ଏକା ସାଙ୍ଗରେ ଗୋଟିଏ ଫିଲ୍ମରେ ଆସିବେ ସୁପର ଷ୍ଟାର ଶାହରୁଖ, ସଲମାନ, ଦୀପିକା ପାଦୁକୋନ ଓ ଜନ୍‌ ଆବ୍ରାହାମ

ନୂଆ ବର୍ଷରେ ଆସିବାକୁ ଯାଉଛି ଅନେକ ହାଇ ବଜେଟ ର ବଲିଉଡ ଫିଲ୍ମ । ଯେଉଁଥିରେ ଖାଲି ବଲିଉଡ ସୁପରଷ୍ଟାର ନୁହେଁ ଟଲିଉଡ ସୁପରଷ୍ଟାର ମଧ୍ୟ ରହିଛନ୍ତି । ତେବେ ୨୦୨୨ ମସିହାରେ ହଲ୍‌ ରେ ରିଲିଜ ହେବାର ଥିବା ଫିଲ୍ମ ଗୁଡିକ ମଧ୍ୟରୁ ଯେଉଁ ଦଶଟି ହାଇ ବଜେଟ ଫିଲ୍ମ ଆସିବ , ସେଥିରେ ବଲିଉଡ ବାଦ୍ସା ଶାହାରୁଖ ଖାନଙ୍କର ନାମ ନଥିଲା କି ସୁପରଷ୍ଟାର ସଲମାନ ଖାନଙ୍କର ମଧ୍ୟ ନାମ ନଥିଲା । କାରଣ ନିଜ ପୁଅ ଆର୍ଯ୍ୟାନ ର ଡ୍ରଗ୍ସ କେସ ପାଇଁ ଶାହରୁଖ ଖାନ ନିଜ ପ୍ରୋଫେସ୍ନାଲ ଲାଇଫ ରୁ ବର୍ତ୍ତମାନ ଦୂରେଇ ରହିଛନ୍ତି ।

Pathan
Picture Credit – OTT Raja

କିନ୍ତୁ ଖବର ଅନୁଯାୟୀ ଶାହାରୁଖ ଖାନ ଙ୍କର ଆଗାମୀ ଫିଲ୍ମ ପଠାନ ଆସନ୍ତା ଦୁଇ ବର୍ଷ ମଧ୍ୟରେ ହିଁ ବଡ ପର୍ଦ୍ଦାରେ ଦେଖାଯିବ । ତେଣୁ ଏହି ଫିଲ୍ମ ର ସୁଟିଙ୍ଗ ଆସନ୍ତା କିଛି ମାସ ରେ ଆରମ୍ଭ ହେବାକୁ ଯାଉଛି । କିନ୍ତୁ ସବୁଠାରୁ ବଡ କଥା ହେଲା ଆପଣ ଜାଣିଥିବେ ଯେ ଶାହରୁଖ ଖାନଙ୍କୁ ନେଇ ଆଉ ଏକ ନ୍ୟୁଜ ମଧ୍ୟ ଶୁଣିବାକୁ ମିଳୁଥିଲା । ସେ ସଲମାନଙ୍କର ଅପରକମିଙ୍ଗ ଫିଲ୍ମ ଟାଇଗର ୩ ରେ ଏକ ଭଲ ରୋଲରେ ଆସିବେ ବୋଲି । ଏମିତିକି ଶାହରୁଖ ଖା ନ ସେହି ପିଲ୍ମ ପାଇଁ ସଲମାନଙ୍କ ସହିତ ସୁଟିଙ୍ଗ ଆରମ୍ଭ କରିସାରିଲେଣି ବୋଲି ମଧ୍ୟ ଖବର ଆସିଥିଲା ।

Salman khan
Picture Credit – Filmi beat

ହେଲେ ବର୍ତ୍ତମାନ ଅପଡେଟ ସୋର୍ସ ଅନୁଯାୟୀ ଶାହରୁଖଙ୍କ ଫିଲ୍ମ ପଠାନ ରେ ଏକାସାଙ୍ଗରେ ଦେଖାଯିବେ ବଲିଉଡ ର ବିଗ୍‌ ଷ୍ଟାର ଶାହାରୁଖ ଖାନ, ସଲମାନ , ଦୀପିକା ପାଦୁକୋନ ଓ ଜହ୍‌ନ ଆବ୍ରାହାମ । ସଲମାନ ଖାନ, ଦୀପିକା ପାଦୁକୋନ ଓ ଜହ୍‌ନ ଆବ୍ରାହାମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖାଯିବେ ପଠାନ ଫିଲ୍ମରେ । ଯାହାପାଇଁ ଏବେଠାରୁ ଏହି ଅଭିନେତା ଓ ଅଭିନେତ୍ରୀ ପ୍ରସ୍ତୁତ ହେଉଛନ୍ତି ।
ପଠାନ ଫିଲ୍ମ ର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କର ଏହା ଏକ ହାଇ ବଜେଟ ଫିଲ୍ମ । ତେବେ ଏହି ଫିଲ୍ମ ଟି ଏକ ଆକ୍ସନ ଓ ଥ୍ରିଲର ମୁଭି । ଏହି ଫିଲ୍ମ ଦର୍ଶକଙ୍କ ସାମ୍ନାକୁ ଆସିବାକୁ ସମୟ ନେଇ ପାରେ ବୋଲି ଶୁଣିବାକୁ ମିଳୁଛି । ଏହା ଛଡା ସଲମାନ ଖାନ ଙ୍କ ଟାଇଗର ୩ ରେ ଶାହରୁଖ ଖାନ ଙ୍କ ରୋଲ ରହିବ ବୋଲି ଶୁଣିବାକୁ ମିଳୁଥିଲା । ଶାହରୁଖ ଖାନ ମଧ୍ୟ ସଲମାନଙ୍କ ଟାଇଗର ୩ ଫିଲ୍ମ ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଆସିବେ ବୋଲି ସଲମାନ ଆଜି କନଫର୍ମ କରିଛନ୍ତି । ତେବେ ଦୁହେଁ ଦୁହିଁଙ୍କ ଫିଲ୍ମ ରେ ଦେଖାଯିବେ ବୋଲି କହିଛନ୍ତି ସଲମାନ ଖାନ।

 

Deepika and shahrukh
Picture Credit – Pink villa

ସଲମାନଙ୍କ ଛଡା କାଟ୍ରିନା କୈଫ ଓ ଇମରାନ ହାସ୍ମି ଏହି ଫିଲ୍ମରେ ଦେଖାଦେବେ । ଯାହାର ସୁଟିଙ୍ଗ ଆଗାମୀ କିଛି ମାସରେ ଆରମ୍ଭ ହୋଇଯିବ । ଏହା ବିଦେଶରେ ହିଁ ସୁଟିଙ୍ଗ ହେବ ବୋଲି ଶୁଣିବାକୁ ମିଳୁଛି । ତେବେ ଆଗକୁ ଆସିବାକୁ ଥିବା ଶାହରୁଖ ଙ୍କ ନପଠାନ ଫିଲ୍ମ ପାଇଁ ତାଙ୍କ ଫ୍ୟାନ୍ସ ମାନେ ଉତ୍ସୁକ ଥିବା ଜଣା ପଡିଛି ।

Leave A Reply

Your email address will not be published.