ନିଜ ଜୀବନର ବଡ ରହସ୍ଯ ଖୋଲିବାକୁ ଯାଉଛନ୍ତି ସନ୍ନି ଲିଓନି : ରିଲିଜ୍ ହେଲା ବାୟୋପିକର ଟିଜର

Sunny Leone

ଖୋଲିବ ସନ୍ନିଙ୍କ ରହସ୍ଯ । କରନଜିତରୁ କେମିତି ହେଲେ ପର୍ଣ୍ଣ ଷ୍ଟାର୍ ଜାଣିବେ ଦର୍ଶକ । ଏହା ସହ ଜାଣିବାକୁ ପାଇବେ ସନ୍ନି ଲିଓନିଙ୍କ ଜୀବନକୁ ନେଇ କିଛି ଅଜଣା କଥା । କାରଣ ଖୁବ୍ ଶୀଘ୍ର ଆସୁଛି ସନ୍ନିଙ୍କ ଜୀବନକୁ ନେଇ ସିନେମା ’କରନଜିତ୍ କୌର – ଦ ଅନଟୋଲ୍ଡ ଷ୍ଟୋରୀ ଅଫ୍ ସନ୍ନି ଲିଓନି’ । ସିନେମାର ଟିଜର ମଧ୍ୟ ରିଲିଜ୍ ହୋଇସାରିଛି ।

ସନ୍ନି ନିଜର  ପରିଚୟ ପଛର କାହାଣୀକୁ ଏହି ଫିଲ୍ମ ଜରିଆରେ ଉପସ୍ଥାପନା କରିଛନ୍ତି ।  ଏକ ପ୍ରେସମିଟରେ ସନ୍ନି କହିଛନ୍ତି ବହୁତ ଶୀଘ୍ର ମୋ ଜୀବନକୁ ଖୋଲା ବହି ଭଳି ଆପଣ ମାନେ ପଢିବାକୁ ପାଇପାରିବେ ମୋର ଏହି ଫିଲ୍ଲ ସାହାଯ୍ଯରେ । ଏହି ଫିଲ୍ଲଟି ୧୬ ଜୁଲାଇରେ ZEE5 ରେ ପ୍ରସାରିତ ହେବ ।

ବଲିଉଡରେ ପାଦ ଥାପିବା ପୂର୍ବରୁ ପର୍ଣ୍ଣ ଇଣ୍ଡଷ୍ଟ୍ରିରେ ଥିଲେ ଜଣେ ଜଣାଶୁଣା ଚେହେରା । ଏହା ପରେ ଭାରତୀୟ ଟିଭିରେ ପ୍ରଥମ ବର୍ଷ ୨୦୧୧ ରେ ‘ବିଗ୍ ବସ୍’ ସିଜନ ୫ ରେ ନଜର ଆସିଥିଲେ । ବିଗ୍ ବସ୍  ଘରେ ରହିବା ସମୟରେ ସନ୍ନିଙ୍କୁ ନେଇ ’ଜିସ୍ମ-୨’ ନିର୍ମାଣ କରିଥିଲେ ବଲିଉଡର ପ୍ରଖ୍ଯାତ ନିର୍ଦ୍ଦେଶକ ମହେଶ ଭଟ୍ଟ ନିଜ ଫିଲ୍ଲ ରେ ନେଇଥିଲେ । ଫିଲ୍ଲ ’ଜିସମ-୨’ ପରେ ସନି ବଲିଉଡରେ ’ରାଗିନୀ ଏମଏମଏସ୍-୨’ ଓ ’ଏକ ପହଲି ଲିଲା’ ଭଳି ଅନେକ ଫିଲ୍ଲରେ ନିଜ ଅଭିନୟର ଯାଦୁ ଦେଖାଇଥିଲେ ।

ପର୍ଣ୍ଣଷ୍ଟାରରୁ ସନ୍ନି ଲିଓନି ବଲିଉଡ ଇଣ୍ଡଷ୍ଟ୍ରିର ଗୋଟେ ନାମୀ ଦାମୀ ଚେହେରା ପାଲଟି ସାରିଲେଣି । ସନ୍ନି ଏବେ ନିଜର ଜୀବନ କାହାଣୀକୁ ଏହି ଫିଲ୍ଲ ମାଧ୍ୟମରେ ଲୋକ ଲୋଚନକୁ ଆଣିବାକୁ ଚେଷ୍ଟା କରିଛନ୍ତି ।

Leave A Reply

Your email address will not be published.