ଦିନ ଆରମ୍ଭରୁ ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ଆପଣଙ୍କ ଆକର୍ଷିତ ବ୍ୟବହାର ଅନ୍ୟମାନଙ୍କ ଧ୍ୟାନ ଆପଣଙ୍କ ଆଡକୁ ଟାଣିବ। ରାଜନୀତିରେ ସଫଳତା ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଆଗକୁ ବଢ଼ି ଚାଲନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ରହିବ।

ବୃଷ : ଇଷ୍ଟଦେବଙ୍କ ପୂଜାର୍ଚ୍ଚନା କରନ୍ତୁ, ଶୁଭଫଳ ବୃଦ୍ଧି ହେବ। ଆଜିକୁ ଆପଣ ନିଜ ଜୀବନ-ସାଥୀ ସହିତ ପୁଣି ଥରେ ପ୍ରେମରେ ପଡ଼ିବେ। ଆପଣଙ୍କୁ ଭଲ ସୁଯୋଗ ମିଳିପାରେ। ଘରୋଇ ଜୀବନରେ ସୁଖ ସୁବିଧା ବୃଦ୍ଧି ହେବ।

ମିଥୁନ : ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି। ଆଜି ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ। ସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ।

କର୍କଟ : ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ। ଅଭାବ ଦୂରେଇବାର ପ୍ରୟାସ କଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ। କୌଶଳ ଅବଲମ୍ବନ କରି ଲକ୍ଷ୍ୟ ପୂରଣରେ ସମର୍ଥ ହୋଇପାରନ୍ତି।

ସିଂହ : ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ। ବହୁତ ଦିନର ଅଧା କାର୍ଯ୍ୟ ଶେଷ ହେବ। କାର୍ଯ୍ୟ ହାସଲ କରିବା କ୍ଷେତ୍ରରେ ସଫଳ ହେବେ। ଆର୍ଥିକ ମେରୁଦଣ୍ଡ ସୁଦୃଢ ହେବ। ଦେହ ମନ ସୁସ୍ଥ ରହିବ। ଋଣ ପରିଶୋଧ କରିବେ। ଅର୍ଥର ଝଡ ବୋହିବ। ନୂତନ କାମକୁ କାର୍ଯ୍ୟକାରୀ କରିବେ। ନିଜ ଶକ୍ତିକୁ ଠିକ ରୂପେ ବ୍ୟବହାର କରିବେ।

କନ୍ୟା : ଦେହ ସୁସ୍ଥ ରହିବ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ନିଷ୍ଠା ଓ ଚେଷ୍ଟା ଯୋଗୁଁ ବାଣିଜ୍ୟ ବ୍ୟବସାୟକୁ ସଂପ୍ରସାରଣ କରିବେ। ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ଆଶା ବାସ୍ତବତାରେ ପରିଣତ ହେବ। ସମସ୍ତଙ୍କୁ ସାହାଯ୍ୟ କରିବେ। ତ୍ୟାଗକୁ ଜଳାଞ୍ଜଳି ଦେବେ।

ତୁଳା : ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। ଯେଉଁମାନେ ନିଜ ପ୍ରିୟ ସହ ଯାତ୍ରା କରୁଛନ୍ତି ସେମାନଙ୍କ ପାଇଁ ଏହା ଅତି ସ୍ମରଣୀୟ କ୍ଷଣ ହେବ। ଜୀବନର ସଫଳତା ଲାଗି ଦିନଟିଏ। ଅଯଥା ଚିନ୍ତାରୁ ମୁକ୍ତି ପାଇବେ।

ବିଛା : ଆଜିର କର୍ମକ୍ଷେତ୍ରରେ ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ସହକର୍ମୀଙ୍କ ଯୋଗୁ ହୁଏତ କର୍ମକ୍ଷେତ୍ରର ଗତି ମନ୍ଥର ରହିବ। ସଭାସମିତି, ଗବେଷଣା କ୍ଷେତ୍ର, ଆଇନ ଅଦାଲତରେ ସଫଳତା ହାସଲ କରିବେ।

ଧନୁ : ଆଜି ଅର୍ଥ ସଙ୍କଟ ମଧ୍ୟରେ ଗତି କଲେ ମଧ୍ୟ କର୍ମକ୍ଷେତ୍ରରେ ଉନ୍ନତି କାରଣରୁ ଖୁସି ରହିବେ। ଆନୁଷ୍ଠାନିକ କ୍ଷେତ୍ର, ସଭାସମିତି, ରାଜନୀତିରେ ଆଲୋଚନା ଅସମାପ୍ତ ରହିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ,ଏଜେନସିପ୍‌, କଳା, ସାହିତ୍ୟ ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ।

ମକର : ନିଜର ପ୍ରିୟବନ୍ଧୁଙ୍କ ସହ ମତାନ୍ତର ଓ କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ହେବ। ବାଣିଜ୍ୟ, ବ୍ୟବସାୟ ମାନ୍ଦା ରହିବ ଏବଂ ଆର୍ଥିକ ସଙ୍କଟ ଦେଖାଦେବ। କର୍ମରେ ବିଫଳତା, ସମ୍ମାନ ହାନି ଏବଂ ସହକର୍ମୀଙ୍କ ଉପହାସର ପାତ୍ର ହେବେ।

କୁମ୍ଭ : ବେପାରରେ ମନପ୍ରାଣ ଢାଳି କାମ କରିବା ହେତୁ ଯଥେଷ୍ଟ ଲାଭ ପାଇବେ। ଖାସ୍ ଲୋକଙ୍କ ସହିତ ସାକ୍ଷାତ୍ ଆଲୋଚନାର ସମ୍ଭାବନା ଅଛି। ଧୈର୍ଯ୍ୟ ଧରି କାମ କଲେ ସଫଳ ହେବେ। ସରକାରୀ କ୍ଷେତ୍ରରୁ ଲାଭ ମିଳିପାରେ।

ମୀନ : ଆଜି ଆପଣଙ୍କ ଚିନ୍ତାନୁଯାୟୀ କାମଗୁଡ଼ିକ ସହଜରେ ସମ୍ପନ୍ନ ହୋଇପାରିବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ଯୋଗୁ ମାନସିକ ଅସୁସ୍ଥତା ସୃଷ୍ଟି ହୋଇପାରେ। ଦୀର୍ଘ ଦିନରୁ ଅଟଳି ରହିଥିବା କାମଟିକୁ ଆରମ୍ଭ କରିବାକୁ ମନ ବଳାଇବେ। ବନ୍ଧୁଙ୍କ ସହଯୋଗରେ କାମ ହାସଲ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.