ମୁମ୍ବାଇ : ବଲିଉଡ଼ ଅଭିନେତ୍ରୀ ଅନୁଷ୍ମା ଏବଂ କ୍ରିକେଟର ବିରାଟ ବର୍ତ୍ତମାନର ଚର୍ଚ୍ଚିତ ଦମ୍ପତି ମାନଙ୍କ ମଧ୍ୟରେ ଗଣା। ବିରୁଷ୍କା ନାମରେ ଚର୍ଚ୍ଚିତ ଏହି ଦମ୍ପତି ପ୍ରାୟତଃ ନିଜର ରୋମାଣ୍ଟିକ୍ ଫଟୋ ସୋସିଆଲ ମିଡ଼ିଆରେ ଶେୟାର କରିଥାନ୍ତି। ନିକଟରେ ବିରାଟ ଏବଂ ଅନୁଷ୍କା ସୋସିଆଲ ମିଡ଼ିଆରେ ଫଟୋ ସେୟାର କରିଥିଲେ ଯେଉଁଥିରେ ତାଙ୍କୁ ଜଷ୍ଟିନ୍ ବିବରଙ୍କ କପି କରିଛନ୍ତି ବୋଲି କୁହାଯାଇଥିଲା।
କିଛି ଦିନ ପୂର୍ବେ ଜଷ୍ଟିନ୍ ବିବର ସୋସିଆଲ ମିଡ଼ିଆରେ ନିଜର ନିର୍ବନ୍ଧ ବିଷୟରେ ଘୋଷଣା କରିବାକୁ ଯାଇ ଏକ ଫଟୋ ପୋଷ୍ଟ କରରିଥିଲେ। ଯେଉଁଥିରେ ତାଙ୍କ ସାଥି ହଲିଉଡ଼ର ଗାୟିକା ହେଲୀ ବାଲ୍ଡବିନ୍ ତାଙ୍କୁ ଗାଲରେ ଚୁମ୍ବନ କରୁଥିବା ଦେଖାଯାଇଥିଲା। ତାହା ସହ ତାଙ୍କ ସାଥିଙ୍କ ଆଙ୍ଗୁଠିରେ ଦେଖାଯାଇଥିଲା ମୁଦି। ଯାହା ଦ୍ବାରା ତାଙ୍କ ନିର୍ବନ୍ଧ ଖବର ଉପରେ ମୋହର ଲାଗିଥିଲା।
ଆଜିଠାରୁ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଥିବା ବେଳେ ଏକା ସାଙ୍ଗରେ ସେଠାକୁ ଯାଇଛନ୍ତି ବିରୁଷ୍କା। ସେଠାରେ ରାସ୍ତା ଉପରେ ଦମ୍ପତି ଅବିକଳ ବିବର ଏବଂ ହେଲୀଙ୍କ ଭଳି ଫଟୋ ଉଠାଇଥିଲେ। ଯାହାଫଳରେ ଦମ୍ପତିଙ୍କୁ ବହୁ ସଂଖ୍ୟାକ ଟ୍ରୋଲର ସମ୍ମୁଖନ ହେବାକୁ ପଡ଼ିଛି।