ପର୍ଣ୍ଣଷ୍ଟାରରୁ ଫିଲ୍ମଷ୍ଟାର : ସିନେମା କହିବ ସନ୍ନିଙ୍କ ଜୀବନର ଅଜଣା କାହାଣୀ

sunne leone

ବଲିଉଡ ଫିଲ୍ମରେ ନିଜର ହଟ୍ ଏବଂ ବୋଲ୍ଡ ସିନ ପାଇଁ ସବୁବେଳେ ଚର୍ଚ୍ଚାରେ ସନ୍ନି ଲିଓନୀ । ଏବେ ପୁଣି ଚର୍ଚ୍ଚାରେ ବେବି ଡଲ୍ । କାରଣ ରିଲିଜ୍ ହୋଇଛି ସନ୍ନିଙ୍କର ବାୟୋପିକର ଟ୍ରେଲର । ସନ୍ନିଙ୍କ ତାଙ୍କର ଏହି ବାୟୋପିକକୁ ଅନେକ ସମୟ ଧରି ଅପେକ୍ଷା କରିଥିଲେ। କିଛି ଦିନ ପୁର୍ବରୁ ଫିଲ୍ମର ମୋସନ ପୋଷ୍ଟର ରିଲିଜ ହୋଇଛି। ଯାହାକୁ ଦେଖି ସିନେ ଦର୍ଶକ ମାନେ ବହୁତ ପସନ୍ଦ କରିଛନ୍ତି।

ସନ୍ନି ଲିଓନୀଙ୍କ ଏହି ବାୟୋପିକର ନାମ ହେଉଛି, ’କରନଜୀତ କୌର- ଦ ଅନଟୋଲ୍ଡ ଷ୍ଟୋରୀ ଅଫ ସନ୍ନି ଲିଓନୀ’। ଏହି ଟ୍ରେଲର ଦର୍ଶକଙ୍କୁ ଏତେ ପସନ୍ଦ ଆସିଛି ଯେ ଏହା ରିଲିଜ ହେବା ମାତ୍ରକେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ’କରନଜୀତ କୌର – ଦ ଅନଟୋଲ୍ଡ ଷ୍ଟୋରୀ ଅଫ ସନ୍ନି ଲିଓନୀ’ର ଟ୍ରେଲର ୯  ଘଣ୍ଟା ଭିତରେ ପ୍ରାୟ ୪ ଲକ୍ଷ ୫୦ ହଜାରରୁ ଅଧିକ ଥର ଦେଖିସାରିଲେଣି। ସନ୍ନି ଲିଓନୀଙ୍କ ଏହି ବାୟୋପିକ ଏକ ୱେବ ଫିଲ୍ମ। ଏହି ଫିଲ୍ମ ୧୬ ଜୁଲାଇରେ ୱେବ ପ୍ଲାଟଫର୍ମ ZEE5ରେ ପ୍ରସାରିତ ହେବ।

sunny leone

ଫିଲ୍ମ ’କରନଜୀତ କୌର- ଦ ଅନଟୋଲ୍ଡ ଷ୍ଟୋରୀ ଅଫ ସନ୍ନି ଲିଓନୀ’ ଟ୍ରେଲର ୨ ମିନିଟ ୨୪ ସେକେଣ୍ଡରେ ହୋଇଥିବା ଏହି ଟ୍ରେଲରରେ ସନ୍ନି ଲିଓନୀଙ୍କର ବୋଲ୍ଡ ସୀନକୁ ନେଇ ସେମି ନ୍ଯୁଡ ସିନ ପର୍ଯ୍ଯନ୍ତ ଦେଖିବାକୁ ମିଳିବ। ଫିଲ୍ମରେ ସନ୍ନି ଲିଓନୀଙ୍କର ପିଲାବେଳର ଦ୍ରୁଶ୍ଯ ଦେଖା ଯାଇଛି। ଯେତେବେଳେ ସେ ସବୁକିଛି ହେବା ପରେ ମଧ୍ୟ ନିଜକୁ ଏକା ଅନୁଭବ କରୁଥିଲେ। ଟ୍ରେଲରରେ ସନ୍ନିଙ୍କର କେତେକ ଦିଗକୁ ଦେଖାଯାଇଛି, ଗୋଟିଏ ଯେତେବେଳେ ସେ ପର୍ଣ୍ଣ ଇଣ୍ଡଷ୍ଟ୍ରୀରେ ନଥିଲେ ଏବଂ ଅନ୍ଯଟି ଯେତେବେଳେ ସେ ଏହି ଇଣ୍ଡଷ୍ଟ୍ରୀରେ ପ୍ରଥମେ ପାଦ ରଖିଥିଲେ।

ନିଶ୍ଚିତ ପଢନ୍ତୁ : ରିୟଲିଟି ସୋ’ରୁ ୱେବସିରିଜ୍ : ବିଗ୍ ବସର ପ୍ରତିଯୋଗୀ ଓଡିଶାର ସବ୍ୟସାଚୀ ଗେ’ ରୋଲରେ କରିବେ ଅଭିନୟ

ସନ୍ନି ବଲିଉଡରେ ପାଦ ଦେବା ପୂର୍ବରୁ ପର୍ଣ୍ଣ ଇଣ୍ଡଷ୍ଟ୍ରୀରେ ଜଣାଶୁଣା ଚେହେରା ଥିଲେ। ସେ ଭାରତୀୟ ଟେଲିଭିଜନରେ ୨୦୧୧ ମସିହାରେ ବିଗ ବସ୍ ସିଜନ- ପାଞ୍ଚରେ ନଜର ଆସିଥିଲେ। ଏହା ପରେ ସନ୍ନି ବହୁତ ଚର୍ଚ୍ଚାରେ ରହିଥିଲେ। ବିଗ ବସ୍ ଘରେ ସନ୍ନିଙ୍କୁ ବିକ୍ରମ ଭଟ୍ଟ ତାଙ୍କ ଫିଲ୍ମ ଜିସ୍ମ-୨ ପାଇଁ ସାଇନ କରିଥିଲେ।

ଫିଲ୍ମ ’ଜିସ୍ମ-୨’ ପରେ ସନ୍ନି ବଲିଉଡରେ ରାଗିନୀ ଏମଏମଏସ-୨ ଏବଂ ’ଏକ ପହେଲୀ ଲୀଲା’ ଭଳି ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇଚାଲିଥିଲେ। ବର୍ତ୍ତମାନ ସନ୍ନି ବଲିଉଡରେ ଜଣେ ଜଣାଶୁଣା ଚେହେରା ହୋଇ ଗଲେଣି । ଜଣା ଯାଇଛିଯେ ସନ୍ନି ନିଜର ଜୀବନର ପୁରା ଯାତ୍ରା ଏହି ୱେବ ସିରିଜ ମାଧ୍ୟମରେ ଜଣାଇବାକୁ ଚାହୁଁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.