୬୫ ସେକେଣ୍ଡରେ ଜିରୋରୁ ହିରୋ ହେଲେ ଶାହରୁଖ ଖାନ,ଜାଣନ୍ତୁ କିପରି !

ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ବହୁଚର୍ଚିତ ଫିଲ୍ମ ’ଜିରୋ’କୁ ତାଙ୍କ ଫ୍ୟାନ ଏବଂ ସିନେପ୍ରେମୀମାନେ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି । ଏହି ଉତ୍କଣ୍ଠାରୁ ଜଣାପଡୁଛି ଯେ ସିନେଦର୍ଶକ ଶାହରୁଖଙ୍କ ଅଭିନୀତ ଫିଲ୍ମ ’ଜିରୋ’ର ପ୍ରଥମ ଟୀଜର ରିଲିଜ ହେବାକ୍ଷଣି ମାତ୍ର କିଛି ମିନିଟରେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଲା । ଏହା ପରଠାରୁ ଫିଲ୍ମର ସମସ୍ତ ଦର୍ଶକ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି ।

ଫିଲ୍ମ ’ଜିରୋ’ର ଆଉ ଏକ ଟୀଜର ଖୁବଶୀଘ୍ର ରିଲୀଜ ହେବାକୁ ଯାଉଛି । ମିଡିଆରେ ଚାଲିଥିବା ଖବର ଅନୁସାରେ ଏହି ଟୀଜର ଚଳିତ ବର୍ଷ ଇଦରେ ରିଲୀଜ ହେବ । କୁହାଯାଉଛି ଯେ ଏହି ଅପକମିଙ୍ଗ ଟୀଜରରେ ସାହରୁଖ ଖାନଙ୍କ ସାଥ ଦେବା ପାଇଁ ସଲମାନ ଖାନ ଆସୁଛନ୍ତି । ’ଜିରୋ’ର ଟୀଜର, ସଲମାନଙ୍କ ଫିଲ୍ମ ’ରେସ ୩’କୁ ଏକା ସାଥିରେ ଦେଖାଯିବ ।

The Indian Express

ଟୀଜରକୁ ନେଇକି ଆଉ ଏକ ଖୁଲାସା ମଧ୍ୟ ହୋଇଛି । ଏକ ଖବର ଅନୁସାରେ ’ଜିରୋ’ର ପରବର୍ତ୍ତୀ ଟୀଜର ୬୫ ସେକେଣ୍ଡର । ଏହାର ପୂର୍ବ ଟୀଜର ୧ ମିନିଟରୁ ଅଧିକ ସମୟର ଥିଲା । ଯେତେବେଳେ ଠାରୁ ଶାହରୁଖଙ୍କ ଫ୍ୟାନ୍ସ ମାନଙ୍କୁ ଜଣାପଡିଲାଣି ଯେ ‘ଜିରୋ’ର ଟ୍ରେଲର ଏହି ଶୁକ୍ରବାର ରିଲୀଜ ହେବାକୁ ଯାଉଛି,ସେବେ ଠାରୁ ସେମାନଙ୍କ ଭିତରେ ଟିଜରକୁ ଦେଖିବାକୁ ଉତ୍କଣ୍ଠା ବଢ଼ି ଚାଲିଛି ।

’ଜିରୋ’ର ପ୍ରଡ୍ୟୁସର ଯୋଜନା କରିଛନ୍ତି ଫିଲ୍ମର ଟୀଜର କୁ ସଲମାନ ଖାନଙ୍କ ଫିଲ୍ମ ’ରେସ ୩’ ର ମଝିରେ ଦେଖାଯିବ। କିନ୍ତୁ ବର୍ତ୍ତମାନ ପର୍ୟ୍ୟନ୍ତ ଏହା ଜଣାପଡିନାହିଁ ’ଜିରୋ’ର ଯେଉଁ ନୂଆ ଟୀଜର ହେବ ସେଥରେ ସଲମାନ ଖାନ ଏବଂ ଶାହରୁଖ ଖାନ ନଜର ଆସୁଛନ୍ତ କି ନାହିଁ।

ଫିଲ୍ମ ’ଜିରୋ’ର ନିର୍ଦ୍ଦେଶନା ଦେଉଛନ୍ତି ଆନନ୍ଦ ଏଲ ରାୟ । ଏହି ଫିଲ୍ମରେ ଶାହରୁଖ ବ୍ୟତୀତ ଆର ମାଧବନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମର ଟୀଜରରୁ ଜଣାପଡୁଛିଯେ ଶାହରୁଖ ଏହି ଫିଲ୍ମରେ ଏକ ’ବାମନ’ ଚରିତ୍ରରେ ନଜର ଆସିବେ । ’ଜିରୋ’ ୨୧ ଡିସେମ୍ବରରେ ରିଲୀଜ ହେବାର ସମ୍ଭାବନା ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.