ନାନା ପାଟେକରଙ୍କ ପାଇଁ ବଲିଉଡକୁ ବାଏ ବାଏ କହିଥିଲେ ତନୁଶ୍ରୀ, ଅଶାଳୀନ ଭାବରେ ଛୁଇଁବାକୁ ଚେଷ୍ଟା କରିଥିଲେ ଏହି ଲୋକପ୍ରିୟ ଅଭିନେତା

ବହୁ ଚର୍ଚ୍ଚିତ ରିୟଲିଟି ସୋ ବିଗ୍ ବସରେ ନଜର ଆସି ପାରନ୍ତି ତନୁଶ୍ରୀ ଦତ୍ତ । ଆଶିକ୍ ବନାୟା ଆପନେ , ଚକଲେଟ୍ ଏବଂ ଢୋଲ୍ ଫିଲ୍କରୁ ଚର୍ଚ୍ଚାକୁ ଆସିଥିବା ତନୁଶ୍ରୀ ପ୍ରାୟ ଦୁଇ ମାସ ହେବ ଅଛନ୍ତି ଭାରତରେ । ତେବେ ସିନେମା ଆଶିକ୍ ବନାୟା ଆପନେରୁ ରାତାରାତି ଖୁବ୍ ଚର୍ଚ୍ଚା ସାଉଁଟି ଥିବା ତନୁଶ୍ରୀ ରାତାରାତି ଗାୟବ ମଧ୍ୟ ହୋଇଯାଇଥିଲେ। ରାତାରାତି ସେନ୍ସେସନ୍ ପାଲଟିଯାଇଥିବା ତନୁଶ୍ରୀଙ୍କ ପଛରେ ହଟ୍ ନାୟିକାର ଟ୍ୟାଗ୍ ସତ ,ହେଲେ ହିଟ୍ ହୋଇପାରିଲେନି । ହାତ ଗଣତି କିଛି ମୁଭି କରି ବଲିଉଡକୁ କହିଥିଲେ ବାଏ ବାଏ । ଚର୍ଚ୍ଚା ହୋଇଥିଲା ଯେ ଆଧ୍ୟାତ୍ମିକ ଦିଗକୁ ଆକର୍ଷିତ ହୋଇ ଫିଲ୍ମ ଲାଇନରୁ ଦୂରେଇ ଯାଇଛନ୍ତି । କିନ୍ତୁ ସତ କଣ ଏହା କେବଳ ସେ ନିଜେ ହିଁ ଜାଣିଥିଲେ । ହେଲେ ସମସ୍ତଙ୍କୁ ଆଗରେ ମୁହଁ ଖୋଲିଛନ୍ତି ତନୁଶ୍ରୀ । କାହିଁକି କହିଲେ ବଲିଉଡକୁ ଅଲବିଦା ଜାଣନ୍ତୁ ଅସଲ କାରଣ ।

ତନୁଶ୍ରୀଙ୍କ କହିବା ଅନୁଯାୟୀ ତାଙ୍କ ସିନେମା କ୍ୟାରିୟରର ଅସଲ ଖଳନାୟକ ହେଉଛନ୍ତି ନାନା ପାଟେକର୍ । ଘଟଣାଟି ହେଉଛି ୨୦୦୮ର ସିନେମା ‘ହର୍ଣ୍ଣ ଓକେ ପ୍ଲିଜ୍’ର ସୁଟିଂ ସମୟର । ଏହି ସିନେମାରେ ଏକ ଆଇଟମ୍ ଗୀତରେ ତନୁଶ୍ରୀଙ୍କ ସହ ନାନା ପାଟେକର୍ ମଧ୍ୟ ଥିଲେ । ତେବେ ତନୁଶ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଡ୍ୟାନ୍ସ ବେଳେ ହଠାତ୍ ନାନା ପାଟେକର୍ ତାଙ୍କୁ ଅଶାଳୀନ ଭାବରେ ଛୁଇଁବାକୁ ଲାଗିଥିଲେ । ଏବଂ ନିକଟତର ହେବାକୁ ଲାଗିଥିଲେ ନାନା ପାଟେକର୍ । ଯେଉଁଥିରେ ତନୁଶ୍ରୀ ଭୟରେ ପଳାଇଯାଇଥିଲେ ।

ଏହା ସହ ପଢନ୍ତୁ ସଲମାନଙ୍କୁ ଛାତିରେ ଚୁଟି ରଖିବା ପାଇଁ କହି ଫିଲ୍ମରୁ ଆଉଟ୍ ହୋଇଥିଲେ ଅନୁରାଗ୍ ! ପରେ ସୁପରହିଟ୍ ହୋଇଥିଲା ସିନେମା

ଏନେଇ ନାନା ପାଟେକରଙ୍କ ବିରୋଧରେ ଏଫଆଇଆର୍ ମଧ୍ୟ ଦେଇଥିଲେ ତନୁଶ୍ରୀ । କିନ୍ତୁ ଏହାର କୌଣସି ପ୍ରଭାବ ପଡିନଥିଲା ନାନା ପାଟେକରଙ୍କ ଉପରେ । ହେଲେ ତନୁଶ୍ରୀ ସ୍ଥାନରେ ରାକ୍ଷୀ ସାୱନ୍ତଙ୍କୁ ନିଆଯାଇଥିଲା ଏହି ଗୀତରେ । ଏହା ପରେ ଧୀରେ ଧୀରେ ତନୁଶ୍ରୀଙ୍କୁ ସିନେମା ମିଳିବା ବନ୍ଦ ହୋଇଗଲା । କିଛି ଦିନ ପରେ ବଲିଉଡରୁ ଗାୟବ ହୋଇଗଲେ ତନୁଶ୍ରୀ । ନାନା ପାଟେକରଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିବାରେ ତନୁଶ୍ରୀ ହେଉଛନ୍ତି ପଥମ ଅଭିନେତ୍ରୀ । ତେଣୁ ସିନେମା ନମିଳିବା ପଛରେ କୁଆଡେ ନାନା ପାଟେକରଙ୍କ ହାତ ରହିଛି ବୋଲି କହିଛନ୍ତି ତନୁଶ୍ରୀ ।

ତେବେ କିଛି ଦିନ ଆଧ୍ୟାତ୍ମିକ ଜୀବନ ବିତାଇବା ପରେ ଆମେରିକାରେ ରହିଥିଲେ ତନୁଶ୍ରୀ । ଶୁଣିବାକୁ ମିଳୁଛି ଭଉଣୀ ଇଷିତାଙ୍କ ସହ ରିୟଲିଟି ସୋରେ ନଜର ଆସିପାରନ୍ତି । ଏବେ ଏହି ଖବର ଶୁଣିବା ପରେ ଲାଗୁଛି ଏହି ସୋ ମାଧ୍ୟମରେ ନିଜ ମନ କଥା କହିପାରନ୍ତି ତନୁଶ୍ରୀ । ଯଦି ଏମିତି ହୁଏ ତେବେ ନାନା ପାଟେକରଙ୍କୁ ଅନେକ ପ୍ରଶ୍ନର ସାମ୍ନା କରିବାକୁ ପଡିପାରେ ।

Leave A Reply

Your email address will not be published.