ଖୁବଶୀଘ୍ର ଆସୁଛି “ଉଞ୍ଚାଇ”, ଅମିତାଭ, ବୋମାନ ଓ ଅନୁପମ ଏକାଠି ଆସିବେ ନଜର

ବଲିଉଡ ଇଣ୍ଡଷ୍ଟ୍ରୀର ଅନ୍ୟତମ ନାମକରା ପ୍ରଡକ୍ସନ ହାଉସ ହେଉଛି ରାଜଶ୍ରୀ ପ୍ରଡକ୍ସନ ହାଉସ । ଆରମ୍ଭରୁ ହିଁ ଦର୍ଶକ ମାନଙ୍କୁ ଗୋଟିଏ ପରେ ଗୋଟିଏ ହିଟ ସିନେମା ଭେଟି ଦେଇଛି ଏହି ହାଉସ । ଖୁବ ଶୀଘ୍ର ନିଜ ପ୍ରଡକ୍ସନରେ ୬୦ତମ ଫିଲ୍ମ ରିଲିଜ କରିବାକୁ ଯାଉଛି ଏହି ହାଉସ । କିନ୍ତୁ ଏହା ପଛରେ ବି ଏକ ଖାସ କଥା ରହିଛି । ଏହି ସିନେମାରେ ବଲିଉଡ ଇଣ୍ଡଷ୍ଟ୍ରିର ତିନି ଜଣ ବରିଷ୍ଠ ଅଭିନେତା ନଜର ଆସିବାକୁ ଯାଉଛନ୍ତି । ସେମାନେ ହେଲେ ବିଗ ବି ଅମିତାଭ ବଚନ, ଅନୁପମ ଖେର ଓ ବୋମାନ ଇରାନୀ । ଚର୍ଚ୍ଚାରେ ଥିବା ଏହି ସିନେମାର ନାଁ ରଖାଯାଇଛି “ଉଞ୍ଚାଇ” । ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ସୁରଜ ବର୍ଜ୍ଜତୀୟା । ଦୀର୍ଘ ୭ ବର୍ଷର ବ୍ୟବଧାନ ପରେ ହାଉସ ଏବେ ଆଉ ଏକ ଫିଲ୍ମ ଦର୍ଶକ ମାନଙ୍କୁ ଭେଟି ଦେବାକୁ ଚାହୁଁଛି । କହିରଖିବା ଉଚିତ ହେବକି ପ୍ରଥମ ଥର ପାଇଁ ବୋମାନ ରାଜଶ୍ରୀ ପ୍ରଡକ୍ସନରେ କାମ କରିବାକୁ ଯାଉଛନ୍ତି ।

ବିଶେଷ ସୂଚନାରୁ ଜଣାପଡିଛି କି ଆସନ୍ତା ନଭେମ୍ବର ୧୧ତାରିଖରେ ଏହି ଫିଲ୍ମଟି ପରଦା ଉପରକୁ ଆସିବ । ଆଉ ଏହା ସହ ଏହି ପ୍ରଡକ୍ସନ ହାଉସ ଫିଲ୍ମ ଇଣ୍ଡଷ୍ଟ୍ରିରେ ୭୫ ବର୍ଷ ପୁରଣ କରିବାକୁ ଯାଉଛି । ଅର୍ଥାତ ଡାଇମଣ୍ଡ ଜୁବୁଲି ଅବସରରେ ଏହି ସିନେମା ରିଲିଜ ହେବ । ଫ୍ୟାନ୍ସ ମାନେ ତିନି ଜଣ ବରିଷ୍ଠ ଅଭିନେତାଙ୍କ ଫଟୋ ଗୋଟିଏ ଫ୍ରେମରେ ଦେଖି ଏହାକୁ “ଲେଜେନ୍ଡସ ଇନ ୱାନ ଫ୍ରେମ”ର ନାଁ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.