ଦିନଟି କେମିତି କଟିବ ଜାଣିବାକୁ ପଢ଼ନ୍ତୁ ରାଶିଫଳ

ମେଷ : ଆଜି ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ଚାକିରିଜୀବୀଙ୍କୁ ନୂଆ ପ୍ରକଳ୍ପରେ କାମ କରିବାର ସୁଯୋଗ ମିଳିବ। ସ୍ବାସ୍ଥ୍ୟ ପ୍ରତି ସଜାଗ ଓ ଖାଦ୍ୟ ପାନୀୟ ପ୍ରତି ସଚେତନ ରହନ୍ତୁ।ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ।

ବୃଷ : ଅଧିକତର ସମୟ ପରିବାର ଲୋକଙ୍କ ସହ ଅତିବାହିତ କରିବେ। ନୂଆ କାମରେ ଆଶାନୁରୂପ ଫଳ ପାଇବେ। ଛାତ୍ର ଛାତ୍ରୀଙ୍କ ଲାଗି ଦିନଟି ଭଲ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ପ୍ରେମ ଜୀବନରେ କୌଣସି ସମସ୍ୟା ଥିଲେ ଆଜି ସମାଧାନ ହୋଇଯିବ।

ମିଥୁନ : ଆଜି କୌଣସି ଅଯଥା କଥାକୁ ନେଇ ମନ ଅଶାନ୍ତ ରହିବ। ପରିବାରରେ ଭୁଲ ବୁଝିବେ ତେଣୁ ଦିନଭରି ସତର୍କ ରୁହନ୍ତୁ। ଗୃହରେ ଶୁଭକର୍ମ ହେବ। ସନ୍ତାନ ବର୍ଗରେ ଉର୍ଣ୍ଣତି ହେବ।କର୍ମକ୍ଷେତ୍ରରେ ଆର୍ଥିକ ଲାଭର ସୂଚନା ରହିବ।

କର୍କଟ : ଧର୍ମକାଯ୍ୟରେ ମନବଳାଇବେ। ଭବିଷ୍ୟତର ଯୋଜନାରେ ସଫଳ ହେବେ। ମାତ୍ର ଖର୍ଚ୍ଚ ବଢିବ। ଆର୍ଥିକ ଓ ମାନସିକ ଦୁର୍ବଳତା ବଢିବ।ଯାନବାହାନ ଜନିତ କ୍ଷୟକ୍ଷତି ଓ ମାନସମ୍ମାନ କ୍ଷୁର୍ଣ୍ଣ ସୂଚନା ରହିବ। ନିଜ ପରିବାର ମଧ୍ୟରେ କାହା ସହିତ ମନୋମାଳିନ୍ୟ ହୋଇ ଚିନ୍ତାରେ ରହିବେ।

ସିଂହ : ଆଜିର ଦିନଟି ମଧ୍ୟମ ରହିବ। କାମ ପାଇଁ ଘରୁ ଦୂରକୁ ଯିବାକୁ ପଡ଼ି ପାରେ। ବାପା- ମା’ଙ୍କ ଆଶୀର୍ବାଦ ଯୋଗୁ ନୂଆ ନିବେଶ କରିବେ। ନୂଆ ଗାଡ଼ି କିଣିପାରନ୍ତି। ଦାୟିତ୍ୱ ବଢ଼ିବା ଯୋଗୁ ଚିନ୍ତାରେ ରହିବେ। ସାଙ୍ଗଙ୍କ ସହ ସମୟ ବିତାଇବେ।

କନ୍ୟା : ଶାରୀରିକ ଅସୁସ୍ଥତା ଦେଖାଦେବ। କର୍ମକ୍ଷେତ୍ରରେ କର୍ମଚାପ ବଢିବ ଓ ମନକୁ ଅଯଣା ଭୟ ଆକ୍ରାନ୍ତ କରିବ। ବ୍ୟବସାୟରେ ମନମୁତାବକ ଲାଭ ପାଇବେ। ଏଥିସହିତ ମହିଳାମାନେ ନିଜର ବନ୍ଧୁପରିଜନରେ ପ୍ରଶଂସିତ ହେବେ। ଆଜି ବିଦ୍ୟାର୍ଥିଙ୍କର ଅଧିକ ଶୁଭ ଦିନ ରହିବ । କର୍ମଜୀବିମାନେ କମକ୍ଷେତ୍ରରେ ପ୍ରସଂଶିତ ହେବେ। ଯାନବାହାନ ଆଦି ଦ୍ରବ୍ୟ ଲାଭ ହେବ।

