ଅନଲାଇନ ଯୌନ ଉତ୍ପୀଡ଼ନର ଶିକାର ହେଲେ ସ୍ୱରା ଭାସ୍କର, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅତି କଦର୍ଯ୍ୟ ଭିଡିଓ

ବଲିଉଡ୍‌ ଅଭିନେତ୍ରୀ ସ୍ୱରା ଭାସ୍କର ଦିଲ୍ଲୀର ବସନ୍ତ କୁଞ୍ଜ ନର୍ଥ ଥାନାରେ ଏକ ଏତଲା ଦାୟର କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଟ୍ଵିଟର ଏବଂ ୟୁଟ୍ୟୁବ୍‌ରେ ସକ୍ରିୟ ଥିବା ଜଣେ ବ୍ୟକ୍ତି ତାଙ୍କ ଫିଲ୍ମର ଏକ ସିନ୍‌କୁ ସୋସିଆଲ ମିଡିଆରେ ପ୍ରସାର କରି ତାଙ୍କ ଛବିକୁ ଖରାପ କରୁଛି। ଏହି ଅଭିଯୋଗ ଆଧାରରେ ପୋଲିସ ଆଇଟି ଆକ୍ଟ ଏବଂ ଅନ୍ୟାନ୍ୟ ଧାରା ଅନୁଯାୟୀ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ଏକ ଖବର ମୁତାବକ, ଆଇପିସି ଧାରା ୩୫୪ଡି, ୫୦୯(ଶବ୍ଦ, ଅଙ୍ଗଭଙ୍ଗୀ କିମ୍ବା କୌଣସି ମହିଳାଙ୍କୁ ଅପମାନ କରିବାର ଉଦ୍ଦେଶ୍ୟ) ଏବଂ ଆଇଟି ଆକ୍ଟ ଧାରା ୬୭(ଇଲେକ୍ଟ୍ରୋନିକ୍‌ ରୂପରେ ଅଶ୍ଳୀଳ ସାମଗ୍ରୀକୁ ପ୍ରକାଶ କିମ୍ବା ପ୍ରସାର କରିବାର ଦଣ୍ଡ) ଅଧୀନରେ ଏକ ଆପରାଧିକ ମାମଲା ରୁଜୁ କରାଯାଇଛି। କହି ରଖୁଛୁ, ନିକଟରେ ସ୍ୱରା ଏ ନେଇ ଏକ ଟ୍ଵିଟ୍‌ କରିଥିଲେ।

ଉକ୍ତ ବ୍ୟକ୍ତିଙ୍କ ଦ୍ୱାରା ଚଲାଯାଉଥିବା ହ୍ୟାଶ ଟ୍ୟାଗ୍‌ ଏବଂ ଟ୍ଵିଟ୍‌ସ ସେୟାର କରି ସ୍ୱରା ଲେଖିଥିଲେ, ‘ମୋ ସାଙ୍ଗମାନେ, ଏହା ସାଇବର ଯୌନ ଉତ୍ପୀଡ଼ନ। ଆସନ୍ତୁ କଥା ହେବା ସେହି ଚ୍ୟାଲେଞ୍ଜଗୁଡ଼ିକ ବିଷୟରେ, ଯେଉଁ ସବୁକୁ ମହିଳାମାନେ ସାର୍ବଜନିକ ସ୍ଥାନରେ ସାମ୍ନା କରିଥାଆନ୍ତି। ପ୍ରିୟ ଟ୍ଵିଟର, ଆସନ୍ତୁ କଥା ହେବା କି, କେଉଁଭଳି ଭାବେ ଆପଣଙ୍କ ପ୍ଲାଟଫର୍ମକୁ ମହିଳାମାନଙ୍କ ପାଇଁ ଏକ ସୁରକ୍ଷିତ ଅନୁଭବ ବନାଯାଇ ପାରିବ’।

କହି ରଖୁଛୁ, ନିକଟରେ ଏକ ଘରୋଇ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସ୍ୱରା ଦାବି କରିଥିଲେ ଯେ ଇଣ୍ଟରନେଟରେ ଯଦି କେହି ବଲିଉଡ୍‌ ସେଲିବ୍ରିଟି ସବୁଠାରୁ ଅଧିକ ଘୃଣାର ଶିକାର ହେଉଛନ୍ତି, ତେବେ ସେ ହେଉଛନ୍ତି ସେ ନିଜେ। ସେ କହିଥିଲେ, ‘ଟ୍ରୋଲର୍ସ ଚାହୁଁଛନ୍ତି କି, ମୁଁ ସୋସିଆଲ ମିଡିଆରେ ଡରିକି ରୁହେ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.