ତନୁଶ୍ରୀଙ୍କୁ ନେଇ ଚାଞ୍ଚଲ୍ଯକର ଖୁଲାସା କଲେ ଡ୍ରାମା କୁଇନ୍, ପଢ଼ନ୍ତୁ କଣ କହିଲେ ରାକ୍ଷୀ   

ମୁମ୍ବାଇ : ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଏବେ କିଛି ଦିନ ହେବ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ୧୦ ବର୍ଷ ପୂର୍ବେ ଆସିଥିବା ଫିଲ୍ମ ହର୍ନ ଓକେ ପ୍ଲିଜର ସୁଟିଂ ସମୟରେ ଅଭିନେତା ନାନା ପାଟେକର ତାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ଆଣିଥିଲେ ତନୁଶ୍ରୀ। ଏପରିକି ସେ ଯେତେବେଳେ ନାନା ପାଟେକରଙ୍କ କଥାରେ ରାଜି ହୋଇନଥିଲେ ଏହାପରେ ନାନା ଗୁଣ୍ଡା ପଠାଇ ତନୁଶ୍ରୀଙ୍କ ବାପା ମାଆଙ୍କୁ କାର ଭିତରେ ଅଚାନକ ଆକ୍ରମଣ କରିଥିବା କହିଥିଲେ। ତେବେ ଏବେ ନାନାପାଟେକର ତନୁଶ୍ରୀଙ୍କ ଉପରେ ମାନହାନି ମକଦ୍ଦମା କରିବାକୁ କହିଥିବା ବେଳେ ନାନାଙ୍କ ସପକ୍ଷରେ ଠିଆ ଉଠିଛନ୍ତି ବଲିଉଡ଼ର ଡ଼୍ରାମା କୁଇନ ତଥା ଆଇଟମ ଗର୍ଲ ରାକ୍ଷୀ ସାୱନ୍ତ। ଅପରପକ୍ଷରେ ତନୁଶ୍ରୀଙ୍କ ସପକ୍ଷରେ ଠିଆ ହୋଇଛନ୍ତି ପ୍ରିୟଙ୍କା ଚୋପ୍ରା, ଫରହାନ ଅଖତର, ସ୍ବରା ଭାସ୍କର ଏବଂ ଟ୍ବିଙ୍କିଲ ଖାନା ଆଦି କଳାକାର।

tanushree

ତେବେ ବି-ଟାଉନରେ ରାକ୍ଷୀ ସାୱନ୍ତଙ୍କୁ କଟ୍ରୋଭର୍ସି କୁଇନ କୁହାଯାଉଥିବା ବେଳେ ଏଠାରେ ତାଙ୍କର ବୟାନ ଏଥିପାଇଁ ମହତ୍ତ୍ବ ରଖୁଛି କାରଣ ହର୍ନ ଓକେ ପ୍ଲିଜ୍ ପିଲ୍ମର ଗୋଟିଏ ଗୀତରେ ତନୁଶ୍ରୀଙ୍କ ସ୍ଥାନରେ ରାକ୍ଷୀଙ୍କୁ ନିଆଯାଇଥିଲା। ରାକ୍ଷୀ ମିଡ଼ିଆ ସାମ୍ନାରେ ତାଙ୍କର ବୟାନ ରଖି କହିଛନ୍ତି, ମୁଁ ତନୁଙ୍କୁ ଫିଲ୍ମର ଏକ ଗୀତରେ ରିପ୍ଲେସ କରିଥିଲି। ସେ କହିଛନ୍ତି, ତନୁ ହଠାତ୍ ପିଲ୍ମର ଗୀତର ସୁଟିଂ ଅଧାରୁ ଛାଡ଼ି ପଳାଇଥିଲେ। ଏହି ସମୟରେ ମତେ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ଯଙ୍କର ଫୋନ ଆସିଥିଲା। ସେ କହିଥିଲେ ତମେ ସେଟରେ ଆସି ପହଞ୍ଚ ଗୋଟିଏ ଗୀତ ସୁଟ କରିବାର ଅଛି ଏବଂ ଗୀତ ମୁଁ କରୁଛି। ହଠାତ୍ ମୁଁ କିଛି ବୁଝିପାରି ନଥିଲି ଏହାପରେ ପୁଣି ନାନା ପାଟେକର ମଧ୍ୟ ତାଙ୍କୁ ଫୋନ କରିଥିଲେ ଏବଂ କହିଥିଲେ ତମେ ପ୍ଳିଜ୍ ଗୀତର ସୁଟିଂ କରିଦିଅ।

