ମାନ୍ୟତାଙ୍କୁ ୧୦୦ କୋଟିର ୪ଟି ଫ୍ଲାଟ୍‌ ଗିଫ୍ଟ କରିଥିଲେ ସ୍ୱାମୀ ସଞ୍ଜୟ ଦତ୍ତ, ହେଲେ ଏହି କାରଣରୁ ସ୍ତ୍ରୀ କରିଦେଲେ ଉପହାର ଫେରସ୍ତ

ବଲିଉଡ୍‌ର ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ୍ତ ଗତବର୍ଷ କ୍ୟାନସର ଭଳି ରୋଗକୁ ମାତ୍‌ ଦେଇ କର୍ମକ୍ଷେତ୍ରକୁ କମ୍‌ବ୍ୟାକ୍‌ କରିଛନ୍ତି। ସେ ବହୁତ ଜଲ୍‌ଦି କେଜିଏଫ୍‌ ପାର୍ଟ ୨ରେ ନଜର ଆସିବେ। ତେବେ ସଞ୍ଜୟ ଗତ ଡିସେମ୍ବର ମାସରେ ସ୍ତ୍ରୀ ମାନ୍ୟତାଙ୍କୁ ୪ଟି ଫ୍ଲାଟ୍‌ ଗିଫ୍ଟ କରିଥିଲେ। ଖାସ୍‌ କଥା ହେଉଛି, ସେହି ୪ଟି ଫ୍ଲାଟ୍‌ର ଦାମ୍‌ ୧୦୦ କୋଟି ଟଙ୍କାରୁ ବି ଅଧିକ ଥିଲା। ବର୍ତ୍ତମାନ ଆଶ୍ଚର୍ଯ୍ୟ କରିଦେଲା ଭଳି କଥା ଆସିଛି ଯେ ମାନ୍ୟତା ଦତ୍ତ ସ୍ୱାମୀଙ୍କର ଏହି ଗିଫ୍ଟକୁ ଫେରାଇ ଦେଇଛନ୍ତି।

ସଞ୍ଜୟ ଦତ୍ତ ସ୍ତ୍ରୀଙ୍କୁ ୨୩ ଡିସେମ୍ବରରେ ଫ୍ଲାଟ୍‌ ଗିଫ୍ଟ କରିଥିବା ବେଳେ ମାନ୍ୟତା ତାଙ୍କୁ ୨୯ ଡିସେମ୍ବରରେ ଫେରାଇ ଦେଇଛନ୍ତି। ଏହି ଆପାର୍ଟମେଣ୍ଟ ମୁମ୍ବାଇର ପାଲିହିଲ୍‌ସ୍ଥିତ ଇମ୍ପେରିୟାଲ୍‌ ହାଇଟ୍ସ ବିଲ୍ଡିଂରେ ରହିଛି, ଯେଉଁଠି ଆଉ ବି କେତେଜଣ ବଲିଉଡ୍‌ ସେଲିବ୍ରିଟି ରହୁଛନ୍ତି।

ରିପୋର୍ଟ ମୁତାବକ, ଦୁଇଟି ଫ୍ଲାଟ୍‌ ତୃତୀୟ ଏବଂ ଚତୁର୍ଥ ମହଲାରେ ଥିବା ବେଳେ ବାକି ଦୁଇଟି ଫ୍ଲାଟ୍‌ ୧୧ ଏବଂ ୧୨ ମହଲାରେ ରହିଛି। ଏହି ୪ଟି ଫ୍ଲାଟ୍‌ର ମାର୍କେଟ୍‌ ମୂଲ୍ୟ ୧୦୦ କୋଟି ଟଙ୍କାରୁ ବି ଅଧିକ। ତେବେ କୁହାଯାଉଛି କି, ମାନ୍ୟତା ଦତ୍ତ ଟ୍ୟାକ୍ସ ସହ ଜଡ଼ିତ ଲେଣଦେଣ କାରଣରୁ ଫ୍ଲାଟ୍‌ଗୁଡ଼ିକୁ ଫେରାଇ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.