ଟମ୍ କ୍ରୁଜ୍ ହେଉଛନ୍ତି ଦୁନିଆର ସବୁଠୁ ଦାମୀ ଅଭିନେତା, ଗୋଟିଏ ଫିଲ୍ମ ପାଇଁ ନିଅନ୍ତି ୮୦୦ କୋଟିରୁ ଅଧିକ

କେବଳ ଭାରତୀୟମାନେ ନୁହନ୍ତି, ସାରା ଦୁନିଆରେ ଅଧିକାଂଶ ଲୋକ ଫିଲ୍ମ ତାରକାଙ୍କ ବିଷୟରେ ସବୁ କିଛି ଜାଣିବା ପାଇଁ ଭାରି ଆଗ୍ରହ ରଖନ୍ତି । ଆଉ ସେହି ଅନୁସାରେ ଫିଲ୍ମ ନିର୍ମାଣରେ ସବୁଠାରୁ ଆଗୁଆ ହେଉଛି ହଲିଉଡ୍‌ । ଏଇ ହଲିଉଡ୍‌କୁ ଲୋକେ କପି କରି ଭାରତରେ ନାଁ ଦେଲେ ବଲିଉଡ୍‌, ଟଲିଉଡ୍‌ ଓ ଓଲିଉଡ୍‌ ଭଳି ନାଁ । ତେବେ ସେ ଯାହା େଉନା କାହିଁକି ଏସବୁ ସିନେମାରେ ଅଭିନୟ କରୁଥିବା କଳାକାରମାନେ କେତେ ପାରିଶ୍ରମିକ ପାଆନ୍ତି ତାକୁ ନେଇ ଏବେବି ସମସ୍ତଙ୍କ ମନରେ ସନ୍ଦେହ ରହିଥାଏ । କାରଣ ପ୍ରକୃତରେ ଆଗଧାଡ଼ିର କଳାକାରମାନେ କୋଟି କୋଟି ଟଙ୍କା ଆୟ କରନ୍ତି ବୋଲି ଚର୍ଚ୍ଚା ହୁଏ । ତଥାପି କେହି ନିର୍ଦ୍ଦିଷ୍ଟ ଭାବେ କହି ପାରିବେନି କି କେଉଁ ଅଭିନେତା କେତେ ଟଙ୍କା ନିଅନ୍ତି । ଯଦି ଆମେ ହଲିଉଡ୍ କଥା କହିବା ସେଠି କିନ୍ତୁ ଅଭିନେତାମାନେ ବହୁକୋଟି ଟଙ୍କା ରୋଜଗାର କରିଥାନ୍ତି । ଆଉ ହଲିଉଡ୍‌ର ସବୁଠାରୁ ହ୍ୟାଣ୍ଡସମ୍‌ ସୁପରଷ୍ଟାରଙ୍କ ବିଷୟରେ ଯଦି କଥା ହେବୁ ତେବେ ସେ ହେଉଛନ୍ତି ଟମ୍‌ କ୍ରୁଜ। ଯାହାଙ୍କ ପାଇଁ ଅନେକଙ୍କ ମନରେ ଭୀଷଣ କ୍ରେଜ ରହିଛି। ଏମିତିକି ବଲିଉଡ୍‌ର ବହୁ ହିରୋଇନଙ୍କର ବି ଟମ୍‌ କ୍ରୁଜ୍‌ ହେଉଛନ୍ତି ପ୍ରଥମ ପସନ୍ଦ । କହିବାକୁ ଗଲେ ଫିଲ୍ମ ଦେଖିବାକୁ ପସନ୍ଦ କରୁଥିବା କେହି ଏମିତି ନଥିବେ ଯିଏକି ତାଙ୍କର ଅଭିନୟ ଓ ସୁନ୍ଦର ଚେହରା ପାଇଁ ପାଗଳ ନୁହେଁ। ଜୀବନରେ ଅନେକ ପ୍ରତିବନ୍ଧକକୁ ଟପି ନିଜକୁ ଜଣେ ଭଲ କଳାକାର ଭାବରେ ପ୍ରତିଷ୍ଠିତ କରିଛନ୍ତି। ଟମ୍ କ୍ରୁଜ୍ ପ୍ରାୟତଃ ଆକ୍ସନ୍ ଫିଲ୍ମରେ ଦେଖା ଯାଆନ୍ତି। ଟମ୍‌ ଏମିତି ଜଣେ ଅଭିନେତା ଯାହାଙ୍କ ନାଁରେ ହିଁ ଫିଲ୍ମ ହିଟ୍ ହୋଇଯାଏ। ହେଲେ ଆପଣ କ’ଣ ଜାଣିଛନ୍ତି