ବ୍ଲାକ୍‌ ବିକିନିରେ ସମୁଦ୍ରକୂଳରେ ରିଲାକ୍ସ କରୁଛନ୍ତି ବିରୁଷ୍କା, ଭାଇରାଲ ହେଉଛି ଫଟୋ

କ୍ରିକେଟର ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ଭାରତର ସବୁଠାରୁ ଅଧିକ ଚର୍ଚ୍ଚିତ ଯୋଡ଼ି। ବିରୁଷ୍କା ଭାବେ ଉଭୟେ ପରିଚିତ। ଉଭୟଙ୍କ ଫ୍ୟାନ୍‌ ସଂଖ୍ୟା ପ୍ରାୟ ଦଶ ମିଲିୟନ୍‌ ଠାରୁ ବି ଅଧିକ। ଏଣୁ ପ୍ରାୟ ସମୟରେ ଉଭୟେ ଫ୍ୟାନ୍‌ଙ୍କୁ ନିଜର ଫଟୋ ଭିଜୁଆଲ୍‌ ଟ୍ରିଟ୍‌ ଭାବେ ଦେଇଥାନ୍ତି। ଏବେ ବିରାଟ କୋହଲିଙ୍କ ସହ ଅନୁଷ୍କାଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ ବିରାଟ କୋହଲି ସେୟାର କରିଛନ୍ତି। ଫଟୋରେ ଅନୁଷ୍କା ବ୍ଲାକ ବିକିନି ପିନ୍ଧି ସମୁଦ୍ରକୂଳରେ ବସିଥିବା ଦେଖିବାକୁ ମିଳିଛି।

ବୁଧବାର ବିରାଟ କୋହଲି ଇନ୍‌ଷ୍ଟ୍ରାଗ୍ରାମ୍‌ରେ ଅନୁଷ୍କାଙ୍କ ସହ ସମୁଦ୍ରକୂଳରେ ରିଲାକ୍ସ କରୁଥିବା ଫଟୋ ସେୟାର କରିଛନ୍ତି। ଫଟୋରେ ଉଭୟେ ମଜାଳିଆ ଏକ୍ସପ୍ରେସନ୍‌ ଦେଇଛନ୍ତି। ଘଣ୍ଟାଏ ମଧ୍ୟରେ ଫଟୋକୁ ଲକ୍ଷାଧିକ ଲାଇକ୍‌ ଓ କମେଣ୍ଟ ମିଳିଛି।

 

 

View this post on Instagram

 

❤️

A post shared by Virat Kohli (@virat.kohli) on

ତେବେ କିଛିଦିନ ତଳେ ବିରାଟ କୋହଲି ଅନୁଷ୍କା ସହ ତାଙ୍କ ପ୍ରଥମ ଦେଖାସାକ୍ଷାତ ସମ୍ପର୍କରେ ଏକ ଇଣ୍ଟରଭ୍ୟୁରେ କହିଥିଲେ। ସେ କହିଥିଲେ ଯେ ଏକ ସାମ୍ପୁ ବିଜ୍ଞାପନ ସୁଟିଂ ବେଳେ ସେ ପ୍ରଥମେ ଅନୁଷ୍କାଙ୍କୁ ଭେଟିଥିଲେ। ସେତେବେଳେ ସେ ନର୍ଭସ ଥିଲେ। ଅନୁଷ୍କାଙ୍କ ସହ ଦେଖାହେବା ପରେ ସେ କିଛି ଜୋକ୍‌ କରିଥିଲେ। ଯାହା ଅନୁଷ୍କାଙ୍କୁ ଅଜବ ଲାଗିଥିଲା ଫଳରେ ବିରାଟ ଅଧିକ ନର୍ଭସ ହୋଇଯାଇଥିବା କହିଥିଲେ। ତିନି ଦିନ ଧରି ଚାଲିଥିବା ସାମ୍ପୁ ସୁଟିଂ ପରେ ଉଭୟେ ଭଲ ବନ୍ଧୁ ହୋଇଥିଲେ। ପରେ ଧୀରେ ଧୀରେ ସମ୍ପର୍କ ଆଗକୁ ବଢ଼ିଥିଲା ବୋଲି ବିରାଟ କୋହଲି ସାକ୍ଷାତକାରରେ କହିଥିଲେ।

ଏହାସହ ପଢନ୍ତୁ: ପଦ୍ମ ସମ୍ମାନ ଲାଗି ମହିଳା କ୍ରୀଡ଼ାବିତ୍‌ଙ୍କ ନାଁ ସୁପାରିଶ କଲା କ୍ରୀଡ଼ା ମନ୍ତ୍ରଣାଳୟ, ଜାଣନ୍ତୁ ଚଳିତବର୍ଷ କିଏ ହେବେ ସମ୍ମାନିତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.