ପୂରା ହେଲା ଶାହାରୁଖଙ୍କ ସହ କାମ କରିବା ସ୍ୱପ୍ନ, ଟ୍ଵିଟ୍‌ କରି ମନ କଥା କହିଲେ ତାପ୍‌ସୀ ପନ୍ନୁ

ନିଜ ଅପ୍‌କମିଂ ଫିଲ୍ମ ‘ଡଙ୍କି’ର ଅଫିସିଆଲ ଘୋଷଣା କରିଛନ୍ତି ରାଜକୁମାର ହିରାନୀ। ଫିଲ୍ମରେ ଶାହାରୁଖ ଖାନ୍‌ ଓ ତାପସୀ ପନ୍ନୁ ଲିଡ୍‌ ରୋଲ୍‌ରେ ନଜର ଆସିବେ। ଶାହାରୁଖ ଖାନ୍‌ଙ୍କ ସହ ପ୍ରଥମ ଥର ପାଇଁ ଫିଲ୍ମରେ କାମ କରିବାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି ତାପ୍‌ସୀ ପନ୍ନୁ। ସେ ଟ୍ଵିଟ୍‌ କରି ନିଜ ଖୁସି ଜାହିର କରିଛନ୍ତି।

ତାପ୍‌ସୀ ପନ୍ନୁ ଟ୍ଵିଟ୍‌ କରି ଲେଖିଛନ୍ତି, କେବେ ଜଣେ ସୁପରଷ୍ଟାର କହିଥିଲେ- ଯଦି କୌଣସି ଜିନିଷକୁ ତୁମେ ଅତି ଆଗ୍ରହର ସହ ଚାହିଁବ, ତେବେ ସାରା ଦୁନିଆ ତାକୁ ତୁମ ସହ ମିଶାଇବାରେ ଲାଗିପଡ଼ିଥାନ୍ତି। କର୍ତ୍ତବ୍ୟନିଷ୍ଠ, ପରିଶ୍ରମ, ଧୈର୍ଯ୍ୟର ଫଳ। ପାଖାପାଖି ୧୦ ବର୍ଷ ଲାଗିଲା, କିନ୍ତୁ ଶେଷରେ ‘ଅଲ୍‌ ଇଜ୍‌ ୱେଲ୍‌’।

ସୂଚନାଯୋଗ୍ୟ ଯେ ତାପ୍‌ସୀ ଟ୍ଵିଟ୍‌ରେ ଯେଉଁ ଡାଇଲଗ୍‌ କଥା କହିଛନ୍ତି, ତାହା ହେଉଛି ଶାହାରୁଖ ଖାନ୍‌ଙ୍କ ଫିଲ୍ମ ଓମ୍‌ ଶାନ୍ତି ଓମ୍‌ର। ସେହିପରି ଅଲ୍‌ ଇଜ୍‌ ୱେଲ୍‌ ଡାଇଲଗ୍‌ ହେଉଛି ରାଜକୁମାର ହିରାନୀଙ୍କ ବ୍ଲକ୍‌ ବ୍ଲଷ୍ଟର ଫିଲ୍ମ ଥ୍ରୀ ଇଡିଏଟ୍‌ସର।

ତାପ୍‌ସୀଙ୍କର ଏହ ଟ୍ଵିଟ୍‌ ପରେ ବଲିଉଡ୍‌ର ଅନେକ ସେଲିବ୍ରିଟି ଓ ଫ୍ୟାନ୍‌ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅଭିଷେକ ବଚ୍ଚନ ଲେଖିଛନ୍ତି- ବହୁତ ବହୁତ ଅଭିନନ୍ଦନ ପନ୍ନୁ ଜୀ। ସେହିପରି ଜଣେ ଫ୍ୟାନ୍‌ ଲେଖିଛନ୍ତି-ଆପଣଙ୍କ ପାଇଁ ବହୁତ ଖୁସି ତାପ୍‌ସୀ।

ସୂଚନାଯୋଗ୍ୟ ଯେ ଡଙ୍କି ଫିଲ୍ମରେ ଶାହାରୁଖ ଖାନ୍‌ଙ୍କ ଅପୋଜିଟ୍‌ରେ ଫିମେଲ୍‌ ଲିଡ୍‌ରେ ତାପସୀ ପନ୍ନୁ ନଜର ଆସିବେ। ପୂର୍ବରୁ ଶାହାରୁଖ ମଧ୍ୟ ଫିଲ୍ମ ବାବଦରେ ଟ୍ଵିଟ୍‌ କରି ସୋସିଆଲ ମିଡିଆରେ ରାଜକୁମାର ହିରାନୀଙ୍କୁ ଧନ୍ୟବାଦ ଜଣାଇଥିଲେ।

Also Read: ଲ୍ୟାଣ୍ଡ୍‌ ରୋଭରରେ ସାଇକେଲକୁ ଓଭରଟେକ୍‌ କରିବା ପଡ଼ିଲା ମହଙ୍ଗା, କାର ମାଲିକଙ୍କ ଉପରେ ଲାଗିଲା ଲକ୍ଷେ ଟଙ୍କାର ଜରିମାନା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.