ଟାଇଗର ଏବଂ ଦିଶାଙ୍କ ବ୍ରେକଅପ୍‌ ! ଭାଙ୍ଗିଗଲା କି ୬ ବର୍ଷର ସଂପର୍କ

ଟାଇଗର ଶ୍ରଫ ଏବଂ ଦିଶାଙ୍କ ଫ୍ୟାନ୍ସଙ୍କ ପାଇଁ ଅଶୁଭ ଖବର। ଦୁହେଁ ଏବେ ସଂପର୍କ ଭାଙ୍ଗିବାକୁ ଯାଉଛନ୍ତି। ଟାଇଗର ଏବଂ ଦିଶା ପରସ୍ପରକୁ ୬ ବର୍ଷ ହେଲାଣି ଡେଟ୍‌ କରୁଛନ୍ତି। କିନ୍ତୁ ଏବେ ଶୁଣିବାକୁ ମିଳୁଛି କି, ଦୁହେଁ ବ୍ରେକଅପ୍‌ କରିବାକୁ ଯାଉଛନ୍ତି। ଏହି ଖବର ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। କିନ୍ତୁ ଏବେ ଏମାନଙ୍କ ତରଫରୁ କୌଣସି ସୂଚନା ମିଳିନାହିଁ।

ତେବେ ମିଡିଆ ରିପୋର୍ଟ ମୁତାବକ, ଟାଇଗର ଏବଂ ଦିଶା ଦୁହେଁ ୬ ବର୍ଷର ସମ୍ପର୍କକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ଦୁଇ ବର୍ଷ ହେଲାଣି ଏମାନଙ୍କ ଭିତରେ ମତଭେଦ ଦେଖାଦେଇଥିଲା। ତେଣୁ ଦୁହେଁ ବ୍ରେକ୍‌ ଅପ୍‌ କରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି। ପ୍ରଶ୍ନ ଉଠିଛି କି ଦୁହିଁଙ୍କ ମଧ୍ୟରେ ଏପରି କଣ ହେଲା । ଯେଉଁଥିପାଇଁ ଦୁହେଁ ହଠାତ୍‌ ଅଲଗା ହେବାର ନିଷ୍ପତ୍ତି ନେଲେ । ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ଖବର ଭାଇରାଲ୍‌ ହେବାରେ ଲାଗିଛି । ହେଲେ ଦୁଇ ଜଣଙ୍କ ପକ୍ଷରୁ କୌଣସି ସୂଚନା ମିଳି ନାହିଁ । ଶୁଣିବାକୁ ମିଳିଛି କି ଗତ ଏକ ବର୍ଷ ଧରି ସେମାନଙ୍କ ସମ୍ପର୍କରେ ଉତ୍ଥାନ-ପତନ ଘଟିଥିଲା । ଯାହା ଧିରେ ଧିରେ ବଢିବାରେ ଲାଗିଲା।

ଟାଇଗର ଶ୍ରଫଙ୍କର ଜଣେ ବନ୍ଧୁ ଏହାକୁ କନଫର୍ମ କରିଛନ୍ତି। ସେ କହିଛନ୍ତି, ସେମାନଙ୍କର ବ୍ରେକଅପ୍‌ ବହୁତ ପୂର୍ବରୁ ହୋଇସାରିଛି। ଦୁହିଁଙ୍କ ମଧ୍ୟରେ କିଛିଦିନ ଧରି ମନମାଳିନ୍ୟ ହୋଇଥିଲା। କିନ୍ତୁ କେବେ ସେମାନେ ମିଡିଆ ସାମ୍ନାରେ ଏହାକୁ ଜଣାଇନଥିଲେ। ଆମକୁ ଏ ବିଷୟରେ ଗତ କିଛି ସପ୍ତାହ ତଳେ ଜାଣିବାକୁ ମିଳିଥିଲା। ଆଉ ଟାଇଗର ଏବେ ନିଜ କାମ ଉପରେ ଫୋକସ କରୁଛନ୍ତି । ସେ ଲଣ୍ଡନରେ ସୁଟିଂ କରୁଛନ୍ତି। ତେଣୁ ବ୍ରେକଅପ୍‌ ତାଙ୍କ ଉପରେ କୌଣସି ପ୍ରଭାବ ପକାଉ ନାହିଁ।

 

View this post on Instagram

 

A post shared by Tiger Shroff (@tigerjackieshroff)

ଟାଇଗର ଶ୍ରଫ ‘ ଗଣପତ ଏବଂ ବାଗୀ-୪’ର ସୁଟିଂରେ ବ୍ୟସ୍ତ ରହିଥିବା ବେଳେ ଦିଶା ‘ଏକ ଭିଲେନ ୨‘କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଟାଇଗରଙ୍କ ନୂଆ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା। କରନ ଜୋହରଙ୍କ ଅପକମିଂ ଫିଲ୍ମ ‘ସ୍କ୍ରୁ ଢିଲା’ର ଟ୍ରେଲର ରିଲିଜ ହୋଇଛି। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କରନ ଏହାର ଘୋଷଣା କରିଛନ୍ତି। ଏହି ଟ୍ରେଲରରେ ଟାଇଗର ଶ୍ରଫଙ୍କ ଅଲଗା ଅନ୍ଦାଜ ଦେଖିବାକୁ ମିଳିଛି। କରନ ଇନଷ୍ଟା ଏବଂ ଟ୍ଵିଟର ଆକାଉଣ୍ଟରେ ଏହି ଭିଡିଓ ସେୟାର କରି ଲେଖିଛନ୍ତି, ଏଣ୍ଟରଟେନମେଣ୍ଟ ଉଇଥ ସଲିଡ ପଞ୍ଚ, ସୁପର ଏକ୍ସଟାଇଟେଡ୍‌ ଉଇଥ ଟାଇଗର ଶ୍ରଫ। ଏହି ଫିଲ୍ମରେ ଟାଇଗର ଶ୍ରଫ ଏବଂ ରଶ୍ମିକା ମନ୍ଦାନା ଏକାଠି କାମ କରିବେ।

 

View this post on Instagram

 

A post shared by Karan Johar (@karanjohar)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.