‘ଡନ୍‌ ୨’ର ଗେଟ୍‌ଅପ୍‌ ସହ ମିଶୁଛି ଶାହାରୁଖ ଖାନ୍‌ଙ୍କ ‘ପଠାନ୍‌’ର ଲୁକ୍‌, ଭାଇରାଲ ହେଲା ଫଟୋ

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ ଖାନ୍‌ଙ୍କ ଫିଲ୍ମ ଦେଖିବାକୁ ଫ୍ୟାନ୍‌ମାନେ ଚାତକ ଭଳି ଚାହିଁ ରହିଛନ୍ତି। ଦୀର୍ଘଦିନ ହେବ ଶାହାରୁଖଙ୍କର କୌଣସି ଫିଲ୍ମ ପରଦାକୁ ଆସିନାହିଁ। ଶେଷ ଥର ପାଇଁ ଶାହାରୁଖଙ୍କୁ ‘ଜିରୋ’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହା ପରଠୁ ସେ ରୂପେଲ ପରଦାରୁ ଏକ ପ୍ରକାରର ଗାଏବ ହୋଇଯାଇଥିଲେ କହିଲେ ଚଳେ। କିନ୍ତୁ ଦୁଇ ବର୍ଷ ୫ ମାସ ପରେ କିଙ୍ଗ୍‌ ଖାନ୍‌ ନିଜ ଆଗାମୀ ଫିଲ୍ମ ‘ପଠାନ୍‌’ରେ ଦମ୍‌ଦାର କମ୍‌ ବ୍ୟାକ୍‌ କରିବାକୁ ଯାଉଛନ୍ତି।

ଶାହାରୁଖ ଖାନ୍‌ ଏକ ସପ୍ତାହ ପୂର୍ବରୁ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପଠାନ୍‌’ର ସୁଟିଂ ଆରମ୍ଭ କରିଛନ୍ତି। ସୋମବାର ଦିନ ଦୀପିକା ପାଦୁକୋନ୍‌ ମଧ୍ୟ ଶାହାରୁଖଙ୍କୁ ଜଏନ୍‌ କରିଛନ୍ତି। ଉଭୟେ ଫିଲ୍ମରେ ଲିଡ୍‌ରୋଲରେ ଅଛନ୍ତି। ଅନ୍ୟପଟେ ଫିଲ୍ମରେ ଖଳନାୟକ ଭୂମିକାରେ ଜନ୍‌ ଆବ୍ରାହମ୍‌ ନଜର ଆସିବେ।

ଫିଲ୍ମରେ ଶାହାରୁଖଙ୍କ ହେୟାର ଷ୍ଟାଇଲ୍‌ ବେଶ୍‌ ଷ୍ଟାଇଲିସ୍‌ ଲାଗୁଛି। ସେଟ୍‌ରୁ ଲିକ୍‌ ହୋଇଥିବା ଏକ ଫଟୋରେ ଶାହାରୁଖ ଲମ୍ବା ଚୁଟି ରଖିଥିବା ଦେଖିବାକୁ ମିଳିଛି। ଏଥିସହ ସେ ଚୁଟିକୁ ଗୋଟେ ପଟେ ବାନ୍ଧିଛନ୍ତି ମଧ୍ୟ। ଶାହାରୁଖଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ଏହାକୁ ଡନ୍‌ ୨ର ଶାହାରୁଖ ବୋଲି କହୁଥିବା ଦେଖିବାକୁ ମିଳିଛି। ସେଥିରେ ମଧ୍ୟ ଶାହାରୁଖଙ୍କ ଲୁକ୍‌ ଏଭଳି ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.