବାର ଭିସା ନେବାର କୌଣସି ଆବଶ୍ୟକ ପଡ଼ିବ ନାହିଁ। କାହିଁକି ନା, ଗୋଲଡେନ ଭିସା ପାଇବା ପରେ ସଞ୍ଜୟ ଦତ୍ତ ୟୁଏଇରେ ୧୦ ବର୍ଷ ପର୍ଯ୍ୟନ୍ତ ରହି ପାରିବେ।

କହି ରଖୁଛୁ, ଗୋଲଡେନ ଭିସା ୧୦ ବର୍ଷର ରେସିଡେନ୍ସି ପରମିଟ। ୨୦୧୯ରେ ପ୍ରଥମ ଥର ଏହାର ଘୋଷଣା କରାଯାଇଥିଲା। ବିଶେଷ ଡିଗ୍ରୀ, ଡାକ୍ତର, ବୈଜ୍ଞାନିକ ଏବଂ ପ୍ରଫେସନର ଲୋକମାନଙ୍କ ପାଇଁ ଏହାର ପରମିଶନ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.