ଆଖିରେ ପ୍ରବଳ ରାଗ ଓ ବେକରେ ମୋଟା ଚେନ୍‌, ସୁସ୍ଥ ହେବା ପରେ ଆଙ୍ଗ୍ରିୟଙ୍ଗମ୍ୟାନ୍‌ ଲୁକ୍‌ରେ ନଜର ଆସିଲେ ସଞ୍ଜୟ ଦତ୍ତ

କ୍ୟାନସରରୁ ସୁସ୍ଥ ହୋଇଛନ୍ତି ସଞ୍ଜୟ ଦତ୍ତ। ଏନେଇ ସେ ନିଜେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ୬୧ ବର୍ଷୀୟ ସଞ୍ଜୟ ଦତ୍ତ ସୁସ୍ଥ ହୋଇଥିଲେ ବି ପୂରା ଫିଟ୍‌ ହୋଇନାହାନ୍ତି। ଡାକ୍ତର ତାଙ୍କୁ ଫିଲ୍ମରେ ଷ୍ଟଣ୍ଟ ସିନ୍‌ କରିବାକୁ ମନା କରିଛନ୍ତି। ତେବେ ସୁସ୍ଥ ହେବା ପରେ ସଞ୍ଜୟ ଦତ୍ତ ଏକ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି। ନିକଟରେ ସଞ୍ଜୟଙ୍କୁ ସେଲୁନ୍‌ ବାହାରେ ଦେଖିବାକୁ ମିଳିଛି। ଯାହାର ଫଟୋ ପ୍ରବଳ ଭାଇରାଲ ହେଉଛି।

ଭାଇରାଲ ହେଉଥିବା ଫଟୋରେ ସଞ୍ଜୟ ଚୁଟି ରଙ୍ଗ କରୁଥିବା ଦେଖାଯାଇଛି। ସେ ମୁହଁରେ ମାସ୍କରେ ପିନ୍ଧିଥିବା ବେଳେ ତାଙ୍କ ଆଖିରେ ପ୍ରବଳ କ୍ରୋଧ ରହିଛି। ଏଥିସହ ସେ ବେକରେ ଏକ ମୋଟା ଚେନ୍‌ ବି ପକାଇଛନ୍ତି। ଏହି ଚେନ୍‌ରେ ସେ ନିଜ ଚଷମା ଟାଙ୍ଗିଛନ୍ତି। ସେ ସେଲୁନ୍‌ରୁ ନିଜ ବାନ୍ଦ୍ରାସ୍ଥିତ ଘରକୁ ଫେରିବା ବେଳେ ଏହି ଫଟୋ କ୍ଲିକ୍‌ କରାଯାଇଛି।

sanjay

ରିପୋର୍ଟ ମୁତାବକ ସଞ୍ଜୟ ଖୁବ୍‌ଶୀଘ୍ର ନିଜ ଅପକମିଂ ଫିଲ୍ମର ଅଧୁରା ସୁଟିଂ ପୂରା କରିବାକୁ ଫେରିବେ। ମାତ୍ର ସେ କୌଣସି ଷ୍ଟଣ୍ଟ ସିନ୍‌ କରିବେ ନାହିଁ। ନିଜ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସଞ୍ଜୟ ନିଜ ଅପକମିଂ ଫିଲ୍ମରେ କେତେକ ସିନ୍‌କୁ ବଦଳାଇଛନ୍ତି। ସୂଚନାଯୋଗ୍ୟ ଯେ ସଞ୍ଜୟଙ୍କ ଏକାଧିକ ଫିଲ୍ମ ରହିଛି ଓ ସବୁଥିରେ ଅଳ୍ପ ଅଳ୍ପ କାମ ବାକି ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.