ବହୁତ ଜଲ୍‌ଦି ଆରମ୍ଭ ହେବ ‘ଇଣ୍ଡିଆନ ଆଇଡଲ୍‌ ୧୩’, ପ୍ରୋମୋ ଦେଖି ୟୁଜର କରୁଛନ୍ତି ଟ୍ରୋଲ…ଜାଣନ୍ତୁ କିଏ କ’ଣ କହିଲେ

ସୋନି ଟିଭିରେ ପ୍ରସାରିତ ସିଙ୍ଗିଙ୍ଗ୍‌ ରିୟାଲିଟି ଶୋ’ ‘ଇଣ୍ଡିଆନ ଆଇଡଲ୍‌’ ସିଜନ ୧୨ ପରେ ଏବେ ସିଜନ ୧୩ ଟେଲିକାଷ୍ଟ୍‍ ହେବାକୁ ଯାଉଛି। ଏ ନେଇ ସୋନି ଟିଭି ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ‘ଇଣ୍ଡିଆନ ଆଇଡଲ୍‌ ୧୩’ର ପ୍ରୋମୋ ଜାରି କରିଛି। ଏହି ପ୍ରୋମୋର କ୍ୟାପସନ ଦିଆଯାଇଛି, ‘ପୁଣିଥରେ ଏକାଠି ଆସିବାର ବାହାନା। ଏବେ ପାଗ ମ୍ୟୁଜିକାନା ରହିଛି’। ତେବେ ‘ଇଣ୍ଡିଆନ ଆଇଡଲ୍‌ ୧୩’ର ପ୍ରୋମୋ ଦର୍ଶକଙ୍କ ସାମ୍ନାକୁ ଆସିଥିବା ବେଳେ ଏହି ଶୋ’ କେବେଠାରୁ ପ୍ରସାରିତ ହେବ, ତାହାର ତାରିଖ ସାମ୍ନାକୁ ଆସିନାହିଁ।

ସିଜନ୍‌ ୧୩ ଆସିବାକୁ ନେଇ ଫ୍ୟାନମାନେ ବହୁତ ଉତ୍ସାହିତ ଅଛନ୍ତି। ସେପଟେ ଶୋ’କୁ ନେଇ ଖରାପ ପ୍ରତିକ୍ରିୟା ମଧ୍ୟ ମିଳୁଛି। ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି, ‘ନାଟକର ଦୋକାନ ପୁଣି ଆସୁଛି’। ଆଉ ଜଣେ ଲେଖିଛନ୍ତି, ‘ସ୍କ୍ରିପ୍ଟେଡ୍‌ ରିୟାଲିଟି ଶୋ’ ପୁଣିଥରେ ଆସୁଛି’।

ଜଣେ ନେଟିଜନ ଲେଖିଛନ୍ତି କି, ‘ସବୁ ମିଥ୍ୟା। ଏହି ଲୋକେ ଦେଖେଇ ହେବା ଛାଡ଼ନ୍ତି ନାହିଁ’। ଅନ୍ୟ ଜଣେ ୟୁଜର କମେଣ୍ଟ ସେକ୍ସନରେ କହିଛନ୍ତି, ‘ନେହା କକ୍କରଙ୍କୁ ହଟାଅ ଏବଂ ଶ୍ରେୟା ଘୋଷାଲଙ୍କୁ ଆଣ’। ଏହିଭଳି ଭାବେ ଲୋକେ ଶୋ’କୁ ନେଇ ଆଲୋଚନା କରୁଛନ୍ତି।

କହି ରଖୁଛୁ, ‘ଇଣ୍ଡିଆନ ଆଇଡଲ ୧୨’କୁ ନେହା କକ୍କର, ବିଶାଲ ଦଦଲାନୀ ଓ ହିମେଶ ରେଶମିୟା ଭଳି ବଲିଉଡ୍‌ ସିଙ୍ଗରମାନେ ଜଜ୍‌ କରିଥିଲେ। ଶୋ’ ସମୟରେ ନେହା କକ୍କରଙ୍କୁ ଅନେକ ବାର କାନ୍ଦୁଥିବାର ଦେଖା ଯାଇଥିଲା, ଯେଉଁ କାରଣରୁ ସେ ବହୁଥର ଟ୍ରୋଲର ସାମ୍ନା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.