କି ଏଇ ସୁପରଷ୍ଟାର ଟମ୍ କ୍ରୁଜ୍ ହେଉଛନ୍ତି ଦୁନିଆର ସବୁଠାରୁ ଦାମୀ କଳାକାର। ଯେଉଁଥି ପାଇଁ ସେ କୌଣସି ବି ଫିଲ୍ମ କଲେ ପ୍ରଯୋଜକମାନଙ୍କୁ ଚିନ୍ତା କରିବାକୁ ପଡ଼େ । କାରଣ ତାଙ୍କ ଫିସ୍‌ ଦେଇ ପାରିବେ କି ନାହିଁ । ଗୋଟିଏ ଫିଲ୍ମ ପାଇଁ ଟମ୍‌ ଚାର୍ଜ କରନ୍ତି ୮୦୦ କୋଟି ଟଙ୍କା। କହିବାକୁ ଗଲେ ବଲିଉଡରେ ଗୋଟିଏ ଗ୍ରାଣ୍ଡ ଫିଲ୍ମ ତିଆରି କରିବା ପାଇଁ ଯେତିକି ଟଙ୍କା ଲାଗେ, ସେତିକି ଟଙ୍କା ସେ କେବଳ କେବଳ ଗୋଟିଏ ଫିଲ୍ମରେ ଚରିତ୍ର ପାଇଁ ଆଦାୟ କରନ୍ତି। ଯଦିଓ ଟମ୍ କ୍ରୁଜ୍ ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ଏକରୁ ଅଧିକ ହିଟ୍ ଫିଲ୍ମ ଦେଇଛନ୍ତି, କିନ୍ତୁ ଆଜିକାଲି ତାଙ୍କର ଫିଲ୍ମ ‘ଟପ୍ ଗନ୍ ମାଭେରିକ୍’ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଚଳଚ୍ଚିତ୍ରଟି ତାଙ୍କ କ୍ୟାରିୟରର ସବୁଠୁ ବଡ ବ୍ଲକବଷ୍ଟର ଫିଲ୍ମ ବୋଲି ପ୍ରମାଣିତ ହୋଇଛି।

Tom cruise
picture credit – filmfare.com

ଏହି ଫିଲ୍ମ ପାଇଁ ସେ ନେଇଥିବା ଟଙ୍କା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ଅଭିନେତା ‘ଟପ୍ ଗନ୍ ମାଭେରିକ୍’ ପାଇଁ ୮୦୦ କୋଟିରୁ ଅଧିକ ଫି ନେଇଛନ୍ତି, ଯାହା ପରେ ସେ ୨୦୨୨ର ପ୍ରଥମ ଛଅ ମାସରେ ହଲିଉଡର ସର୍ବାଧିକ ପାରିଶ୍ରମିକ ପାଉଥିବା ଅଭିନେତା ହୋଇଛନ୍ତି। ୨୦୨୨ର ପ୍ରଥମ ଛଅ ମାସରେ, ହଲିଉଡର ସବୁଠାରୁ ଅଧିକ ପାରିଶ୍ରମିକ ପାଉଥିବା ଅଭିନେତା ତାଲିକାରେ ଟମ୍ କ୍ରୁଜ୍ ଏକ ନମ୍ବରରେ ଅଛନ୍ତି। ତାଲିକାରେ ତାଙ୍କ ପଛକୁ ଅଛନ୍ତି ୱିଲ୍ ସ୍ମିଥ୍ । ଯିଏକି ଗୋଟିଏ ଫିଲ୍ମ ପାଇଁ ପ୍ରାୟ ୨୮୦ କୋଟି ଟଙ୍କା ପାଇଥାନ୍ତି । ୱିଲ୍ ସ୍ମିଥ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଇମାନ୍ସିପେସନ’ ପାଇଁ ଫି ଭାବରେ ୨୮୦ କୋଟି ଟଙ୍କା ନେଇଛନ୍ତି। ତାଙ୍କ ପଛକୁ ଅଛନ୍ତି ଟାଇଟାନିକ ହିରୋ ଲିଓନାର୍ଡୋ ଡିକାପ୍ରିଓ, ଭେଟେରାନ୍‌ ବ୍ରାଡ ପିଟ, ଆକସନ୍‌ କିଙ୍ଗ ଡୱେନ ଜନସନ, ଭିନ୍ ଡିଜେଲ ଏବଂ ଜୋକିନ୍ ଫିନିକ୍ସ ପ୍ରମୁଖ। ଖବର ଅନୁଯାୟୀ, ‘ଟପ୍ ଗନ୍: ମାଭେରିକ୍’ ବକ୍ସ ଅଫିସରେ ୧.