ନାୟିକାମାନଙ୍କୁ ସୁଟିଂ ସେଟରେ ପିଟନ୍ତି ନାନା ପାଟେକର ! କାହାର ଏପରି ବୟାନରେ ଦୋହଲିଯାଇଛି ବଲିଉଡ୍ ?

ବିଗ୍ ବସରେ ହେବାକୁ ଯାଉଛି ଏକ ଟୁଇଷ୍ଟ୍ । ୱାଇଲ୍ଡ କାର୍ଡରେ ଏଣ୍ଟ୍ରି କରିପାରନ୍ତି ତନୁଶ୍ରୀ ଦତ୍ତ ଏବଂ ଭଉଣୀ ଇଶିତା ଦତ୍ତ । ତେବେ ଏହି ଦୁଇ ଜଣ କେବେ ବିଗ୍ ବସରେ ପ୍ରତିଯୋଗୀ ହୋଇ ଏଣ୍ଟି କରିବେ ତାହା ପର କଥା । କିନ୍ତୁ ତନୁଶ୍ରୀଙ୍କ ଗୋଟିଏ ବୟାନ୍ ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ବଲିଉଡର ଲୋକପ୍ରିୟ ଅଭିନେତା ନାନା ପାଟେକରଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି ତନୁଶ୍ରୀ । MeToo ଅଭିଯାନରେ ତନୁଶ୍ରୀ କହିଛନ୍ତି ଅଭିନେତ୍ରୀ ମାନଙ୍କୁ ସୁଟିଂ ସେଟରେ ପିଟନ୍ତି ନାନା ପାଟେକର । ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତେ ଜାଣନ୍ତି ମହିଳାମାନଙ୍କ ପ୍ରତି ନାନା ପାଟେକରଙ୍କ ବ୍ଯବହାର ଠିକ୍ ନୁହେଁ  ।

nana tanushree

ତନୁଶ୍ରୀ କହିଛନ୍ତି ହର୍ଣ୍ଣ ଓକେ ପ୍ଲିଜ୍ ର ଏକ ଗୀତର ସୁଟିଂ ସମୟରେ ନାନା ପାଟେକର ତାଙ୍କୁ ହାତ ଧରି ଧକ୍କା ଦେଇଥିଲେ । ଏସବୁ ଗୀତର ଦୃଶ୍ୟ ନଥିଲେ ମଧ୍ୟ ତନୁଶ୍ରୀ ଚୁପ୍ ଥିଲେ । ପରେ ଯେତେବେଳେ ଏନେଇ ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କୁ ଅଭିଯୋଗ କରିଥିଲେ ଉତ୍ତର ମିଳିଥିଲା ଯେ ନାନା ଯାହା କହିବେ ଏବଂ କରିବେ ମାନିବାକୁ ପଡିବ । କେବଳ ଅସଦାଚରଣ ନୁହେଁ ବରଂ ଗୁଣ୍ଡାମାନଙ୍କ ଜରିଆରେ ତାଙ୍କ ଉପରେ ଆକ୍ରମଣ କରିଥିବା କଥା ମଧ୍ୟ କହିଥିଲେ ତନୁଶ୍ରୀ । ୨୦୦୮ରେ ନାନା ପାଟେକରଙ୍କ ବିରୋଧରେ ତନୁଶ୍ରୀ CINTAA ରେ ତାଙ୍କ ପ୍ରପର୍ଟି ଏବଂ ଖ୍ଯାତିକୁ କ୍ଷତି ପହଂଚାଇଥିବା ଅଭିଯୋଗ କରିଥିଲେ ।

