‘ବିଗ୍‌ ବସ୍‌’ରେ ନଜର ଆସିବେ ସୋସିଆଲ ମିଡିଆ ଷ୍ଟାର କିଲି ପଲ୍‌; ପ୍ରତିଯୋଗୀଙ୍କୁ ମିଳିବ ବହୁତ ବଡ଼ ସରପ୍ରାଇଜ

ଇଣ୍ଡିଆନ ଟେଲିଭିଜନର ସବୁଠାରୁ ଲୋକପ୍ରିୟ ତଥା ବିବାଦୀୟ ରିୟାଲିଟି ଶୋ’ ‘ବିଗ୍‌ ବସ୍‌’ର ସିଜନ ୧୬ ଆରମ୍ଭ ହୋଇଯାଇଛି। ୧ ଅକ୍ଟୋବରରୁ ଶୋ’ର ଭବ୍ୟ ପ୍ରିମିୟର ହୋଇଥିଲା। ସଲମାନ ଖାନଙ୍କ ଏହି ଶୋ’ ପୂର୍ବରୁ ହିଁ ବହୁତ ଚର୍ଚ୍ଚାରେ ରହି ଆସିଛି। ଶୋ’ର ନିର୍ମାତାମାନେ ଲଗାତାର ଗୋଟିଏ ପରେ ଗୋଟିଏ ଟ୍ଵିଷ୍ଟ୍‍ ଆଣିବା ସହିତ ୧୬ ସିଜନକୁ ଜବରଦସ୍ତ କରିବା ପାଇଁ ନୂଆ ନୂଆ ଜିନିଷ ଯୋଡ଼ୁଛନ୍ତି। ଏବେ ଆଉ ଏକ ଚର୍ଚ୍ଚା ଶୁଣିବାକୁ ମିଳୁଛି ଯେ ଇଣ୍ଟରନେଟ୍‌ ସେନ୍ସେସନ କିଲି ପଲ୍‌ଙ୍କୁ ମଧ୍ୟ ଏହି ବିବାଦୀୟ ରିୟାଲିଟି ଶୋ’ରେ ପ୍ରବେଶ ପାଇଁ ଚୟନ କରାଯାଇଛି। ବାସ୍ତବରେ, ବିଗ୍‌ ବସ୍‌ ୧୬ର ନୂଆ ପ୍ରୋମୋ ସାମ୍ନାକୁ ଆସିଛି, ଯେଉଁଥିରେ ବିଗ୍‌ ବସ୍‌ ଘରେ ତାଞ୍ଜାନିଆ ଷ୍ଟାର କିଲି ପଲ୍‌ଙ୍କ ଏଣ୍ଟ୍ରି ଦେଖିବାକୁ ମିଳୁଛି।

ଶୋ’ର ନିକଟତମ ସୂତ୍ରରୁ ଜଣାପଡ଼ିଛି ଯେ କିଲି ପଲ୍‌ ଏକ ଖାସ୍‌ ଉଦ୍ଦେଶ୍ୟରେ ଘରେ ପ୍ରବେଶ କରିବେ। ସେ ଏକ ବିଶେଷ କାର୍ଯ୍ୟ କରିବା ପାଇଁ ଘର ଭିତରେ ନଜର ଆସିବେ। କୁହାଯାଉଛି କି, କିଲି ପଲ୍‌ଙ୍କ ସହ ମିଶି ପ୍ରତିଯୋଗୀ ଅବ୍ଦୁ ରଜିକ୍‌ ଓ ଏମ୍‌ସି ଷ୍ଟେନ୍‌ ଟାସ୍କ କରିବେ। କହି ରଖୁଛୁ, ତାଞ୍ଜାନିଆରୁ ଆସିଥିବା କିଲି ପଲ୍‌ ହିନ୍ଦୀ ବଲିଉଡ୍‌ ଗୀତରେ ଲିପ୍‌-ସିଙ୍କିଙ୍ଗ୍‌ ସହ ନିଜର ନୃତ୍ୟ ପାଇଁ ଲୋକପ୍ରିୟ ଅଛନ୍ତି।

ଘରର ସମସ୍ତ ପ୍ରତିଯୋଗୀ କିଲିଙ୍କୁ ଦେଖି ବେଶ୍‌ ଖୁସି ଅଛନ୍ତି ଏବଂ ତାଙ୍କ ସହିତ ମିଶି ସଲମାନ ଖାନଙ୍କ ଗୀତରେ ଡ୍ୟାନ୍ସ ମଧ୍ୟ କରୁଛନ୍ତି। କୁହାଯାଉଛି ଯେ ଶୋ’ରେ କିଲି ପଲ୍‌ଙ୍କ ସରପ୍ରାଇଜ୍‌ ଏଣ୍ଟ୍ରି ହେବ। ସେ ପ୍ରତିଯୋଗୀମାନଙ୍କ ସହ ଟାସ୍କ ପରଫର୍ମ କରିବାର ନଜର ଆସିବେ। ବିଗ୍‌ ବସ୍‌ ଘରେ କିଲିଙ୍କ ଏଣ୍ଟ୍ରିରେ ଘରର ମାହୋଲ ବଦଳିବାକୁ ଯାଉଛି। ଯଦିଓ ସେ ଶୋ’ରେ ରହିବେ କି ନାହିଁ, ତାହା କୁହାଯାଇ ପାରିବ ନାହିଁ। କାରଣ, ଶୋ’ରେ ତାଙ୍କର ସରପ୍ରାଇଜ୍‌ ଏଣ୍ଟ୍ରି ହୋଇଛି।

ନୂଆ ପ୍ରୋମୋରେ କିଲି ପ୍ରତିଯୋଗୀମାନଙ୍କ ସହ ଏନ୍‌ଜୟ କରୁଥିବାର ଦେଖାଯାଉଛନ୍ତି। ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ଚ୍ୟାନେଲ ତାଙ୍କୁ ଡ୍ୟାନ୍ସ ରିୟାଲିଟି ଶୋ’ ‘ଝଲକ୍‌ ଦିଖଲାଜା ୧୦’ରେ ମଧ୍ୟ ସାମିଲ କରିବାକୁ ଯୋଜନା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.