Nana-Tanu_d

ରାକ୍ଷୀ ଯେତେବେଳେ ସେଟରେ ପହଞ୍ଚି ଦେଖିଥିଲେ ତାଙ୍କ ଉପରେ ଗୀତଟି ଆଧାରିତ ହେବାର ଥିଲା। କିନ୍ତୁ ସେ ସବୁକିଛି ଛାଡ଼ି ତାଙ୍କ ଭ୍ଯାନିଟି ଭ୍ଯାନରେ ବସିଥିଲେ। ସେତେବେଳେ ଗଣେଶ ଆଚାର୍ଯ୍ଯଙ୍କର ଆସିଷ୍ଟାଣ୍ଡ ଡ଼େଜି ଶାହା ଥିଲେ। ସେ ମଧ୍ୟ ତନୁଶ୍ରୀଙ୍କୁ ୧୦ ଥର ତାଙ୍କୁ ଭ୍ଯାନ ପାଖକୁ ଡ଼ାକିବାକୁ ଯାଇଥିଲେ। କିନ୍ତୁ ସେକୌଣସି ଉତ୍ତର ଦେଇନଥିଲେ।

ନିଶ୍ଚିତ ପଢ଼ନ୍ତୁ : ନାୟିକାମାନଙ୍କୁ ସୁଟିଂ ସେଟରେ ପିଟନ୍ତି ନାନା ପାଟେକର ! କାହାର ଏପରି ବୟାନରେ ଦୋହଲିଯାଇଛି ବଲିଉଡ୍ ?

ଏହି ସମୟରେ ନାନାପାଟେକର ରାକ୍ଷୀଙ୍କୁ କହିଥିଲେ, ତମେ ଏହି ଗୀତକୁ ସମ୍ବାଳି ଦିଅ। ଏତେ ବଡ଼ ସେଟ ଲାଗିଛି ଏବଂ ୧୦୦ରୁ ଅଧିକ ଡ଼୍ଯାନ୍ସର ରହିଛନ୍ତି। ପ୍ରଡ଼୍ଯୁସରର ବହୁତ ଟଙ୍କା ଏଥିରେ ଲାଗିଛି। ଏହା ଶୁଣିବା ପରେ ରାକ୍ଷୀ ନିଜେ ତନୁଶ୍ରୀଙ୍କୁ ଡ଼ାକିବାକୁ ଯାଇଥିଲେ। କିନ୍ତୁ ସେ କୌଣସି ଉତ୍ତର ଦେଇନଥିଲେ। ପରେ ସେ ଫିଲ୍ମର ସେହି ଗୀତ କରିବା ପାଇଁ ମେକଅପ ଆଟିଷ୍ଟଙ୍କୁ ଡ଼କାଇଲେ ସେତେବେଳେ ସମସ୍ତ କଥା ଉପରୁ ପରଦା ଉଠିଲା।

tanushree-rakhi

ରାକ୍ଷୀଙ୍କ ବୟାନ ଅନୁଯାୟୀ , ତନୁଶ୍ରୀ ସେଦିନ ଡ଼୍ରଗ୍ସ ନେଇ ୪ଘଣ୍ଟା ବେହୋସ ପଡ଼ିଥିଲେ। ଆଜି ବଡ଼ବଡ଼ କଥା କହୁଥିବା ତନୁଙ୍କର ସତ କଥା ମୁଁ କହୁଛି। ଯେତେବେଳେ ମୁଁ ଗୀତଟିର ସୁଟ କରିଥିଲି ମୋତେ ତନୁ ନୋଟିସ ପଠାଇଥିଲେ। କିନ୍ତୁ ଫିଲ୍ମର ଟିମ ମୋର ସମର୍ଥନ କରିବା ସହ ରାକ୍ଷୀ ଆମର ଶେଷ ମୂହୂର୍ତ୍ତରେ ସାହାଯ୍ଯ କରିବା କଥା କହିଥିଲେ।

