ମୁମ୍ବାଇ : ସର୍ଟ ହେୟାରରେ ଫଟୋ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ। କ୍ୟାନସରର ଚିକିତ୍ସା ପାଇଁ ସୋନାଲି ଏବେ ନ୍ୟୁୱର୍କରେ ଅଛନ୍ତି। ସୋନାଲି ଇନ୍ଷ୍ଟାଗ୍ରାମରେ ଏନେଇ ଏକ ଭିଡିଓ ବି ଶେୟାର କରିଛନ୍ତି। ଭିଡିଓଟିରେ ସୋନାଲିଙ୍କୁ ହେୟାର କଟ୍ କରୁଥିବା ଦେଖିବାକୁ ମିଳିଛି। କ୍ୟାନସର ଟ୍ରିଟମେଣ୍ଟ ପାଇଁ ସୋନାଲି ହେୟାର କଟ୍ କରିଛନ୍ତି। ଏହାସହ ଏକ ଇମୋସନାଲ ପୋଷ୍ଟ ବି ଲେଖିଛନ୍ତି ସୋନାଲି।
ଆମକୁ ସେତେବେଳ ପର୍ୟ୍ୟନ୍ତ ଜଣାପଡେନି ଯେ ଆମେ କେତେ ଶକ୍ତିଶାଳୀ ଯେଉଁ ପର୍ୟ୍ୟନ୍ତ ଆମ ଭିତରେ ଲୁଚି ରହିଥିବା ଶକ୍ତିକୁ ଉପଯୋଗ କରିବାକୁ ଆମକୁ ସୁଯୋଗ ମିଳେନାହିଁ। ମଣିଷ ଭିତରେ ସଂଘର୍ଷ କରିବା, ଜିତିବା ଓ ପୁଣି ଥରେ ଛିଡା ହେବାର ଏକ ଅଭୂଦ ଶକ୍ତି ଅଛି। ଆପଣଙ୍କମାନଙ୍କ ଠାରୁ ଯେଉଁ ଭଲପାଇବା ମିଳିଛି ସେଥିପାଇଁ ଧନ୍ୟବାଦ ବୋଲି ସୋନାଲି ଲେଖିଛନ୍ତି। ମାରାତ୍କମ କ୍ୟାନ୍ସର୍ରେ ପୀଡ଼ିତ ହୋଇଥିବା ନେଇ ନିଜେ ସୋସିଆଲ ମିଡିଆରେ ଜଣାଇଥିଲେ ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ।