ସାମ୍ବାଦିକ ମାନଙ୍କ ସହିତ ମୁହାଁମୁହିଁ ହେଲେ ତାପସି ପନୁ, ବିଗିଡି ଯାଇ କହିଲେ ଏମିତି କିଛି

ବର୍ତ୍ତମାନ ସମୟରେ ତାପସ୍ୱୀ ପନୁ ନିଜ ଆଗାମୀ ଫିଲ୍ମ “ଦୋବାରା”କୁ ନେଇ ବ୍ୟସ୍ତ ଅଛନ୍ତି  । ସୋମବାର ଏହି ଅଭିନେତ୍ରୀ ଜଣଙ୍କର ମୁମ୍ବାଇରେ କିଛି ସାମ୍ବାଦିକଙ୍କ ସହିତ ଯୁକ୍ତି ତର୍କ ହୋଇଥିଲା  । ଯାହା ବିଭିନ୍ନ ସୋସିଆଲ ମିଡିଆ ମାନଙ୍କରେ ବି ଖୁବ ଭାଇରାଲ ହୋଇଥିଲା  । ତପସ୍ୱୀ ପନୁ ନିଜ ଆଗାମୀ ଫିଲ୍ମ “ଦୋବାରା”ର ପ୍ରମୋସନରେ ବ୍ୟସ୍ତ ଥିବାବେଳେ ହିଁ ଏହି ଘଟଣା ଘଟିଥିବା ଜଣାଯାଇଛି  । କଥା କଣ ହୋଇଛି ନା “ଦୋବାରା”ର ପ୍ରମୋସନ ପାଇଁ ତପସ୍ୱୀ ଏକ ଉତ୍ସବରେ ଯୋଗ ଦେବାକୁ ଥିବା ବେଳେ ସେଠାରେ ପହଂଚିବାରେ ତାଙ୍କର ବିଳମ୍ବ ହୋଇଥିଲା  । ଆଉ ତାହାକୁ ନେଇ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ସାମ୍ବାଦିକ ମାନେ ଭଡକୀ ଯାଇଥିଲେ  । ଆଉ ତପସୀ ଘଟଣା ସ୍ଥଳରେ ପହଂଚିବା ପରେ ଜଣେ କ୍ୟାମେରା ମ୍ୟାନ ତାଙ୍କୁ ପଚାରୀ ଦେଇଥିଲେକି ଆପଣ କାହିଁକି ଲେଟରେ ପହଁଚିଲେ । ଖାଲି ସେତିକି ନୁହେଁ ଏନେଇ ତପସିଙ୍କୁ ଦୋଷ ମଧ୍ୟ ଦେଲେ  ।

tapasi

image credit: catch news

ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ମାନେ ଦେଖିପାରିବେ ତାପସି କିପରି ନିର୍ଦ୍ଧାରିତ ସ୍ଥାନରେ ପହଂଚି ତତକ୍ଷଣାତ ଭିତରକୁ ପଶିଯାଇଥିଲେ । ଏମିତିକି ସେଠାରେ ଉପସ୍ଥିତ ଥିବା ସାମ୍ବାଦିକ ମାନଙ୍କୁ ପୋଜ ବି ଦେଇନଥିଲେ । ଆଉ ଏନେଇ ସେଠାରେ ଉପସ୍ଥିତଥିବା କ୍ୟାମେରା ମାନେ ଟିକେ ଭଡକୀ ଯାଇଥିଲେ । ତାଙ୍କ କହିବା ଅନୁଯାୟୀ ସେମାନେ ସେଠାରେ ତାପସିଙ୍କୁ ଦୀର୍ଘ ଦୁଇ ଘଣ୍ଟା ଧରି ଅପେକ୍ଷା କରିଥିବା ବେଳେ କ୍ୟାମେରା ମ୍ୟାନଙ୍କୁ ପୋଜ ଦେବାକୁ ତାଙ୍କ ପାଖରେ ମାତ୍ର କିଛି ମିନିଟ ବି ସମୟ ନଥିଲା । ସାମ୍ବାଦିକଙ୍କ ପ୍ରଶ୍ନରେ ସେ ଉତ୍ତର ଦେଇଥିଲେକି ତାଙ୍କ କାର୍ଯ୍ୟସାରଣୀ ପୂର୍ବରୁ ପ୍ରସ୍ତୁତ ହୋଇଥିଲା । ଆଉ ସେ ତାହାକୁ ହିଁ ନିଭାଉଥିଲେ । ହିନ୍ଦୀରେ ସେ ସାମ୍ବାଦିକଙ୍କୁ କହିଥିଲେ, “‘ମୁଝେ ଜୋ ବୋଲା ଗୟା ମେଁ କର ରହି ହୁଁ, ଆପ ମେରେ ପେ କ୍ୟୁନ ଚିଲ୍ଲା ରହେ ହୋ ? ଆପ ଲୋଗ ତୋ ଏସେ ବୋଲ ରହେ ହେଁ ଯେସେ ମେନେ ହିଁ ଆପ ଲୋଗୋ କୋ ଇଧର ବୁଲାୟା ହେ  ।”

ଏହା ସହ ତପସ୍ୱୀ ସାମ୍ବାଦିକ ମାନଙ୍କୁ ନିବେଦନ କରିଥିଲେକି ତାଙ୍କ ସହିତ ଭଦ୍ରାମିରେ କଥା ହୁଅନ୍ତୁ | ପରସ୍ପର ପରସ୍ପର ସହିତ ସମାନର ସହିତ କଥା ହେବା ହିଁ ବୁଦ୍ଧିମାନର ବିଷୟ | ଯେବେକି ଅନ୍ୟ ଫୋଟୋଗ୍ରାଫର ମାନେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରିଥିଲେ | କ୍ୟାମେରା ଏବେ ମୋ ଉପରେ ଥିବାରୁ ମୋ ପକ୍ଷ ହିଁ ଯାହା ଦେଖାଯାଉଛି | ଅନ୍ୟମାନଙ୍କ ଭୁଲ ସାମ୍ନାକୁ ଆସୁନାହିଁ | ଆପଣଙ୍କ ଅନୁସାରେ ଆପଣ ମାନେ ସବୁବେଳେ ଠିକ ଥାନ୍ତି | ଯେବେକି ଅଭିନେତ୍ରୀ ମାନଙ୍କୁ ଦୋଷୀ ଭାବେ ଧରାଯାଏ | “ଦୋବାରା”ର ନିର୍ଦ୍ଦେଶନା ଦେଇଛନ୍ତି ଏକତା କପୁର |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.