ଯେବେ ଗୁଲସନ୍ ଗ୍ରୋଭରଙ୍କ ସହ ରିଷି କପୁରଙ୍କ ପିଟିବାକୁ ବାହାରିଥିଲେ ସଞ୍ଜୟ ଦତ୍ତ ! ଜାଣନ୍ତୁ କଣ ହେଲା ତାପରେ . .

ବଲିଉଡ କଳାକାର ନାକେବଳ ରିଲ୍ ଲାଇଫରେ ବରଂ ରିୟଲ ଲାଇଫରେ ମଧ୍ୟ ଅଭିନୟ କରିଥାନ୍ତି । ସମସ୍ତଙ୍କ ସାମ୍ନାରେ ଏମିତି ଦର୍ଶାନ୍ତି ଯେମିତି ସେମାନଙ୍କ କୋଷ୍ଟାର୍ ମାନଙ୍କ ସହ ଭଲ ସଂପର୍କ ରହିଛି । କିନ୍ତୁ ପ୍ରକ୍‌ତରେ ସେମିତି ନଥାଏ । କାରଣ ଯଦି କଳାକାରମାନେ ସାମ୍ନାସାମ୍ନି ହେଇଯାନ୍ତି ତେବେ ଏହି ତିକ୍ତତା ମିଡିଆ ଓ ପବ୍ଲିକ ପାଖରେ ବହୁ ଦିନ ରହିଥାଏ ।  ଶାହରୁଖ ଖାନ ଏବଂ ସଲମାନ୍ ଖାନଙ୍କ ଝଗଡା ବିଷୟରେ କିଏ ବା ନଜାଣେ  । କିନ୍ତୁ ବହୁତ ଲୋକ ଜାଣିନାହାନ୍ତି ଯେ ରିଷି କପୁର ଓ ସଞ୍ଜୟ ଦତ୍ତଙ୍କ ମଧ୍ୟରେ ମାଡପିଟର ପରିସ୍ଥିତି ଆସିଯାଇଥିଲା ।

ରିଷି କପୁର ନିଜ ଅଟୋବାୟୋଗ୍ରାଫିରେ ଏହି ଘଟଣା ବିଷୟରେ  କହିଛନ୍ତି । ଏହି ଘଟଣାକୁ ଲୋକପ୍ରିୟ ଅଭିନେତା ଗୁଲସନ ଗ୍ରୋଭର୍ ମଧ୍ୟ ହଁ ସ୍ବୀକାର କରିଥିଲେ । ଘଟଣା ସେତେବେଳେର ଯେତେବେଳେ ସଞ୍ଜୟ ଦତ୍ତଙ୍କର ପ୍ରେମ ଅଭିନେତ୍ରୀ ଟିନା ମୁନିମଙ୍କ ସହିତ ଚାଲିଥିଲା । କିନ୍ତୁ ସଞ୍ଜୁଙ୍କୁ ଲାଗୁଥିଲା ଟିନାଙ୍କ ଅଫେୟାର ରିଷି କପୁରଙ୍କ ସହିତ ମଧ୍ୟ ରହିଛି । ସଞ୍ଜୟ ଦତ୍ତ ଏବଂ ଗୁଲସନ୍  ଭାଇ ପରି ଥିଲେ । ତେଣୁ ଦିନେ ରିଷି କପୁରଙ୍କୁ ପିଟିବା ପାଇଁ ଗୁଲସନଙ୍କୁ କହିଥିଲେ ସଂଜୟ ।  ସେମାନେ ତାଙ୍କ ଘରକୁ ଯାଇଥିଲେ ମଧ୍ୟ । ତେବେ ସେହି ସମୟରେ ରିଷି କପୁରଙ୍କ ଭାବି ପତ୍ନୀ ନିତୁ କପୁର ସେମାନଙ୍କୁ ମନେଇଦେଇଥିଲେ । ସେ କହିଲେ ରୁଷି କପୁର ଏବଂ ଟିନାଙ୍କ ଅଫେୟାରର ଖବର ଅବାସ୍ତବ । ରିଷି ଏବଂ ଟିନାଙ୍କ ଭିତରେ କିଛି ବି ସର୍ମ୍ପକ ନାହିଁ । ନିତୁ କପୁରଙ୍କ କଥାରେ ସେମାନଙ୍କୁ ବିଶ୍ବାସ ଆସିଥିଲା । ଆଉ ରିଷି କପୁରଙ୍କୁ ବାଡେଇବାର ଯୋଜନା ବାତିଲ କରିଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.