ମହାନତା ଦେଖାଇଲେ ତାପସୀ ପନ୍ନୁ, ଅଜଣା ବୃଦ୍ଧାଙ୍କୁ ଡୋନେଟ୍‌ କଲେ ପ୍ଲେଟ୍‌ଲେଟ୍‌

ବଲିଉଡ୍‌ର ଟପ୍‌ ଅଭିନେତ୍ରୀ ତାପସୀ ପନ୍ନୁ କେବଳ ଜଣେ ଭଲ ଆକ୍ଟ୍ରେସ୍‌ ନୁହଁନ୍ତି, ସେ ଜଣେ ଭଲ ମଣିଷ ମଧ୍ୟ। ନିକଟରେ ତାପସୀ ଏକ ଭଲ କାମ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ଫ୍ୟାନ୍‌ଙ୍କ ଠାରୁ ଭରପୂର ଭଲ ପାଇବା ମିଳିଛି। ତାପସୀ ଜଣେ ବୃଦ୍ଧାଙ୍କୁ ନିଜ ପ୍ଲେଟ୍‌ଲେଟ୍ସ ଡୋନେଟ୍‌ କରିଛନ୍ତି। ବଡ଼ କଥା ହେଉଛି ସେ ଉକ୍ତ ମହିଳାଙ୍କୁ ଚିହ୍ନି ବି ନାହାନ୍ତି।

ଏ ନେଇ ଅଭିନେତ୍ରୀ ତିଳୋତ୍ତମା ସୋମ୍‌ ଏକ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ତାପସୀଙ୍କୁ ପ୍ରଶଂସା କରି ତିଳୋତ୍ତମା ଲେଖିଛନ୍ତି-ମୁଁ କେବେ ବି ତାପସୀଙ୍କ ସହ କାମ କରିନାହିଁ କି ତାଙ୍କୁ କେବେ ସାକ୍ଷାତ ବି କରିନି। କିନ୍ତୁ ଜାଣିଛି ସେ ବହୁତ ପରିଶ୍ରମୀ। ସେ ଜଣେ ଭଲ ଅଭିନେତ୍ରୀ ମଧ୍ୟ। ସେ ଜଣେ ଅଜଣା ମହିଳାଙ୍କୁ ପ୍ଲେଟ୍‌ଲେଟ୍ସ ଡୋନେଟ୍‌ କରିଛନ୍ତି। ତୁମେ ସୁନା ତାପସୀ। ଢେର ସାରା ଶୁଭକାମନା।

ଏହି ପୋଷ୍ଟରେ ତାପସୀ ପନ୍ନୁ ମଧ୍ୟ ରିପ୍ଲାଏ ଦେଇଛନ୍ତି। ସେ ଲେଖିଛନ୍ତି- ମୁଁ କାହା ପାଇଁ ଏତିକି କରିପାରିଛି ବୋଲି ବହୁତ ଖୁସି। କାହା ଜୀବନ ବଞ୍ଚାଇବାର ସୁଯୋଗ ସମସ୍ତଙ୍କୁ ମିଳେ ନାହିଁ। ମୋ ପାଇଁ ୟାଠୁ ବଡ଼ କାମ ଆଉ କିଛି ନାହିଁ।

ତିଳୋତ୍ତମା ନିଜ ଦ୍ୱିତୀୟ ଟ୍ଵିଟ୍‌ରେ ଲେଖିଛନ୍ତି- ତାଙ୍କ ବନ୍ଧୁଙ୍କ ଦାଦିକୁ ପ୍ଲେଟ୍‌ଲେଟ୍ସ ଆବଶ୍ୟକ ଥିଲା। ତାପସୀ ନା ମୋତେ ଚିହ୍ନିଥିଲେ ନା ମୋ ବନ୍ଧୁଙ୍କୁ। ତଥାପି ସେ ଆମକୁ ସାହାଯ୍ୟ କଲେ ଓ ନିଜ ପ୍ଲେଟଲେଟ୍ସ ଡୋନେଟ୍‌ କରିଛନ୍ତି।

ସୂଚନାଯୋଗ୍ୟ ଯେ ତିଳୋତ୍ତମା ହେଉଛନ୍ତି ଓଟିଟି ପ୍ଲାଟଫର୍ମର ଜଣେ ଲୋକପ୍ରିୟ ବ୍ୟକ୍ତିତ୍ୱ। ଶେଷଥର ପାଇଁ ତାଙ୍କୁ ନେଟ୍‌ଫ୍ଲିକ୍ସର ଫିଲ୍ମ ‘ସାର’ରେ ଓ କରିସ୍ମା କପୁରଙ୍କ ସିରିଜ୍‌ ମେଣ୍ଟାଲହୁଡ୍‌ରେ ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ସେ ଇମ୍‌ରାନ୍‌ ଖାନ୍‌ଙ୍କ ଫିଲ୍ମ ଅଂଗ୍ରେଜୀ ମିଡିୟମ୍‌ରେ ବି ଅଭିନୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.