୨ ବିଲିୟନ ଡଲାରରୁ ଅଧିକ ଅର୍ଥାତ୍ ୯ ହଜାର ୫୯୪ କୋଟି ଟଙ୍କା ଆୟ କରିଛି।
ଅନ୍ୟପକ୍ଷରେ, ଯଦି ସେମାନଙ୍କୁ ବଲିଉଡର ପ୍ରମୁଖ କଳାକାରମାନଙ୍କ ସହିତ ତୁଳନା କରାଯାଏ, ତେବେ ଏହା ବହୁତ କମ୍। ଅକ୍ଷୟ କୁମାର ମଧ୍ୟ ୧୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଫି ନେଇଥାନ୍ତି । ରଣବୀର ସିଂ ଗୋଟିଏ ଫିଲ୍ମ ପାଇଁ ୪୫ କୋଟିରୁ ଅଧିକ ଟଙ୍କା ନିଅନ୍ତି ବୋଲି କୁହାଯାଉଛି। ୧୯୮୬ ମସିହାରେ ଚଳଚ୍ଚିତ୍ର ‘ଟପ୍ ଗନ’ରେ ଅଭିନୟ ପରେ ଟମ୍ କ୍ରୁଜ୍ ସୁପରଷ୍ଟାର ଭାବରେ ଇଣ୍ଡଷ୍ଟ୍ରିରେ ସ୍ୱୀକୃତି ଲାଭ କରିଥିଲେ। ଏହି ଚଳଚ୍ଚିତ୍ରଟି ସେହି ବର୍ଷର ସବୁଠାରୁ ବଡ ହିଟ୍ ପ୍ରମାଣିତ ହୋଇଥିଲା। ଏହିପରି, ସେ ନିଜ ଅଭିନୟ ଜୀବନ ଆରମ୍ଭର ପାଞ୍ଚ ବର୍ଷ ମଧ୍ୟରେ ନିଜକୁ ଭଲ ଓ ଯୋଗ୍ୟ ଅଭିନେତା ଭାବେ ପ୍ରମାଣ କଲେ।
୧୯୮୮ ମସିହାରେ ଆସିଥିବା ତାଙ୍କର ଚଳଚ୍ଚିତ୍ର ‘ରେନ୍ ମ୍ୟାନ୍’ ଶ୍ରେଷ୍ଠ ଚଳଚିତ୍ର ପାଇଁ ଏକାଡେମୀ ପୁରସ୍କାର ଲାଭ କଲା। ୧୯୮୯ରେ, ‘ଫୋର୍ଥ ଅଫ ଜୁଲାଇ’ ଚଳଚ୍ଚିତ୍ର ପାଇଁ ତାଙ୍କୁ ପ୍ରଥମ ଗୋଲ୍ଡେନ୍ ଗ୍ଲୋବ ପୁରସ୍କାର ମିଳିଥିଲା। ସେ କହିଛନ୍ତି ମୁଁ ମୋ କାମ ପାଇଁ ହିଁ ଏତେ ଅଧିକ ଟଙ୍କା ନିଏ। କାରଣ ମୁଁ ଜଣେ ଅଭିନେତା ଭାବେ ବହୁତ୍ ପରିଶ୍ରମ କରେ, ଯାହାକୁ ବଡ଼ ପରଦାରେ ଦେଖି ମୋ ଫ୍ୟାନ୍‌ମାନେ ଖୁସି ହୁଅନ୍ତି। ତେଣୁ ସମସ୍ତ ଅଭିନେତାଙ୍କୁ ପରିଶ୍ରମ କରିବା ଦରକାର । ତେବେ ପ୍ରଥମେ ଜଣେ ଭଲ ମଣିଷ ହେବା ଦରକାର ବୋଲି କହିଛନ୍ତି ଟମ୍‌ କ୍ରୁଜ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.