ଏହା ସହ ପଢନ୍ତୁ : ହୋଟେଲ୍ ଡାକି ଜବରଦସ୍ତ କରିଥିଲେ କିସ୍ ! ଅନୁପଙ୍କ ଗୁମର ଖୋଲିଲେ ଏହି ମଡେଲ୍

ନାନା ପାଟେକରଙ୍କ ଏହି ବ୍ଯବହାର ବିଷୟରେ ସମସ୍ତେ ଜାଣନ୍ତି । କିନ୍ତୁ କେହି ମୁହଁ ଖୋଲନ୍ତିନି । ଗରିବ ଚାଷୀମାନଙ୍କୁ ଅଳ୍ପ କିଛି ଟଙ୍କା ଦେଇଦିଅନ୍ତି ନାନା । ହେଲେ କେତେ ସାହାଯ୍ଯ କରନ୍ତି କେତେ ନକରନ୍ତି ତାହା କାହାକୁ ଜଣା ନାହିଁ । ସବୁକିଛି କେବଳ ଦେଖାଇବା ପାଇଁ କରନ୍ତି ।

nana ଅନ୍ଯପଟେ ତନୁଶ୍ରୀଙ୍କ ଏହି ଅଭିଯୋଗ ପରେ ୨୦୦୮ରେ ଏକ ସାମ୍ବାଦିକ ସମ୍ମିଳନୀ କରି ନାନା ପାଟେକର କହିଥିଲେ , ତନୁଶ୍ରୀ ମୋର ଝିଅ ପରି । ହେଲେ ଏପରି ଅଭିଯୋଗ କାହିଁକି ଆଣୁଛନ୍ତି ମୁଁ ଜାଣିନି । ଇଣ୍ଡଷ୍ଟ୍ରିରେ ୩୫ ବର୍ଷ ହୋଇଗଲାଣି କାମ କରିବାର । କିନ୍ତୁ ଆଜି ଯାଏଁ ଏଭଳି କେହି କହିନଥିଲେ ।

ସୂଚନାଯୋଗ୍ଯ, ଆଶିକ୍ ବନାୟା ଆପନେ , ଚକଲେଟ୍ ଏବଂ ଢୋଲ୍ ଫିଲ୍କରୁ ଚର୍ଚ୍ଚାକୁ ଆସିଥିବା ତନୁଶ୍ରୀ ପ୍ରାୟ ଦୁଇ ମାସ ହେବ ଅଛନ୍ତି ଭାରତରେ । ତେବେ ସିନେମା ଆଶିକ୍ ବନାୟା ଆପନେରୁ ରାତାରାତି ଖୁବ୍ ଚର୍ଚ୍ଚା ସାଉଁଟି ଥିବା ତନୁଶ୍ରୀ ରାତାରାତି ଗାୟବ ମଧ୍ୟ ହୋଇଯାଇଥିଲେ। ରାତାରାତି ସେନ୍ସେସନ୍ ପାଲଟିଯାଇଥିବା ତନୁଶ୍ରୀଙ୍କ ପଛରେ ହଟ୍ ନାୟିକାର ଟ୍ୟାଗ୍ ସତ ,ହେଲେ ହିଟ୍ ହୋଇପାରିଲେନି । ହାତ ଗଣତି କିଛି ମୁଭି କରି ବଲିଉଡକୁ କହିଥିଲେ ବାଏ ବାଏ । ଚର୍ଚ୍ଚା ହୋଇଥିଲା ଯେ ଆଧ୍ୟାତ୍ମିକ ଦିଗକୁ ଆକର୍ଷିତ ହୋଇ ଫିଲ୍ମ ଲାଇନରୁ ଦୂରେଇ ଯାଇଛନ୍ତି । କିନ୍ତୁ ସତ କଣ ଏହା କେବଳ ସେ ନିଜେ ହିଁ ଜାଣିଥିଲେ । ହେଲେ ସମସ୍ତଙ୍କୁ ଆଗରେ ମୁହଁ ଖୋଲିଛନ୍ତି ତନୁଶ୍ରୀ । ତନୁଶ୍ରୀଙ୍କ କହିବା ଅନୁଯାୟୀ ତାଙ୍କ ସିନେମା କ୍ୟାରିୟରର ଅସଲ ଖଳନାୟକ ହେଉଛନ୍ତି ନାନା ପାଟେକର୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.