ମା’ ବାହାଘର ଦେଖିବେ ହ୍ରିତିକଙ୍କ ପିଲାମାନେ, ସୁଜୈନ ଖାନ୍‌ଙ୍କ ହେବ ଦ୍ୱିତୀୟ ବିବାହ; ପିଲାଙ୍କ ସହ ସାମିଲ ହେବେ ପୂର୍ବତନ ସ୍ୱାମୀ ହ୍ରିତିକ୍ ରୋଶନ !

ବଲିଉଡ୍‌ ସୁପରଷ୍ଟାର ହ୍ରିତିକ୍‌ ରୋଶନଙ୍କ ପୂର୍ବତନ ସ୍ତ୍ରୀ ସୁଜୈନ ଖାନ ଦୀର୍ଘ ଦିନରୁ ଦୁନିଆ ସାମ୍ନାରେ ଅର୍ସଲାନ ଗୋନିଙ୍କ ପାଇଁ ନିଜ ପ୍ରେମର ପରିପ୍ରକାଶ କରି ଆସୁଛନ୍ତି। ଉଭୟଙ୍କ ସମ୍ପର୍କ ବହୁତ ଚର୍ଚ୍ଚାରେ ରହିଛି। ସୁଜୈନ ଓ ଅର୍ସଲାନ ଏବେ ଖୁଲମ୍‌ଖୁଲା ପରସ୍ପରର ହାତ ଧରିବାକୁ ଭୟ କରୁ ନାହାନ୍ତି। ଦୁଇ ଜଣଙ୍କୁ ବିଭିନ୍ନ ସ୍ଥାନରେ ପ୍ରାୟତଃ ଏକାଠି ଦେଖିବାକୁ ମିଳିଥାଏ।

ନିକଟରେ ସୁଜୈନ ଓ ଅର୍ସଲାନ ଏକ ଭ୍ୟାକେସନରେ ଏକାଠି ନଜର ଆସିଥିଲେ। ଉଭୟ କ୍ୱାଲିଟି ଟାଇମ୍‌ ବିତାଇଥିଲେ। ସେମାନଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଏହାରି ଭିତରେ ଆଉ ଏକ ଖବର ମଧ୍ୟ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଖବରଟି ହେଉଛି, ସୁଜୈନ ଓ ଅର୍ସଲାନ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

ହ୍ରିତିକ୍‌ ରୋଶନଙ୍କଠାରୁ ଅଲଗା ହେବା ପରେ ପୁଣିଥରେ ସୁଜୈନଙ୍କୁ ନିଜ ଜୀବନସାଥୀ ରୂପରେ ଅର୍ସଲାନ ମିଳିଛନ୍ତି। ଏଥିପାଇଁ ସେ ଯେତେ ଜଲ୍‌ଦି ନିଜ ବୟଫ୍ରେଣ୍ଡ୍‌ଙ୍କ ସହିତ ବିବାହ କରିବାକୁ ଚାହୁଁଛନ୍ତି। କୁହାଯାଉଛି କି, ଉଭୟଙ୍କ ବିବାହ ବହୁତ ନିରାଡମ୍ବର ସହିତ ହେବ। ଏପରି କି, ଖାସ୍‌ କଥା ହେଉଛି, ନିଜ ପୂର୍ବତନ ସ୍ତ୍ରୀଙ୍କ ବିବାହରେ ହ୍ରିତିକ୍‌ ନିଜର ଦୁଇ ପିଲାଙ୍କ ସହିତ ସାମିଲ ହୋଇ ପାରନ୍ତି।

 

View this post on Instagram

 

A post shared by Sussanne Khan (@suzkr)

ସେପଟେ ଅଭିନେତା ହ୍ରିତିକ୍‌ ମଧ୍ୟ ନିଜ ଜୀବନରେ ବହୁତ ଖୁସି ଅଛନ୍ତି। ସେ ଅନେକ ଦିନରୁ ସବା ଆଜାଦଙ୍କୁ ଡେଟ୍‌ କରୁଛନ୍ତି। କହି ରଖୁଛୁ, ହ୍ରିତିକ୍‌ ରୋଶନ ସୁଜୈନଙ୍କୁ ବହୁତ ସପୋର୍ଟ କରନ୍ତି। ଛାଡ଼ପତ୍ର ପରେ ବି ସେ ନିଜ ପିଲାମାନଙ୍କୁ ଖୁସିରେ ଭେଟି ଥାଆନ୍ତି ଏବଂ କଥା ହୁଅନ୍ତି। ଛାଡ଼ପତ୍ର ପରେ ହ୍ରିତିକ୍‌ ଓ ସୁଜୈନଙ୍କ ମଧ୍ୟରେ ସବୁ କିଛି ଠିକ୍‌ ରହିଛି। ଉଭୟେ ୨୦୧୩ରେ ଛାଡ଼ପତ୍ର ନେଇଥିଲେ।

 

View this post on Instagram

 

A post shared by Sussanne Khan (@suzkr)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.