ରାହୁଲ ଗାନ୍ଧୀଙ୍କୁ ‘ଇଡିୟଟ୍‌’ ବୋଲି କହିଲେ ବିବେକ ଅଗ୍ନିହୋତ୍ରୀ, ମହମ୍ମଦ ଜୁବୈରଙ୍କ ସମର୍ଥନରେ କହିଥିଲେ କଂଗ୍ରେସ ନେତା

କଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ସିନେ ପରଦାରେ ପ୍ରଦର୍ଶିତ କରି ‘ଦ କଶ୍ମୀର ଫାଇଲ୍ସ’ ଦର୍ଶକଙ୍କୁ ହୃଦୟ ଜିତିଥିଲା। ଏହି ଫିଲ୍ମର ନିର୍ମାତା ବିବେକ ଅଗ୍ନିହୋତ୍ରୀ ସବୁବେଳେ ବେପରୁଆ ବୟାନ ବାଜି କରିଥାନ୍ତି। ଏବେ ପୁଣିଥରେ ସେମିତି ବୟାନ ଦେଇ ବିବାଦ ଘେରକୁ ଆସିଛନ୍ତି ବିବେକ। ଏଥରକ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ବିବେକ ଅଗ୍ନିହୋତ୍ରୀ ରାହୁଲ ଗାନ୍ଧୀଙ୍କୁ ଇଡିୟଟ୍‌ ବୋଲି କହିଛନ୍ତି। ବିବେକ୍‌ ଅଗ୍ନିହୋତ୍ରୀ କହିଛନ୍ତି- ଇଡିୟଟ୍‌ ରାହୁଲ ଗାନ୍ଧୀ ସେହି ଅର୍ବାନ ନକ୍ସଲଙ୍କ ସହ ଅଛନ୍ତି, ଯେଉଁମାନେ ଭାରତର ଶତ୍ରୁଙ୍କ ପାଇଁ କାମ କରୁଛନ୍ତି।

ରିପୋର୍ଟ ମୁତାବକ, ଏକ ଫ୍ୟାକ୍ଟ ଚେକିଂ ୱେବ୍‌ସାଇଟ୍‌ର ସହ-ନିର୍ମାତା ମହମ୍ମଦ ଜୁବୈରଙ୍କୁ ଦିଲ୍ଲୀ ପୋଲିସ ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ଗିରଫ କରିଛି। ଦିଲ୍ଲୀ ପୋଲିସ ଜୁବୈରଙ୍କ ବିରୋଧରେ ଆଇପିସି ଧାରା ୧୫୩/୨୯୫ରେ ମାମଲା ରୁଜୁ କରିଛି। ମହମ୍ମଦ ଜୁବୈରଙ୍କୁ ଗିରଫ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି- ବିଜେପିର ଘୃଣା, କଠୋରତା ଓ ମିଛକୁ ଲୋକଲୋଚନକୁ ଆଣୁଥିବା ପ୍ରତ୍ୟେକ ବ୍ୟକ୍ତି ତାଙ୍କ ପାଇଁ ବିପଦ। ଗୋଟିଏ ସତର ସ୍ୱରକୁ ଗିରଫ କଲେ ଆଉ ହଜାରେ ଜନ୍ମ ନେବେ। ଅତ୍ୟାଚାର ଉପରେ ସବୁବେଳେ ସତ୍ୟର ହିଁ ବିଜୟ ହୋଇଥାଏ।

ରାହୁଲ ଗାନ୍ଧୀଙ୍କ ଏହି ଟ୍ଵିଟ୍‌ ପରେ ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀ ତାଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି- ଇଡିୟଟ୍‌ ରାହୁଲ ଗାନ୍ଧୀ, ଜଣେ ପଣ୍ଡିତଙ୍କ ଅଣନାତି ହିନ୍ଦୁଫୋବିକ୍‌ ସହରୀ ନକ୍ସଲଙ୍କ ସହ ଠିଆ ହୋଇଛନ୍ତି, ଯିଏ ଭାରତର ଶତ୍ରୁଙ୍କ ପାଇଁ କାମ କରୁଛନ୍ତି। ଯେଉଁମାନେ ଭାରତରେ ସାମ୍ପ୍ରଦାୟିକ ଦଙ୍ଗା ପାଇଁ ଷଡ଼ଯନ୍ତ୍ର ରଚିଥାନ୍ତି। ଯେଉଁମାନେ ଫ୍ୟାକ୍ଟ ଚେକିଂ ଭାବେ ଫେକ୍‌ ନ୍ୟୁଜ୍‌ ଚଲାନ୍ତି। ଯିଏ ଖିଲାଫତ ୨.୦ର ସ୍ଲିପର ସେଲ ଚଲାନ୍ତି।

ଅନ୍ୟପଟେ ଦିଲ୍ଲୀ ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ ମହମ୍ମଦ ଜୁବୈର ଏକ ବିବାଦୀୟ ଫଟୋ ଟ୍ଵିଟ୍‌ କରିଥିଲେ। ଏହି ଫଟୋରେ ଜଣେ ୟୁଜର ଅସନ୍ତୋଷ ଜାହିର କରି ଜୁବୈରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଦିଲ୍ଲୀ ପୋଲିସ ତାଙ୍କୁ ପଚରାଉଚରା କରିବା ପରେ ଗିରଫ କରିଛି।

Also Read : ନନ୍ଦିଘୋଷରେ ଚଢ଼ି ଝୁଲି ଝୁଲି ଆସିବେ କାଳିଆ ରାଜା, ଜାଣନ୍ତୁ ମହାପ୍ରଭୁଙ୍କ ରଥର ସ୍ୱତନ୍ତ୍ରତା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.