ଜୀବନ ହାରିଦେଲେ ସିନେମା ଜଗତର ଏହି ଜଣାଶୁଣା ଅଭିନେତା; ସ୍ତ୍ରୀ ସହିତ ଝଗଡ଼ା ହେବାରୁ କମ୍‌ ବୟସରେ ଚାଲିଗଲେ ଆରପାରିକୁ

ବିଗତ କିଛି ଦିନ ଧରି ଲଗାତାର ଭାବେ ଲୋକମାନେ ନିଜ ଜୀବନ ନିଜେ ନେବା ଭଳି ଖବର ସାମ୍ନାକୁ ଆସିବାରେ ଲାଗିଛି। କେବଳ ସାଧାରଣ ଲୋକଙ୍କ ଜୀବନରେ ନୁହେଁ, ବରଂ ମନୋରଞ୍ଜନ ଜଗତରୁ ମଧ୍ୟ ସେଲିବ୍ରିଟିମାନେ ଜୀବନ ହାରିଥିବା ଖବର ଶୁଣିବାକୁ ମିଳୁଛି। ନିକଟରେ ୩୪ ବର୍ଷୀୟ ଜଣେ ଲୋକପ୍ରିୟ ଅଭିନେତା ନିଜର ଜୀବନ ହାରି ଦେଇଛନ୍ତି। ସେ ମାତ୍ର ୩୪ ବର୍ଷ ବୟସରେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି। ଏହି ଅଭିନେତା ହେଲେ ତାମିଲ ସିନେମାର ଜଣାଶୁଣା ନିର୍ଦ୍ଦେଶକ ତଥା ଟିଭି ଆକ୍ଟର ଲୋକେଶ ରାଜେନ୍ଦ୍ରନ।

ଲୋକେଶ ଶିଶୁ କଳାକାର ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଧୀରେ ଧୀରେ ସେ ଇଣ୍ଡଷ୍ଟ୍ରୀରେ ଏକ ଲୋକପ୍ରିୟ ଚେହେରା ପାଲଟି ଯାଇଥିଲେ। ଏବେ ମିଡିଆ ରିପୋର୍ଟରୁ ଜଣାପଡ଼ିଛି ଯେ ଲୋକେଶଙ୍କର ଦୀର୍ଘ ଦିନ ଧରି ନିଜ ପତ୍ନୀଙ୍କ ସହ ବିବାଦ ଲାଗି ରହିଥିଲା। ଖବର ମୁତାବକ, ଲୋକେଶ ବିବାହିତ ଥିଲେ ଏବଂ ତାଙ୍କର ଦୁଇ ସନ୍ତାନ ଅଛନ୍ତି। ଲୋକେଶଙ୍କ ବାପା କହିଛନ୍ତି କି, ପ୍ରାୟ ମାସେ ତଳେ ମୁଁ ଜାଣିବାକୁ ପାଇଥିଲି ଯେ ଲୋକେଶ ଓ ତା’ର ସ୍ତ୍ରୀ ମଧ୍ୟରେ କିଛି ବିବାଦ ଚାଲିଛି। ୪ ଦିନ ତଳେ ହିଁ ଲୋକେଶର ସ୍ତ୍ରୀ ତରଫରୁ ଛାଡ଼ପତ୍ର ପାଇଁ ଆଇନଗତ ନୋଟିସ ଆସିଥିଲା। ପୁଅ ଏହି ସବୁକୁ ନେଇ ବହୁତ ଚିନ୍ତିତ ଥିଲା। ଲୋକେଶଙ୍କ ବାପା ଆହୁରି କହିଥିଲେ ଯେ ମୁଁ ତାକୁ ଶୁକ୍ରବାର ହିଁ ଶେଷ ଥର ପାଇଁ ଦେଖିଥିଲି। ତାକୁ କିଛି ଟଙ୍କା ଦରକାର ଥିଲା ଏବଂ ମୁଁ ତାକୁ ଦେଇଥିଲି।

ଏହି ମାମଲାରେ ପୋଲିସ କହିଛି କି, ଲୋକେଶ ପାରିବାରିକ ସମସ୍ୟାକୁ ନେଇ ପ୍ରତିଦିନ ମଦ ପିଇବା ଆରମ୍ଭ କରିଥିଲେ ଏବଂ ତାଙ୍କୁ ପ୍ରାୟତଃ ଚେନ୍ନାଇ ମୁଫସିଲ ବସ୍ ଟର୍ମିନାସ ପାଖରେ ଶୋଇଥିବାର ଦେଖାଯାଉଥିଲା। ଲୋକେଶ ସିରିଏଲ ‘ମରମାଦେଶମ୍‌’ରେ ଶିଶୁ କଳାକାର ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସେ ମୋଟ ୧୫୦ଟି ସିରିଏଲରେ କାମ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.