ସଞ୍ଜୟ ଦତ୍ତଙ୍କ ଅସଲ ଜୀବନରେ କିଏ ଏହି କମଲୀ ? କଣ ଆପଣ ଜାଣନ୍ତି ଅସଲ ନାଁ

kamli

ବକ୍ସ ଅଫିସରେ ଧମାଲ୍ ମଚାଉଛି ସିନେମା ସଞ୍ଜୁ । ମାତ୍ର ତିନି ଦିନ ମଧ୍ୟରେ ୧୦୦ କୋଟି କ୍ଲବରେ ସାମିଲ୍ ହୋଇଛି ସଞ୍ଜୟ ଦତ୍ତଙ୍କ ବାୟୋପିକ୍ । ୨୦୧୮ର ସବୁଠାରୁ ବଡ଼ ଓପନର୍ ସିନେମା ବନି ଯାଇଛି ସଞ୍ଜୁ ।  ସିନେମାରେ ରଣବୀର କପୁରଙ୍କ ଅଭିନୟର ପ୍ରଶଂସା ଯେତେ କଲେ ମଧ୍ୟ କମ୍ ପଡିବ  । ରଣବୀରଙ୍କ ଅଭିନୟ ଦେଖି ନିଜେ ସଞ୍ଜୟ ଦତ୍ତ ମଧ୍ୟ ଧୋକା ଖାଇଯିବେ । ଏହା ସଞ୍ଜୁଙ୍କ ସାଙ୍ଗ କମଲୀ ଭୂମିକାରେ ଅଭିନୟ କରିଥିବା ବିକି କୌଶଲଙ୍କ ଅଭିନୟ ମଧ୍ୟ ଖୁବ୍ ପ୍ରଶଂସନୀୟ । ଯିଏ ସଞ୍ଜୟଙ୍କ ଜୀବନରେ ବେଶ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଯାହାଙ୍କ ବିଷୟରେ ଖୁବ୍ କମ୍ ଲୋକ ଜାଣିଛନ୍ତି । କ’ଣ ଆପଣଙ୍କୁ ଜଣା ଅଛି କି ସଂଞୟ ଦତ୍ତଙ୍କ ରିୟଲ ଲାଇଫରେ ଏ ସାଙ୍ଗ ’କମଲୀ’ କିଏ ।

ସଞ୍ଜୟଙ୍କ ଏହି ଘନିଷ୍ଠ ବନ୍ଧୁ ଜଣକ ହେଉଛନ୍ତି ୟୁଏସରେ ରହୁଥିବା ପରେଶ ଗିଲାନି । ପେଷାରେ ଜଣେ ବ୍ଯବସାୟୀ ଥିବା ପରେଶ ଏବେ ଲସ୍ ଏଞ୍ଜେଲସରେ ରହୁଛନ୍ତି । ପରେଶ ଏବଂ ସଞ୍ଜୟ ଦତ୍ତଙ୍କ ବନ୍ଧୁତ୍ବ ସ୍କୁଲ ଦିନରୁ । କିନ୍ତୁ ଉଭୟଙ୍କ ସାକ୍ଷାତ ହସ୍ପିଟାଲରେ ହୋଇଛି ବୋଲି ସିନେମାରେ ଦେଖାଯାଇଛି । ଉଭୟ ମିଶିକି ଜୀବନର ଅନେକ ଭଲ ଏବଂ ଖରାପ ସମୟ ଦେଖିଛନ୍ତି । ମୁନ୍ନା ଭାଇଙ୍କ ସହ ସବୁ ମୋଡରେ ଥାନ୍ତି ପରେଶ । ସ୍ବଭାବରେ ଖୁବ୍ ଲାଜକୁଳା ପରେଶ୍ । ସେଥିପାଇଁ ସ୍ପଟ୍ ଲାଇଟରୁ ନିଜକୁ ଦୂରେଇ ରଖିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.