ସିକ୍ୟୁରିଟି ଗାର୍ଡଙ୍କୁ ଅଶ୍ଳୀଳ ଢଙ୍ଗରେ ଛୁଇଁଲେ ସାରା ଅଲ୍ଲୀ ଖାନ! ଭିଡିଓ ଭାଇରାଲ ହେବା ପରେ ଲୋକେ କରୁଛନ୍ତି ଟ୍ରୋଲ

ସାରା ଅଲ୍ଲୀ ଖାନ ନିଜର ଚୁଲ୍‌ବୁଲି ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଥାଆନ୍ତି। ଫ୍ୟାନ୍‌ମାନେ ତାଙ୍କ ଫଟୋ ଏବଂ ଭିଡିଓକୁ ବହୁତ ପସନ୍ଦ କରନ୍ତି। ସବୁବେଳେ ସାରାଙ୍କୁ ଖୋଲାଖୋଲି ଭାବରେ ଜୀବନ ଉପଭୋଗ କରୁଥିବାର ଦେଖାଯାଇଥାଏ। କହି ରଖୁଛୁ, ଗତ ସପ୍ତାହରେ ଅଭିନେତ୍ରୀ ତାଙ୍କ ସାଙ୍ଗ ଶର୍ମିନ୍ ସେହଗଲଙ୍କ ସହ ବାହାରକୁ ବୁଲିବାକୁ ଯାଇଥିଲେ। ତେବେ ସେମାନେ ଏକ ବିଳାସପୂର୍ଣ୍ଣ ରେଷ୍ଟୁରାଣ୍ଟ ଭିତରେ ପଶୁଥିବା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ ସାରା ଅତି ଖରାପ ଭାବେ ଲୋକଙ୍କ ଟ୍ରୋଲର ଶିକାର ହେଉଛନ୍ତି।

ଏହି ଭିଡିଓ ଦେଖି ନେଟିଜେନ୍‌ମାନେ ଦାବି କରିଛନ୍ତି ଯେ ସାରା ଅଲ୍ଲୀ ଖାନ ରେଷ୍ଟୁରାଣ୍ଟରେ ପ୍ରବେଶ କରିବା ମାତ୍ରେ ସୁରକ୍ଷା କର୍ମୀଙ୍କୁ ଅତି ଖରାପ ଢଙ୍ଗରେ ସ୍ପର୍ଶ କରିଛନ୍ତି। ସୋସିଆଲ ମିଡିଆ ୟୁଜରମାନଙ୍କ କହିବା ହେଲା, ସେ ମଦ୍ୟପାନ ନିଶାରେ ସୁରକ୍ଷା କର୍ମୀଙ୍କୁ ଭୁଲ୍‌ ତରିକାରେ ଛୁଇଁଛନ୍ତି। ସେପଟେ କିଛି ଲୋକ ଯୁକ୍ତି କରିଛନ୍ତି ଯେ ଏହା ଅଜାଣତରେ ହୋଇଛି ଏବଂ ଭାରତରେ ମଦ୍ୟପାନ କରିବା କୌଣସି ଅପରାଧ ନୁହେଁ।

କହି ରଖୁଛୁ, ଏବେ ସାରା ଅଲ୍ଲୀ ଖାନଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖିବା ପରେ ଲୋକମାନେ ସାରାଙ୍କ ଲାଳନପାଳନ ଉପରେ ପ୍ରଶ୍ନ ଉଠାଇଛନ୍ତି। ଭିଡିଓ ଭାଇରାଲ ପରେ ସାରା ନିଶାସକ୍ତ ଅବସ୍ଥାରେ ଜଣେ ସୁରକ୍ଷା କର୍ମୀଙ୍କୁ ଭୁଲ୍‌ ତରିକାରେ ଛୁଇଁବା ନେଇ ଅଭିଯୋଗ ହୋଇଛି। ଏଥି ସହିତ ପୁରୁଷମାନଙ୍କ ସୁରକ୍ଷା ପାଇଁ ମଧ୍ୟ ଦାବି ଉଠିଛି।

ସୂଚନାଥାଉ କି, ଏହି ଭିଡିଓରେ ସାରା ଅଲ୍ଲୀ ଖାନ ନିଜ ସାଙ୍ଗଙ୍କ ସହ ନଜର ଆସୁଛନ୍ତି, ଯିଏକି ତାଙ୍କ ହାତ ଧରିଛନ୍ତି। ସେମାନେ ଏକ ରେଷ୍ଟୁରାଣ୍ଟ ଭିତରେ ପଶୁଛନ୍ତି ଏବଂ ଏହି ସମୟରେ ସାରାଙ୍କୁ ଦେଖି ସୁରକ୍ଷା କର୍ମୀ କାନ୍ଥରେ ଲାଗି ଯାଉଛନ୍ତି। ହେଲେ ଲୋକମାନଙ୍କ କହିବା ହେଲା, ସାରା ସେହି ସୁରକ୍ଷା କର୍ମୀଙ୍କ ଏକଦମ୍‌ ପାଖ ଦେଇ ଯାଇଥିଲେ ଏବଂ ତାଙ୍କୁ ଅତି ଖରାପ ଭାବରେ ସ୍ପର୍ଶ କରିଥିଲେ।

ସେପଟେ ସାରା ଅଲ୍ଲୀ ଖାନ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବି ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ତଳେ ତାଙ୍କ ନାମ ଭାରତୀୟ କ୍ରିକେଟର ଶୁଭମନ ଗିଲଙ୍କ ସହ ସାମ୍ନାକୁ ଆସିଥିଲା। ଦୁଇ ଜଣଙ୍କୁ ଏକାଠି ରାତ୍ରି ଭୋଜନ କରୁଥିବାର ଦେଖା ଯାଇଥିଲା, ଯାହାର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା। ସାରା ଅଲ୍ଲୀ ଖାନ ‘ଅତରଙ୍ଗୀ ରେ’ରେ ନଜର ଆସିଥିଲେ। ଖୁବ୍ ଜଲ୍‌ଦି ସେ ଭିକ୍କି କୌଶଲଙ୍କ ସହ ଫିଲ୍ମ ‘ଲୁକା ଛୁପି ୨’ରେ ଦେଖିବାକୁ ମିଳିବେ। ଏବେ ସାରା ଫିଲ୍ମ ‘ଗ୍ୟାସଲାଇଟ୍’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

video courtesy: Bolly Spot

ଏହିପରି କିଛି ମାସ ତଳେ ଟେରେନ୍ସ ଲୁଇସ୍ ମଧ୍ୟ ସମାନ ମାମଲାରେ ଖରାପ ଭାବରେ ଫସିଥିଲେ। ଏକ ରିୟାଲିଟି ଶୋ’ରେ ଟେରେନ୍ସଙ୍କ ହାତ ନୋରା ଫତେହିଙ୍କ ଅଣ୍ଟାରେ ବାଜି ଯାଇଥିଲା, ଯାହାକୁ ନେଇ ସେତେବେଳେ ବହୁତ ହଙ୍ଗାମା ହୋଇଥିଲା।

Leave A Reply

Your email address will not be published.