ରିଲିଜ ହେଲା ଫିଲ୍ମ ‘ଥ୍ୟାଙ୍କ ଗଡ୍‌’ ଗୀତ ମାନିକେ ମାଗେ ହିତେ, ଅପସରା ହୋଇ ସିଦ୍ଧାର୍ଥଙ୍କୁ କିମିଆଁ କଲେ ନୋରା

ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ‘ଥ୍ୟାଙ୍କ ଗଡ’ ଗୀତ ମାନିକେ ମାଗେ ହିତେ ରିଲିଜ ହୋଇଛି। ଏହି ଗୀତକୁ ନେଇ ଫ୍ୟାନ୍ସ କେବେଠୁ ଅପେକ୍ଷା କରିଥିଲେ। ଏହି ଗୀତରେ ନୋରା ଫତେହୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ କିଲର ଲୁକ୍‌ ଦେଖିବାକୁ ମିଳିଛି। ଗୀତଟି ରିଲିଜ ହେବା ପରଠୁ ସୋସିଆଲ ମିଡିଆରେ ଭାଇରଲ ହେଉଛି। ପୂର୍ବରୁ ଏହି ଗୀତକୁ ଶ୍ରୀଲଙ୍କାର ଗାୟିକା ୟୋହାନୀ ଗାଇ ରାତାରାତି ଷ୍ଟାର ପାଲଟିଥିଲେ। ହେଲେ ଏବେ ଫିଲ୍ମ ପାଇଁ ଯୋହାନୀ ହିନ୍ଦୀ ଭର୍ସନ ମଧ୍ୟ ସାମ୍ନାକୁ ଆଣିଛନ୍ତି।

ଏହି ଗୀତରେ ସିଦ୍ଧାର୍ଥ ମଲହୋତ୍ରାଙ୍କୁ ଅପସରା ହୋଇଥିବା ନୋରାଙ୍କ ସହିତ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଗୀତର ଆରମ୍ଭରେ ଅଜୟ ଦେବଗନ ଏବଂ ସିଦ୍ଧାର୍ଥ ରହିଥିବା ବେଳେ ତା’ ପରେ ନୋରାଙ୍କୁ ଦେଖିବାକୁ ମିଳିଛି। ଆଉ ନୋରାଙ୍କୁ ଦେଖି ସିଦ୍ଧାର୍ଥଙ୍କ ହୋଶ୍‌ ଉଡିଯାଇଛି। ଦୁହିଁଙ୍କ କେମେଷ୍ଟ୍ରି ବହୁତ ସିଜିଲିଂ ରହିଛି।  ଯାହା ଟି-ସିରିଜ୍ ଦ୍ୱାରା ପ୍ରସ୍ତୁତ। ଏହାର ୟୁଟ୍ୟୁବ୍ ଚ୍ୟାନେଲରୁ ସେୟାର କରାଯାଇଛି।  ନୋରା ଏବଂ ସିଦ୍ଧାର୍ଥଙ୍କ ଡ୍ୟାନ୍ସ ସହ ରୋମାନ୍ସ ଲୋକଙ୍କ ହୃଦୟ ଜିତୁଛି। ଏହି ଗୀତକୁ ୟୋହାନୀ ଏବଂ ଜୁବିନ ନଟିୟାଲ ଗାଇଛନ୍ତି।

