ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମରେ ପୁଣିଥରେ ଦେବଦାସ ସାଜିବେ ଶାହରୁଖ ! ୨୦ ବର୍ଷ ପରେ ଏକାଠି କରିବେ କାମ

୨୦୦୦ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ଦେବଦାସ’ ପରେ ଶାହରୁଖ ଖାନ ସଂଜୟ ଲୀଲା ଭନସାଲୀଙ୍କ ସହିତ କୌଣସି ଫିଲ୍ମରେ ନଜର ଆସିନାହାନ୍ତି। ଦୀର୍ଘ ୨୦ ବର୍ଷ ପରେ ପୁଣି ଦୁହେଁ ଏକାଠି କାମ କରିବାକୁ ଯାଉଛନ୍ତି। ଫଇଳ୍ମ ‘ଇଜହାର’ ଜରିଆରେ ଦୁହେଁ ଏକାଠି ନଜର ଆସିବେ।

ଗତ ଦୁଇବର୍ଷ ହେଲାଣି ଇଣ୍ଡଷ୍ଟ୍ରୀରୁ ବ୍ରେକ ନେଇଥିଲେ ବଲିଉଡର ବାଦଶାହ ଖାନ। ଫିଲ୍ମ ‘ପଠାନ’ ଗରିଆରେ ପରଦାକୁ ଫେରିବାକୁ ଯାଉଛନ୍ତି। ୟଶରାଜ ବ୍ଯାନରରେ ନିର୍ମିତ ଏହି ଫିଲ୍ମରେ ଶାହରୁଖ ଖାନଙ୍କ ବ୍ଯତୀତ ଜନ ଆବ୍ରାହମ ଏବଂ ଦୀପିକା ପାଦୁକୋନ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ।

ଫିଲ୍ମ ଇଜହାରର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀ ପୁଣିଥରେ ଶାହରୁଖ ସହିତ କାମ କରିବାକୁ ଯାଉଛନ୍ତି। ଖବର ମୁତାବକ, ଏହି ଫିଲ୍ମ ଏକ ସତ୍ଯ ପ୍ରେମ କାହାଣୀ ଉପରେ ଆଧାରିତ। ପୂର୍ବରୁ ଦୁହିଁଙ୍କ ଫିଲ୍ମ ‘ଦେବଦାସ’ ଦର୍ଶକଙ୍କ ମନ କିଣିନେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.