ମୁମ୍ବାଇ ବିସ୍ଫୋରଣର ଦୋଷୀ ହୋଇଥିବାରୁ ସଞ୍ଜୟଙ୍କୁ ଚିକିତ୍ସା ପାଇଁ ଆମେରିକା ଯିବାକୁ ମିଳିନପାରେ ଅନୁମତି

ସଞ୍ଜୟ ଦତ୍ତଙ୍କୁ ଫୁସ୍‌ଫୁସ୍‌ କର୍କଟ ହୋଇଥିବା ନେଇ ମଙ୍ଗଳବାର ଦିନ ଖବର ସାମ୍ନାକୁ ଆସିଛି। ଏଣୁ ଚିକିତ୍ସା ପାଇଁ ସେ ଆମେରିକା ଯିବେ ବୋଲି କୁହାଯାଉଛି। କିନ୍ତୁ ବର୍ତ୍ତମାନ ମିଳିଥିବା ସୂଚନାନୁସାରେ ସଞ୍ଜୟ ଦତ୍ତଙ୍କ ପାଖରେ ୟଏସ୍‌ର ଭିସା ନାହିଁ। ତେଣୁ ସେଠାକୁ ଯିବା ନେଇ ସମସ୍ୟା ସୃଷ୍ଟି ହୋଇପାରେ। ତେବେ ଚିକିତ୍ସା ପାଇଁ ଯିବାକୁ ସେ ଭିସା କରୁଥିବା ନେଇ ସୂଚନା ମିଳିଛି।

sanjay dutt1

ସଞ୍ଜୟ ଦତ୍ତ ଚିକିତ୍ସା ପାଇଁ ଆମେରିକାର ମେମୋରିଆଲ ସ୍ଲୋଆନ୍‌ କ୍ୟାଟରିଙ୍ଗ କ୍ୟାନ୍‌ସର ହସ୍ପିଟାଲ ଯିବେ ବୋଲି କୁହାଯାଉଛି। କିନ୍ତୁ ମୁମ୍ବାଇ ବିସ୍ଫୋରଣ ଯୋଗୁ ତାଙ୍କର ଆମେରିକା ଭିସା ରଦ୍ଦ ହୋଇଯାଇଛି। ଏଣୁ ସେ ଏବେ ଆମେରିକା ଯିବା ନେଇ ବାଧା ଉପୁଜିଛି। ଏଣୁ ଏବେ ମେଡିକାଲ ଗ୍ରାଉଣ୍ଡରେ ଭିସା ହାସଲ କରିବାକୁ ସଞ୍ଜୟ ଦତ୍ତଙ୍କ ପରିବାର ଲୋକ ଚେଷ୍ଟା କରୁଛନ୍ତି। ମାତ୍ର ଆମେରିକାର କଡ଼ା ଆଇନ୍‌କୁ ଦେଖି ସେଠାରୁ ଅନୁମତି ମିଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଯଦି ଆମେରିକାରୁ ଅନୁମତି ନ ମିଳେ ତେବେ ସେ ଚିକିତ୍ସା ପାଇଁ ସିଙ୍ଗାପୁର ଯିବେ। ମାତ୍ର ଏନେଇ ସଞ୍ଜୟ ଦତ୍ତଙ୍କ ପରିବାର ତରଫରୁ କୌଣସି ସୂଚନା ଦିଆଯାଇନାହିଁ।

sanjay2

ତେବେ ସଞ୍ଜୟ ଦତ୍ତଙ୍କୁ କ୍ୟାନ୍‌ସର ହୋଇଥିବା ଖବର ପାଇବା ପରେ ପତ୍ନୀ ମାନ୍ୟତା ଦୁଇ ପିଲାଙ୍କୁ ଧରି ସ୍ୱତନ୍ତ୍ର ବିମାନ ଯୋଗେ ଦୁବାଇକୁ ମୁମ୍ବାଇ ଫେରିଛନ୍ତି। ସେ କରୋନା ଯୋଗୁ ମାର୍ଚ୍ଚ ମାସରୁ ଦୁବାଇ ଠାରେ ଫସି ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.