ନିଶ୍ଚିତ ପଢ଼ନ୍ତୁ : “ସେ ଦିନର ଘଟଣା ଭୁଲିବା ତନୁଶ୍ରୀଙ୍କ ପାଇଁ ଅସମ୍ଭବ” : ଇଶିତା ଦତ୍ତା

କଣ ରହିଛି ତନୁଶ୍ରୀଙ୍କ ଅଭିଯୋଗ

ତନୁଶ୍ରୀ କହିଛନ୍ତି ହର୍ଣ୍ଣ ଓକେ ପ୍ଲିଜ୍ ର ଏକ ଗୀତର ସୁଟିଂ ସମୟରେ ନାନା ପାଟେକର ତାଙ୍କୁ ହାତ ଧରି ଧକ୍କା ଦେଇଥିଲେ । ଏସବୁ ଗୀତର ଦୃଶ୍ୟ ନଥିଲେ ମଧ୍ୟ ତନୁଶ୍ରୀ ଚୁପ୍ ଥିଲେ । ପରେ ଯେତେବେଳେ ଏନେଇ ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କୁ ଅଭିଯୋଗ କରିଥିଲେ ଉତ୍ତର ମିଳିଥିଲା ଯେ ନାନା ଯାହା କହିବେ ଏବଂ କରିବେ ମାନିବାକୁ ପଡିବ । କେବଳ ଅସଦାଚରଣ ନୁହେଁ ବରଂ ଗୁଣ୍ଡାମାନଙ୍କ ଜରିଆରେ ତାଙ୍କ ଉପରେ ଆକ୍ରମଣ କରିଥିବା କଥା ମଧ୍ୟ କହିଥିଲେ ତନୁଶ୍ରୀ । ୨୦୦୮ରେ ନାନା ପାଟେକରଙ୍କ ବିରୋଧରେ ତନୁଶ୍ରୀ CINTAA ରେ ତାଙ୍କ ପ୍ରପର୍ଟି ଏବଂ ଖ୍ଯାତିକୁ କ୍ଷତି ପହଂଚାଇଥିବା ଅଭିଯୋଗ କରିଥିଲେ ।

tanushree-dutta

ନାନା ପାଟେକରଙ୍କ ଏହି ବ୍ଯବହାର ବିଷୟରେ ସମସ୍ତେ ଜାଣନ୍ତି । କିନ୍ତୁ କେହି ମୁହଁ ଖୋଲନ୍ତିନି । ଗରିବ ଚାଷୀମାନଙ୍କୁ ଅଳ୍ପ କିଛି ଟଙ୍କା ଦେଇଦିଅନ୍ତି ନାନା । ହେଲେ କେତେ ସାହାଯ୍ଯ କରନ୍ତି କେତେ ନକରନ୍ତି ତାହା କାହାକୁ ଜଣା ନାହିଁ । ସବୁକିଛି କେବଳ ଦେଖାଇବା ପାଇଁ କରନ୍ତି ।

ତନୁଶ୍ରୀଙ୍କ ଅଭିଯୋଗ ପରେ କଣ କହିଛନ୍ତି ନାନାପାଟେକର

nana

ଅଭିନେତା ନାନା ପାଟେକର କହିଛନ୍ତି, ମୁଁ ବର୍ତ୍ତମାନ ଏକ ପିଲ୍ମର ସୁଟିଂରେ ଜେସଲମେରରେ ରହିଛି। ମୁଁ ୭-୮ ଅକ୍ଟୋବରରେ ମୁମ୍ବାଇ ପହଞ୍ଚିବାର ତୁରନ୍ତ ପରେ ଏକ ସାମ୍ବାଦିକ ସମ୍ମିଳନୀ କରିବି। ସେଠାରେ ମୁଁ ସମସ୍ତ ପ୍ରଶ୍ନର ଉତ୍ତର ଦେବି। ଯିଏ ଯାହା ଚାହୁଁଛନ୍ତି ମତେ ବିନା କୌଣସି ଦ୍ବନ୍ଦରେ ପଚରା ପାରିବେ। ମୋ ପାଖେ କଥା ଲୁଚାଇବାର କୌଣସି କାରଣ ରହିନାହିଁ।

ଘଟଣାଟି ମିଡ଼ିଆରେ ବହୁ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ କଥାଟି କେତେ ଦୂର ସତ ତାହା ସମୟ ଆସିଲେ ଜଣାପଡ଼ିବ । କିଛି ଲୋକ ଏହାକୁ ତନୁଶ୍ରୀଙ୍କ ପବ୍ଲିସିଟି ଷ୍ଟଣ୍ଟ ବୋଲି କହୁଛନ୍ତି।

Leave A Reply

Your email address will not be published.