ବିବାହ ନ କରି ମା’ ହେବାକୁ ଏଭଳି କାମ କରିଥିଲେ ୪୩ ବର୍ଷୀୟା ଅଭିନେତ୍ରୀ ତନିଶା ମୁଖାର୍ଜୀ, ଏବେ ଖୋଲିଲେ ମୁହଁ

ଅଭିନେତ୍ରୀ କାଜୋଲଙ୍କ ଭଉଣୀ ତନିଶା ମୁଖାର୍ଜୀ ଏବେ ଫିଲ୍ମ ଦୁନିଆରୁ ଦୂରରେ ଥିଲେ ବି ନିଜ ବ୍ୟକ୍ତିଗତ କାରଣରୁ ଚର୍ଚ୍ଚାକୁ ଆସିଛନ୍ତି। କିଛି ଦିନ ତଳେ ତନିଶାଙ୍କୁ ନେଇ ଏକ ଖବର ଖୁବ୍‌ ଚର୍ଚ୍ଚା ହେଉଥିଲା। ଶୁଣିବାକୁ ମିଳୁଥିଲା ଯେ ତନିଶା ନିଜ ଡିମ୍ବାଣୁକୁ ଫ୍ରିଜ୍‌ କରିଛନ୍ତି। କିନ୍ତୁ ସେତେବେଳେ ତନିଶା ଏନେଇ ମୁହଁ ଖୋଲିନଥିଲେ। କିନ୍ତୁ ଏବେ ସେ ଏହି ବିଷୟରେ ନିଜ ମତ ରଖିଛନ୍ତି।

ତନିଶା କହିଛନ୍ତି, ଏବେ ତାଙ୍କୁ ୪୩ ବର୍ଷ। ଛୁଆ ପାଇଁ ଭବିଷ୍ୟତରେ କିଛି ସମସ୍ୟା ନ ହେଉ ଚିନ୍ତା କରି ୩୯ ବର୍ଷ ବେଳେ ସେ ନିଜ ଡିମ୍ବାଣୁକୁ ଫ୍ରିଜ୍‌ କରିଥିଲେ। କିନ୍ତୁ ତାଙ୍କୁ ଜଣେ ମିଷ୍ଟର ପରଫେକ୍ଟ ବା ମିଷ୍ଟର ରାଇଟ୍‌ ମିଳିଲେ ହିଁ ସେ ସନ୍ତାନ ଜନ୍ମ ଦେବେ ବୋଲି କହିଛନ୍ତି ତନିଶା। ତନିଶାଙ୍କ କହିବାନୁସାରେ, ଜଣେ ସନ୍ତାନ ପାଇଁ ବାପା ଓ ମା’ ଉଭୟେ ଗୁରୁତ୍ୱପୂର୍ଣ୍ଣ। କିଛି କାରଣ ଅଛି ବୋଲି ହିଁ ଭଗବାନ ଉଭୟ ପୁରୁଷ ଓ ନାରୀଙ୍କୁ ଜନ୍ମ ଦେଇଛନ୍ତି। ଏଣୁ ଯେବେ ତାଙ୍କୁ ତାଙ୍କ ମିଷ୍ଟର ରାଇଟ୍‌ ମିଳିଯିବ ସେତେବେଳେ ସେ ସନ୍ତାନ ଜନ୍ମ କରିବେ।

ସୂଚନାଯୋଗ୍ୟ ଯେ ତନିଶାଙ୍କୁ ଖୁବ୍‌ ଶୀଘ୍ର ‘ରୋଜୀ: ଦ ସାଫରନ୍‌ ଚାପ୍ଟର’ରେ ଦେଖିବାକୁ ମିଳିବ। ପୂର୍ବରୁ ତନିଶା ବିଗ୍‌ବସ୍‌, ଖତରୋଁ କେ ଖିଲାଡି ସମେତ କେତେକ କମେଡି ଶୋ’ରେ ମଧ୍ୟ ନଜର ଆସିସାରିଛନ୍ତି। କେବଳ ଏତିକି ନୁହେଁ, ତନିଶା ଏକ ଆମେରିକାନ୍‌ ଫିଲ୍ମ ‘କୋଡ ନେମ୍‌ ଅବ୍‌ଦୁଲ’ ମଧ୍ୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.