ମୋ ସେକ୍ସ ଲାଇଫ୍‌ ଏତେ ଆକର୍ଷଣୀୟ ନୁହେଁ, କରଣ ତାଙ୍କ ଶୋ’କୁ ମୋତେ କାହିଁକି ଡାକିବେ : ଏମିତି କହିଲେ ତାପସୀ ପନ୍ନୁ

ବଲିଉଡ୍ ଅଭିନେତ୍ରୀ ତାପସୀ ପାନ୍ନୁ ଖୁବଶୀଘ୍ର ଫିଲ୍ମ ‘ଦୋବାରା’ରେ ନଜର ଆସିବେ। ଜଣେ ଭଲ ଅଭିନେତ୍ରୀ ଭାବେ ଉଭୟ ଟଲିଉଡ୍‌ ଏବଂ ବଲିଉଡ୍‌ରେ ବେଶ୍‌ ନାଁ କମାଇଛନ୍ତି ତାପସୀ । ସେ ଏବେ ନିଜର ଏହି ନୂଆ ଫିଲ୍ମର ଜବରଦସ୍ତ ପ୍ରମୋସନ କରୁଛନ୍ତି। ଆଉ ଫିଲ୍ମ ପ୍ରମୋସନ ପାଇଁ କଫି ଉଇଥ କରନ ଶୋ’କୁ ବଲିଉଡର ଅନେକ ସେଲିବ୍ରିଟି ଆସୁଛନ୍ତି। ହେଲେ ତାପସୀ କରନଙ୍କ ଶୋ’କୁ କାହିଁକି ଆସୁ ନାହାନ୍ତି, ତାହାର କାରଣ କହିଛନ୍ତି।

 

 

View this post on Instagram

 

A post shared by Taapsee Pannu (@taapsee)

ନିକଟରେ ତାପସୀଙ୍କୁ ଏକ ଇଭେଣ୍ଟରେ ଏହାକୁ ନେଇ ପ୍ରଶ୍ନ କରାଯାଇଥିଲା, ଯାହାର ଉତ୍ତର ଏବେ ଭାଇରଲ ହେବାରେ ଲାଗିଛି। ତାପସୀ କାହିଁକି କରନଙ୍କ ଚାଟ୍ ଶୋ’କୁ ଫିଲ୍ମର ପ୍ରମୋସନ ପାଇଁ ଯାଉ ନାହାନ୍ତି ବୋଲି ପ୍ରଶ୍ନ ହୋଇଥିଲା । ଏହାର ଉତ୍ତରରେ ତାପସୀ ଥଟ୍ଟା କରି କହିଥିଲେ ଯେ ମୋ ସେକ୍ସ ଲାଇଫ୍ ଏତେ ଆକର୍ଷଣୀୟ ନୁହେଁ। ସେଥିପାଇଁ ବୋଧହୁଏ କରନଙ୍କ ତରଫରୁ ତାଙ୍କୁ ଶୋ’ରେ ଯୋଗ ଦେବାକୁ ଡକା ଯାଇ ନାହିଁ । ସହ ତାଙ୍କୁ କଫି ନିମନ୍ତ୍ରଣ କରିବା ପାଇଁ ତାଙ୍କ ତାପସୀଙ୍କ ଏହି ଉତ୍ତର ଏବେ ଭାଇରଲ ହେବାରେ ଲାଗିଛି।

 

 

View this post on Instagram

 

A post shared by Taapsee Pannu (@taapsee)

 

ସୂଚନାଯୋଗ୍ୟ, ‘କଫି ଉଇଥ କରନ ୭’ ଶାରେ ଏଥର ସେଲିବ୍ରିଟିଙ୍କ ସେକ୍ସ ଲାଇଫକୁ ନେଇ ବହୁତ ଚର୍ଚ୍ଚା ଚାଲିଛି। ରଣବୀରଙ୍କ ଠାରୁ ଆରମ୍ଭ କରି ଆଲିଆ ଭଟ୍ଟ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ସେକ୍ସ ଲାଇଫକୁ ନେଇ ଏଠାରେ ଚର୍ଚ୍ଚା କରୁଛନ୍ତି।

ନିକଟରେ ରିଲିଜ ହୋଇଥିବା ‘ସାବାସ୍ ମିଠୁ’ରେ ତାପସୀ ନଜର ଆସିଥିଲେ। ଫିଲ୍ମରେ ତାପସୀ ପୂର୍ବତ୍ତନ ଭାରତୀୟ କ୍ରିକେଟର ମିଥାଲି ରାଜଙ୍କ ଭୂମିକାରେ ନଜର ଆସିଥିଲେ। ଏହି ଫିଲ୍ମରେ ତାଙ୍କର ଅଭିନୟ ପାଇଁ ତାଙ୍କୁ ବେଶ୍ ପ୍ରଶଂସା କରାଯାଇଥିଲା। ଫିଲ୍ମ ମାତ୍ର ୨.୨୨ କୋଟିର ବ୍ୟବସାୟ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.