ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁର ମାସେ ପରେ ଫିଲ୍ମ ସେଟକୁ ଫେରିଲେ ସେହେନାଜ

ଟେଲିଭିଜନର ଲୋକପ୍ରିୟ ଷ୍ଟାର ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁରେ ଭାଙ୍ଗି ପଡିଥିଲେ ଗର୍ଲଫ୍ରେଣ୍ଡ ତଥା ସିଦ୍ଧାର୍ଥଙ୍କ ଘନିଷ୍ଠ ବନ୍ଧୁ ଅଭିନେତ୍ରୀ ସେହନାଜ ଗିଲ । ଏହି ବଡ଼ ଦୁଃଖରୁ ନିଜକୁ ସମ୍ଭାଳିବା ପାଇଁ ପ୍ରାୟ ୧ ମାସ ସମୟ ନେବା ପରେ ଶେଷରେ କର୍ମକ୍ଷେତ୍ରକୁ ପୁଣି ଫେରିଛନ୍ତି ଚୁଲବୁଲି ସେହନାଜ । ସିଦ୍ଧାର୍ଥଙ୍କ ମୃତ୍ୟୁ ବେଳେ ସେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ନଜରକୁ ଆସିଥିଲା । ମାତ୍ର ସେ ବହୁ ସମୟ ପରେ ସୁଟିଂସେଟକୁ ଫେରିବା ପରେ ଫ୍ୟାନ୍ସମାନେ ସୋସିଆଲ ମିଡ଼ିଆରେ ଖୁସି ଜାହିର କରିଛନ୍ତି ।

ସିଦ୍ଧାର୍ଥଙ୍କ ଅନ୍ତିମ ସଂସ୍କାର ସମୟରେ ସେହନାଜ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ । ସେ ଖୁବ ଜୋରରେ କାନ୍ଦୁଥିବା ମଧ୍ୟ ନଜରକୁ ଆସିଥିଲା । ସେହନାଜଙ୍କ ଅବସ୍ଥା ଦେଖି ବହୁ ସେଲିବ୍ରିଟି ନିଜର ଦୁଃଖ ପ୍ରକାଶ କରିଥିଲେ । କିନ୍ତୁ ବର୍ତ୍ତମାନ ବଡ଼ କଥା ହେଉଛି ସେ ନିଜ ଅତୀତକୁ ଭୁଲି ପୁଣି ସୁଟିଂ ସେଟକୁ ଫେରିଛନ୍ତି । ସେହନାଜ ଏକ ପଞ୍ଜାବୀ ଫିଲ୍ମ ‘ହୌଁସଲା ରଖ୍‌’ରେ ଅଭିନେତା ଦିଲଜିତ ଦୋସାଂଝାଙ୍କ ସହିତ ଅଭିନୟ କରିଛନ୍ତି ।

ଏହି ଫିଲ୍ମଟି ଖୁବଶୀଘ୍ର ପରଦାକୁ ଆସିବ । ସେହନାଜ ଖୁବଶୀଘ୍ର କାମକୁ ଫେରିବେ ବୋଲି ଫିଲ୍ମର ପ୍ରଯୋଜକ ତଥା ଦିଲଜିତ ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।ସେହନାଜ ସୁଟିଂ ସେଟକୁ ଫେରିବା ପରେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓଟି ଫିଲ୍ମର ପ୍ରମୋସନ ଭିଡ଼ିଓ । ଯେଉଁଥିରେ ଦିଲଜିତ ଓ ସୋନମ ଫିଲ୍ମର ଏକ ଭାଗର ସିନ-ରିକ୍ରିଏଟ କରିଛନ୍ତି । ଏଥିରେ ସେହନାଜ ଏକ ପୋଲକା ଡଟ୍ସ ଡ୍ରେସ ସହିତ ବ୍ଲାକ ବୁଟ ପିନ୍ଧିଥିବା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.