ତୁଳା : ଆଜି ଆପଣଙ୍କ ମନର ଆଶା ପୁରଣ ହେବ। ଚାକିରି ରେ ପ୍ରଶଂସିତ ହେବେ। ବ୍ୟବସାୟରେ ଲାଭ ବଢିବ ଏବଂ ପୁରୁଣା ରୋଗରୁ ଉପସମ ମିଳିବ। ନୂଆକରି ଆରମ୍ଭ କରିଥିବା ବ୍ୟବସାୟ କିମ୍ବା ଚାକିରି ରେ ସଫଳତା ମିଳିବ।ବୈବାହିକ ଜୀବନରେ ସୁଖଶାନ୍ତି ବଢିବ ।

ବିଛା : ଶିଳ୍ପବାଣିଜ୍ୟ ଓ ପରିବହନ ବ୍ୟବସାୟରେ ବିଭିନ୍ନ ଆଡୁ ଲାଭ ପାଇବେ । କିଛି ନୂତନ କର୍ମ ଆରମ୍ଭ କରି ନିକଟ ସମ୍ପର୍କୀୟଙ୍କ ଠାରୁ ପ୍ରଶଂସିତ ହେବେ । କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଅତିଥି ଘରକୁ ଆସିବେ। କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ।

ଧନୁ : ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ । ଶରୀର ସୁସ୍ଥ ରହିବ । ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନରେ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଅନେକଦିନ ଧରି ଚାଲିଥିବା ଦ୍ୱନ୍ଦ୍ୱର ସମାଧାନ ହେବ । ଭାଇ, ବନ୍ଧୁ, ମିତ୍ର ଓ ସହକର୍ମୀ ମାନଙ୍କ ସହିତ ମତଭେଦ ସମାପ୍ତ ହେବ ।

ମକର : ଆଜି ଆପଣଙ୍କୁ କିଛି ଶୁଭ ସମାଚାର ମିଳିପାରେ । ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ପାଇବ । ସନ୍ତାନଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ । କର୍ମରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହନର ନବୀକରଣ ଇତ୍ୟାଦି ସୁଯୋଗ ପ୍ରାପ୍ତି ହେବ ।

କୁମ୍ଭ : ଆଜି ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ଆପଣଙ୍କ ମନକୁ ପ୍ରସନ୍ନ ରଖିବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବ। ।ଅଫିସରେ ମନମାଳିନ୍ୟର ଅବସର ଆସିପାରେ। ଏହା ପ୍ରତି ସାବଧାନ ରହିବା ଆବଶ୍ୟକ ଅଟେ।

ମୀନ: ଆଜିର ଦିନ ଆପଣଙ୍କପାଇଁ ଅଳ୍ପ କଷ୍ଟଦାୟକ ରହିବ। ସ୍ଵାସ୍ଥ୍ୟ ଖରାପ ହେବ। ପାରିବାରିକ ସଦସ୍ୟମାନଙ୍କ କାରଣରୁ ମନ ଦୁଃଖୀ ହେବ। ମାନସିକ ରୂପରେ ଆପଣ ଅସୁସ୍ଥ ରହିପାରନ୍ତି। କ୍ରୋଧ ଉପରେ ଅଂକୁଶ ରଖିବାକୁ ପଡ଼ିବ। ଦୁର୍ଘଟଣା ପ୍ରତି ସଜାଗ ରୁହନ୍ତୁ। କୋର୍ଟ-କଚେରୀ ମାମଲାରେ ସାବଧାନ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.