ପ୍ରେମ ସଫଳ ନ ହେବାରୁ ବାହା ହୋଇ ନଥିଲେ ଏହି ଅଭିନେତ୍ରୀମାନେ, ବ୍ରେକଅପ୍‌ ପରେ କୁଆଁରୀ ରହିଛନ୍ତି

ପ୍ରେମରେ ସମସ୍ତେ ସଫଳ ହୋଇ ନଥାନ୍ତି କି ସମସ୍ତଙ୍କ ଭାଗ୍ୟରେ ନଥାଏ ବିବାହ ଯୋଗ । ଏହା କେବଳ ଜଣେ ସାଧାରଣ ନାରୀଙ୍କ କ୍ଷେତ୍ରରେ ଯେ ହୋଇଥାଏ ତାହା ନୁହେଁ ବରଂ ବଲିଉଡର କ୍ଷାତନାମା ଅଭିନେତ୍ରୀଙ୍କ ସହ ମଧ୍ୟ ହୋଇଛି ଏପରି ଘଟଣା । ଯେଉଁମାନେ ପ୍ରେମରେ ଧୋକ୍କା ଖାଇବା ପରେ ଆଉ ବିବାହ କରି ନାହାଁନ୍ତି । ବରଂ ସବୁଦିନ ପାଇଁ ରହିଯାଇଛନ୍ତି ଅବିବାହିତ । ଆସନ୍ତୁ ଜାଣିବା ବଲିଉଡର ଏହି କୁଆଁରୀ ରହିଯାଇଥିବା ଅଭିନେତ୍ରୀମାନଙ୍କ ବିଷୟରେ ।

ତବ୍ଦୁ : ବଲିଉଡର ପ୍ରକ୍ଷାତ ଅଭିନେତ୍ରୀ ତବ୍ଦୁ ବହୁ ଫିଲ୍ମରେ ସୁନ୍ଦର ଅଭିନୟ କରିଛନ୍ତି । ହେଲେ ଏହି ସୁନ୍ଦରୀ ଅଭିନେତ୍ରୀ ଏବେ ବି ଅବିବାହିତ । ତବ୍ଦୁଙ୍କ ନାମ ନାଗାର୍ଜୁନ ଓ ସାଜିଦ ନାଦିଆବାଲାଙ୍କ ସହ ଯୋଡ଼ି ହୋଇଥିବା ନେଇ ବହୁ ଚର୍ଚ୍ଚ ହୋଇଥିଲା । ହେଲେ କୌଣସି ବି ସମ୍ପର୍କ ତାଙ୍କର ସଫଳ ହୋଇନଥିଲା । ଏହାପରେ ତବ୍ଦୁ ଆଉ ବାହା ହୋଇ ନାହାଁନ୍ତି । ଏବେ ବି ସେ କୁଆଁରୀ ।

nargis-
p.c : wikipedia

ନରଗିସ ଫାକ୍‌ରୀ : ନରଗିସ ଫାକରୀ ଏକଦା ଅଭିନେତା ଉଦୟ ଚୋପଡାଙ୍କ ସହ ରିଲେସନରେ ଥିଲେ । ଦୀର୍ଘ ସମୟ ଧରି ଦୁହେଁ ଦୁହିଁଙ୍କୁ ଡେଟ ମଧ୍ୟ ଦେଉଥିଲେ । ପରେ ଉଭୟଙ୍କର ବ୍ରେକ ଅପ୍‌ ହୋଇଗଲା । ଆଜି ବି ସେ ଭଗ୍ନ ହୃଦୟ ନେଇ କୁଆଁରୀ ଅଛନ୍ତି ।

parbin
p.c : huffpost

ପରବୀନ ବବି : ୮୦ ଦଶକରେ ପରିବୀନ ବବି ଚର୍ଚ୍ଚିତ ଅଭିନେତ୍ରୀ ଥିଲେ । ତାଙ୍କର ନାମ ମହେଶ ଭଟ୍ଟ, କବୀର ବେଦୀ ଓ ଡ୍ୟାନୀଙ୍କ ସହ ଯୋଡ଼ି ହୋଇଥିଲା । ହେଲେ କାହା ସହ ମଧ୍ୟ ତାଙ୍କର ସମ୍ପର୍କ ରହିନଥିଲା । ୫୦ ବର୍ଷ ବୟସରେ ପରବୀନ କୁଆଁରୀ ଭାବେ ମୃତ୍ୟୁ ବରଣ କରିଥିଲେ ।

suraiya
p.c : wikipedia

ସୁରେୟା : ବଗତ ଦିନରେ ବଲିଉଡ ଫିଲ୍ମ ଅଭିନେତ୍ରୀ ସୁରେୟା ବହୁତ ଚର୍ଚ୍ଚାରେ ରହିଥିଲେ । ସେ ଦେବାନନ୍ଦଙ୍କୁ ବହୁତ ଭଲ ପାଉଥିଲେ । ନିଜର ଏକ ପୁସ୍ତକରେ ସୁରେୟା ଲେଖିଥିଲେ ଯେ ସେ କେବଳ ଦେବାନନ୍ଦଙ୍କ ପାଇଁ ବିବାହ କରିପାରି ନଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.