ୟୋହାନୀଙ୍କ ହିନ୍ଦୀ ଭର୍ସନ ଶୁଣି ଫ୍ୟାନ୍ସ ବହୁତ ଖୁସି ହୋଇଯାଇଛନ୍ତି। ଅନେକ ୟୁଜର୍ସ ୟୁଟ୍ୟୁବରେ ଏହି ଗୀତକୁ ପ୍ରଶଂସା କରିଛନ୍ତି। ଅନେକ ଶ୍ରୀଲଙ୍କା ଫ୍ୟାନ୍ସ ମଧ୍ୟ କମେଣ୍ଟ କରୁଛନ୍ତି।ଗୀତର ଲିରିକ୍ସକୁ ରଶ୍ମୀ ବିରାଗ ଏବଂ ଡୁଲାନ୍ ଆର୍ଏକ୍ସ (ଡୁଲାନଜା ଆଲୱିସ୍) ଲେଖିଛନ୍ତି। ଏହି ଚଳଚ୍ଚିତ୍ରରେ ସିଦ୍ଧାର୍ଥ ମଲହୋତ୍ରା ‘ଅୟାନ’ର ଭୂମିକାରେ ଅଭିନୟ କରୁଥିବାବେଳେ ଅଜୟ ଦେବଗନଙ୍କୁ’ ଚିତ୍ରଗୁପ୍ତ ‘ଭୂମିକାରେ ନଜର ଆସିବେ। କିଛି ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ଯାହାକୁ ଦେଖି ଲୋକମାନେ ବହୁତ ଏଣ୍ଟରଟେନ୍ ହେଉଛନ୍ତି। ଏହା ବ୍ୟତୀତ ରକୁଲ ପ୍ରୀତ ସିଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ପତ୍ନୀ ତଥା ପୋଲିସ ଇନ୍ସପେକ୍ଟର ଭୂମିକାରେ ନଜର ଆସିବେ। ଆସନ୍ତା ମାସରେ ଅର୍ଥାତ୍ ୨୫ ଅକ୍ଟୋବର ୨୦୨୨ରେ ରିଲିଜ୍ ହେବ ।

 

View this post on Instagram

 

A post shared by Nora Fatehi (@norafatehi)

ସୂଚନାଯୋଗ୍ୟ, ମହାଠକ ସୁକେଶ ଚନ୍ଦ୍ରଶେଖର ମାମଲାରେ ଜ୍ୟାକଲିନଙ୍କ ପରେ ନୋରାଙ୍କୁ ପଚରାଉଚରା କରିଥିଲା ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା (EOW) । ନୋରାଙ୍କୁ ପୋଲିସ ୬ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଥିଲା ଇଓଡବ୍ଲ୍ୟୁ। ଜ୍ୟାକଲିନଙ୍କ ଭଳି ଦିଲ୍ଲୀ ପୋଲିସ ନୋରା ଫତେହୀଙ୍କୁ ପିଙ୍କି ଇରାନୀଙ୍କ ସାମ୍ନାରେ ବସାଇ ନୋରାଙ୍କୁ ପଚରାଉଚରା କରିଥିଲା।  ତେବେ ନୋରାଙ୍କ ଭିଣେଇଙ୍କୁ ୬୫ ଲକ୍ଷ ଟଙ୍କାର ବିଏମଡବ୍ୟୁ କାର ଉପହାର ଦେଇଥିଲେ ସୁକେଶ । ସୁକେଶଙ୍କୁ ନ ଦେଖା କରି ମଧ୍ୟ ତାଙ୍କ ସହିତ ଚାଟ୍‌ କରୁଥିଲେ ନୋରାଙ୍କ ଭିଣୋଇ। ପିଙ୍କି ଏବଂ ବବି ଏକଥା ଇଓଡବ୍ଲୁ ଅଧିକାରୀଙ୍କ ନିକଟରେ ସ୍ୱୀକାର କରିଥିଲେ। ଏହାସହିତ ନୋରା କେବେ ବି ସୁକେଶ କିମ୍ବା ପିଙ୍କିଙ୍କ ସହିତ ଦେଖାହୋଇନାହାନ୍ତି ବୋଲି ପୋଲିସକୁ କହିଥିଲେ। ମୁମ୍ବାଇରେ ରହୁଥିବା ପିଙ୍କି ଇରାନୀ ସୁକେଶ ଚନ୍ଦ୍ରଶେଖରଙ୍କ ସାଙ୍ଗ ଥିଲେ।

 

Also Read : ନୋରାଙ୍କ ଭିଣୋଇଙ୍କୁ BMW କାର୍‌ ଗିଫ୍ଟ କରିଥିଲା ସୁକେଶ, ଅଭିନେତ୍ରୀଙ୍କୁ ୬ ଘଣ୍ଟା ପଚରାଉଚରା ପରେ ଜାଣିଲା EOW

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.