ଲଳିତ ମୋଦିଙ୍କୁ ଧୋକା! ପୁଣି ପୂର୍ବତନ ପ୍ରେମିକଙ୍କ ସହ ମିଶି ମା’ଙ୍କ ଜନ୍ମଦିନ ପାଳିଲେ ସୁସ୍ମିତା ସେନ୍‌

ଲଳିତ ମୋଦି ଯେବେଠାରୁ ସୁସ୍ମିତା ସେନ୍‌ଙ୍କ ସହ ନିଜ ସମ୍ପର୍କ ବିଷୟରେ ଖୁଲାସା କରିଛନ୍ତି, ସେବେଠାରୁ ଉଭୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ନିକଟରେ ଅଭିନେତ୍ରୀ ନିଜ ମା’ ଶୁଭ୍ରା ସେନ୍‌ଙ୍କ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସେ ମସ୍ତିଭରା ପାର୍ଟି ମଧ୍ୟ କରିଥିଲେ। ସୁସ୍ମିତାଙ୍କ ଏହି ପାର୍ଟିରେ ଲଳିତ ମୋଦି ତ ନ ଥିଲେ, ବରଂ ଅଭିନେତ୍ରୀଙ୍କ ପୂର୍ବତନ ପ୍ରେମିକା ରେହମାନ ଶଲ୍‌ ନଜର ଆସିଥିଲେ।

ପାର୍ଟି କରୁଥିବା ବେଳେ ସୁସ୍ମିତା ସୋସିଆଲ ମିଡିଆରେ ଲାଇଭ୍‌ ଆସିଥିଲେ ଏବଂ ତାଙ୍କ ମା’ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବାରୁ ଫ୍ୟାନମାନଙ୍କୁ ଧନ୍ୟବାଦ କହିଥିଲେ। ଲାଇଭ୍‌ ଭିଡିଓ ଅଳ୍ପ କିଛି ସମୟ ପାଇଁ ଥିଲା, ଯେଉଁଥିରେ ଫ୍ୟାନମାନେ ସୁସ୍ମିତାଙ୍କ ପୂର୍ବତନ ପ୍ରେମିକଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

କହି ରଖୁଛୁ, ସୁସ୍ମିତାଙ୍କ ଦୁଇ ଝିଅ ରେନି ଓ ଅଲିଶା ମଧ୍ୟ ରେହମାନଙ୍କର ବହୁତ ନିକଟତର। ୩ ଜଣ ଯାକ ପରସ୍ପର ଭିତରେ ଭଲ ବଣ୍ଡ୍‌ ସେୟାର କରି ଥାଆନ୍ତି। ତେବେ ରେହମାନ ଶଲ୍‌ ଓ ସୁସ୍ମିତା ସେନ ପରସ୍ପରଠାରୁ ଅଲଗା ହୋଇଥାଇ ପାରନ୍ତି, କିନ୍ତୁ ଉଭୟଙ୍କ ଭିତରେ ଏବେ ବି ଖାସ୍‌ ସମ୍ପର୍କ ରହିଛି।

 

View this post on Instagram

 

A post shared by Nikhil Rao (@bg0260)

ରେହମାନ ଶଲ୍‌ ଓ ସୁସ୍ମିତା ସେନ୍‌ ଗତବର୍ଷ ଡିସେମ୍ବରରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ଦୁଇଜଣ ଏ ନେଇ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଥିଲେ। ସୁସ୍ମିତା ସେନ୍‌ଙ୍କୁ ତାଙ୍କର ଦୁଇ ଝିଅ ଓ ରେହମାନଙ୍କ ସମ୍ପର୍କକୁ ନେଇ କୌଣସି ସମସ୍ୟା ନାହିଁ। କାହିଁକି ନା, ଅଭିନେତ୍ରୀ ପୂର୍ବରୁ ହିଁ କହି ସାରିଛନ୍ତି ଯେ ଦୁଇ ଝିଅଙ୍କ ପାଇଁ ରେହମାନ ଶଲ୍‌ ବାପା ସମାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.