ଚର୍ଚ୍ଚାରେ ଆର୍ଯ୍ୟନ୍‌ ଖାନ୍‌ଙ୍କ ଫଟୋ, ଶାହାରୁଖ କହିଲେ- ମୋ ପୁଅ ମତେ ବି ବଳିଗଲା

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର କିଙ୍ଗ୍‌ ଖାନଙ୍କ ପୁଅ ଆର୍ଯ୍ୟନକୁ କିଏ ବା ନ ଜାଣେ। କିଛି ଦିନ ତଳେ ସେ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲେ। ଡ୍ରଗ୍ସ ମାମଲାରେ ଆର୍ଯ୍ୟନ୍‌ ଲାଇମ୍‌ଲାଇଟ୍‌ରେ ରହିଥିଲେ। ପରେ ଦୋଷମୁକ୍ତ ହୋଇ ସେ ଅବଶ୍ୟ ଜେଲରୁ ମୁକୁଳିଛନ୍ତି। ଏବେ ତାଙ୍କର ଷ୍ଟାଇଲ ଏବଂ ଲୁକ୍‌ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ରହିଛି। ଆର୍ଯ୍ୟନ୍‌ ଖାନ୍‌ ତାଙ୍କର କିଛି ଲାଟେଷ୍ଟ ଫଟୋ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ଦେଖି ପାପା ଶାହାରୁଖ କହିଛନ୍ତି, ମୋ ପୁଅ ମୋତେ ବଳିଗଲା।

ରିପୋର୍ଟ ମୁତାବକ, ଏକ ବଡ଼ ବ୍ରାଣ୍ଡ ପାଇଁ ଆର୍ଯ୍ୟନ୍‌ କିଛି ଫଟୋ କ୍ଲିକ୍‌ କରିଥିଲେ। ଏହି ଫଟୋରେ ସେ ଡେଇଁବା ଭଳି ପୋଜ୍ ଦେଉଛନ୍ତି। ଏହି ଫଟୋଗୁଡ଼ିକ ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ତାଙ୍କ ଲୁକ୍‌ ଏବଂ ଷ୍ଟାଇଲକୁ ବେଶ୍‌ ପସନ୍ଦ କରିଛନ୍ତି। କିଛି ସମୟ ମଧ୍ୟରେ ଆର୍ଯ୍ୟନଙ୍କ ଏହି ଫଟୋରେ ହଜାର ହଜାର କମେଣ୍ଟ ଆସିଛି। ଫଟୋ ଉପରେ ବାପା ଶାହାରୁଖ ଖାନ, ମା’ ଗୌରୀ ଖାନ ଏବଂ ଭଉଣୀ ସୁହାନା ଖାନଙ୍କ କମେଣ୍ଟ ମଧ୍ୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି।

ବାପା ଶାହାରୁଖ ତାଙ୍କ ଲାଡଲା ଉପରେ ଭଲ ପାଇବା ଢାଳି ଦେଇଛନ୍ତି। ଆର୍ଯ୍ୟନଙ୍କ ଫଟୋ ଦେଖି ପ୍ରଶଂସକମାନେ ‘ମେନ୍‌ ହୁଁ ନା’ ଚଳଚ୍ଚିତ୍ରର ଏକ ଦୃଶ୍ୟକୁ ମନେ ପକାଇଥିଲେ। ଫ୍ୟାନ୍‌ମାନେ ଏହି ଦୃଶ୍ୟର ଫଟୋ ସେୟାର କରିବା ଆରମ୍ଭ କରିଦେଇଛନ୍ତି। ଶାହାରୁଖ ଖାନ୍‌ ଏହି ଫଟୋ ଦେଖିବା ମାତ୍ରେ ସେ ତୁରନ୍ତ ଏହାର ସ୍କ୍ରିନ ସର୍ଟ ନେଇ ଟ୍ଵିଟରରେ ସେୟାର କରିଛନ୍ତି। ଫଟୋ ସେୟାର କରି ଶାହାରୁଖ ଲେଖିଛନ୍ତି, ‘ମୋ ପୁଅ ମୋତେ ବଳିଗଲା’।

ଏହି ଦୃଶ୍ୟରେ ଶାହାରୁଖ ଏକ ଗ୍ରୀଲ ଉପରେ ଡେଉଁଥିବାର ନଜର ଆସିଥିଲେ। ସେହିଭଳି ଆର୍ଯ୍ୟନ୍‌ ମଧ୍ୟ ଗୋଟିଏ ହାତ ସାହାଯ୍ୟରେ ତାଙ୍କ ଫଟୋରେ ଡେଉଁଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ ଗତ ବର୍ଷ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ୍‌ ଖାନଙ୍କ ନାମ ସାମ୍ନାକୁ ଆସିଥିଲା। ଏହି କାରଣରୁ ତାଙ୍କୁ କିଛି ଦିନ ଜେଲରେ ରହିବାକୁ ପଡ଼ିଥିଲା। ତେବେ ପରେ ଆର୍ଯ୍ୟନ୍‌ ଖାନ୍‌ ଏନ୍‌ସିବିରୁ କ୍ଲିନ୍‌ ଚିଟ୍‌ ପାଇ ମୁକୁଳି ଥିଲେ।

Also Read: ଯେତେ ଟଙ୍କା ଥିଲେ ବି ଏହି ରାଶିର ଲୋକ ଭୁଲରେ ବି ପିନ୍ଧନ୍ତୁନି ହୀରା, ଜୀବନ ପ୍ରତି ବି ଆସିପାରେ ବିପଦ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.