ନିଜ ଆଲିଶାନ୍‌ ବଙ୍ଗଳାରେ ରହିବାର ସୁଯୋଗ ଦେଉଛନ୍ତି ଶାହାରୁଖ ଖାନ୍‌, ଜାଣନ୍ତୁ କେମିତି କରିବେ ଆବେଦନ

ଶାହାରୁଖ ଖାନ୍‌ଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସିଖବର। ଯଦି ଆପଣ ବି କିଙ୍ଗ୍‌ ଖାନ୍‌ଙ୍କ ବିଗ୍‌ ଫ୍ୟାନ୍‌ ତେବେ ଆପଣ ବି ଶାହାରୁଖଙ୍କ ଘରେ ରହିବାର ସୁଯୋଗ ପାଇବେ। ବିଶ୍ୱାସ ହେଉନଥିଲେ ବି ଏହା ସତ। ନିକଟରେ ଶାହାରୁଖ ଖାନ୍‌ ନିଜ ଦିଲ୍ଲୀସ୍ଥିତ ଘରର ଝଲକ ଦେଖାଇଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଫଟୋକୁ ସେ ସେୟାର କରିଛନ୍ତି। ଏଥିରେ ସେ କହିଛନ୍ତି ଯେ ଏହି ନୂଆ ଡିଜାଇନର ଘରକୁ ସେ ଲକି କପଲଙ୍କ ପାଇଁ ଖୋଲିବେ। କପଲଙ୍କୁ ଏଠାରେ ଦୁଇ ରାତି ରହିବା ସୁଯୋଗ ବି ମିଳିବ। ଏଥିସହ ମାଗଣାରେ ଆତିଥ୍ୟେୟ ବି ପ୍ରଦାନ କରାଯିବ।

 

View this post on Instagram

 

A post shared by Shah Rukh Khan (@iamsrk)

ନିଜ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟରେ ଶାହାରୁଖ ଖାନ୍‌ ଖୁଲାସା କରିଛନ୍ତି ଯେ ତାଙ୍କ ପତ୍ନୀ ତଥା ଇଣ୍ଟେରିୟର ଡିଜାଇନର ଗୌରୀ ନିକଟରେ ଦିଲ୍ଲୀସ୍ଥିତ ଘରକୁ ପୁଣିଥରେ ଡିଜାଇନ୍‌ କରିଛନ୍ତି। ସେ କହିଛନ୍ତି ଏୟାରବିଏନ୍‌ବି ମାଧ୍ୟମରେ ତାଙ୍କ ଫ୍ୟାନ୍‌ଙ୍କୁ ମଧ୍ୟ ଏଠାରେ ରହିବାର ସୁଯୋଗ ମିଳିବ। ଶାହାରୁଖ ତାଙ୍କ ନୂଆ ଘରର ୫ଟି ଫଟୋ ସେୟାର କରିଛନ୍ତି। ପ୍ରଥମ ଫଟୋରେ ଗୌରୀ ନଜର ଆସିଛନ୍ତି। ଏହା ପରେ ଲିଭିଂ ରୁମ୍‌, ବେଡ୍‌ ରୁମ୍‌ ଓ ପରିବାରର ଫଟୋ ଦେଖିବାକୁ ମିଳିଛି।

 

View this post on Instagram

 

A post shared by Gauri Khan (@gaurikhan)


ଏହି ଘରକୁ ୨ ଜଣ ଭାଗ୍ୟଶାଳୀ ପ୍ରଶଂସକଙ୍କ ପାଇଁ ଖୋଳାଯିବ ବୋଲି ସୂଚନା ମିଳିଛି। ଗୌରୀ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଭିଡିଓ ସେୟାର କରି ଲେଖିଛନ୍ତି ‘ଏୟାରବିଏନ୍‌ବିର ସହଯୋଗରେ ସେମାନେ ଏକ ଭାଗ୍ୟଶାଳୀ ଯୋଡ଼ିଙ୍କୁ ଏଠାରେ ରହିବାର ସୁଯୋଗ ଦେବେ’। ଏହି ଘରେ ରହିବା ପାଇଁ ଆବେଦକଙ୍କୁ କହିବାକୁ ପଡ଼ିବ ଯେ ଶାହାରୁଖଙ୍କ ସିଗ୍‌ନେଚର ପୋଜ୍‌ (ହାତ ଖୋଲା ପୋଜ୍‌)ର ଅର୍ଥ କ’ଣ? ନଭେମ୍ବର ୩୦ ମଧ୍ୟରେ ଇଚ୍ଛୁକ ବ୍ୟକ୍ତି ଏଥିପାଇଁ ଆବେଦନ କରିପାରିବେ।

Leave A Reply

Your email address will not be published.