ତାପସୀ ପନ୍ନୁଙ୍କ ବଡ଼ ଖୁଲାସା,‘ ହିରୋଙ୍କ ପତ୍ନୀଙ୍କୁ ମୁଁ ପସନ୍ଦ ନଥିଲି ତେଣୁ ମୋତେ ଫିଲ୍ମରୁ ବାହାର କରିଦେଇଥିଲେ’

ଥପ୍ପଡ଼, ମିଶନ ମଙ୍ଗଳ ଓ ବଦଲା ଭଳି ଫିଲ୍ମରେ ନିଖୁଣ ଅଭିନୟ କରିଥିବା ତାପସୀ ପନ୍ନୁ ଏକ ଇଣ୍ଟରଭ୍ୟୁରେ ଖୁଲାସା କରିଛନ୍ତି ଯେ ଗୋଟେ ସମୟରେ ତାଙ୍କୁ ବ୍ୟାଡ୍‌ ଲକ୍‌ ଚାର୍ମ ବୋଲି କୁହାଯାଉଥିଲା। ଏହି କାରଣରୁ ପ୍ରଡ୍ୟୁସରମାନେ ତାଙ୍କୁ ନିଜ ଫିଲ୍ମରେ ନେବାକୁ ଡରୁଥିଲେ।

ଏକ ଇଣ୍ଟରଭ୍ୟୁରେ ତାପସୀ କହିଥିଲେ କ୍ୟାରିୟର ଆରମ୍ଭରେ ମୁଁ ଅଜବ ସ୍ଥିତି ଦେଖିଛି। ଏକ ଫିଲ୍ମର ହିରୋଙ୍କ ପତ୍ନୀଙ୍କୁ ମୁଁ ପସନ୍ଦ ନ ଆସିବାରୁ ମୋତେ ଫିଲ୍ମରୁ ବାହାର କରିଦିଆଯାଇଥିଲା। ସେହିପରି ଆଉ ଏକ ଫିଲ୍ମର ଡବିଂ ବେଳେ ମୋତେ କୁହାଗଲା ଯେ ହିରୋଙ୍କୁ ମୋ ଡବିଂ ପସନ୍ଦ ନୁହେଁ। ଏଣୁ ମୋତେ ଫିଲ୍ମରୁ ବାହାର କରି ଦିଆଗଲା। ମୁଁ ଏଥିପାଇଁ ମନା କରିବାରୁ ଫିଲ୍ମ ନିର୍ମାତା ମୋ ଅଜାଣତରେ ଆଉ ଜଣେ ଡବିଂ ଆର୍ଟିଷ୍ଟଙ୍କୁ ଆଣିଲେ ଓ ମୋ ଡାଇଲଗ୍‌ ବଦଳାଇ ଦେଇଥିଲେ।

taapsee pannu

ଆଉ ଥରେ ମୋତେ କୁହାଯାଇଥିଲା ଯେ ହିରୋର ପୂର୍ବ ଫିଲ୍ମ ଭଲ ଚାଲିନାହିଁ। ଏଣୁ ଆପଣ ନିଜ ଫିସ୍‌ କମାନ୍ତୁ। କାରଣ ଆମକୁ ବଜେଟ୍‌ କଣ୍ଟ୍ରୋଲ କରିବାକୁ ପଡ଼ିବ। ଆଉ କିଚି ହିରୋ ନିଜ ଇନ୍‌ଟ୍ରୋଡକସନ୍‌ ସିନ୍‌ କାଳେ ହାଲ୍‌କା ହୋଇଯିବ ଭାବି ମୋ ସିନ୍‌ ଛୋଟ କରି ଦେଇଥିଲେ। ଏଣୁ ଏବେ ମୁଁ କେବଳ ସେହି ଫିଲ୍ମ କରିବି ଯାହାକୁ କରିବା ବେଳେ ମୁଁ ଖୁସି ହେବି। ମୁଁ ଆଉ କାହା ଚାପରେ କୌଣସି କାମ କରୁନାହିଁ ବୋଲି କହିଛନ୍ତି ତାପସୀ। ସୂଚନାଯୋଗ୍ୟ ଯେ ତାପସୀ ଆଗକୁ ରଶ୍ମି ରକେଟ୍‌, ହସୀନ୍‌ ଦିଲରୁବା ଓ ଲୁପ ଲପେଟାରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.