ଆଜିର ଭାଗ୍ୟ ! ଏହି ସବୁ ରାଶିର ବ୍ୟକ୍ତିଙ୍କର ରହିଛି ଶୁଭ ଯୋଗ

ମେଷ : ଆଜିର ଦିନଟି ଆପଣଙ୍କ ପାଇଁ ଫଳଦାୟକ ହେବ । ସନ୍ତାନଙ୍କ ଭବିଷ୍ୟତ ନେଇ ଚିନ୍ତା କରୁଥିଲେ ଆଶ୍ୱସ୍ତି ରୁହନ୍ତୁ । କାରଣ ସନ୍ତାନଙ୍କ ପାଇଁ ଭଲ ଚାକିରିର ସୁଯୋଗ ଆସିପାରେ । ଜୀବନସାଥୀଙ୍କୁ ଭ୍ରମଣରେ ନେଇପାରନ୍ତି, ଏଥିପାଇଁ ଦେଖିଚାହିଁ ଖର୍ଚ୍ଚ କରନ୍ତୁ । ଆଖପାଖରେ କୌଣସି ବିବାଦ ଉପୁଜିଲେ ଏହାକୁ ଆଗକୁ ବଢ଼ାନ୍ତୁ ନାହିଁ ନଚେତ୍, ଆଗକୁ ଆଇନ ସମସ୍ୟା ଉପୁଜିପାରେ ।

ବୃଷ : ସାଂସାରିକ ସୁଖ ପ୍ରାପ୍ତି ହେବ । ସନ୍ଧ୍ୟା ସମୟରେ ବାହାରକୁ କୌଣସି କାର୍ଯ୍ୟରେ ଯାଇପାରନ୍ତି। ରାଜନୀତି କାର୍ଯ୍ୟରେ ଜଡ଼ିତ ଥିବା ବ୍ୟକ୍ତିଙ୍କୁ କୌଣସି ଉଚ୍ଚପଦ ମିଳିପାରେ । ବ୍ୟବସାୟରେ କାହାକୁ ଦେଇଥିବା ଋଣ ଫେରସ୍ତ ପାଇବେ । ଏଥିପାଇଁ ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବ ।

ମିଥୁନ : ଆଜିର ଦିନଟି ଉତ୍ତମ ଫଳଦାୟକ ହେବ । ମାନସମ୍ମାନରେ ବୃଦ୍ଧି ହେବ । ଜମିବାଡ଼ି ସମ୍ୱନ୍ଧୀୟ ସମସ୍ୟା କାରଣରୁ ଚିନ୍ତାରେ ପଡ଼ିପାରନ୍ତି । କୌଣସି କାର୍ଯ୍ୟ କରିବା ଆଗରୁ ଭାବିଚିନ୍ତି କରନ୍ତୁ । ସନ୍ତାନଙ୍କ ପକ୍ଷରୁ ଆପଣଙ୍କୁ କୌଣସି ଖୁସି ଖବର ମିଳିପାରେ ।

କର୍କଟ : ଆଜିର ଦିନଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପରିବାରରେ କୌଣସି ସଦସ୍ୟଙ୍କ ଭବିଷ୍ୟତକୁ ନେଇ ନିଷ୍ପତ୍ତି ନେଉଥିଲେ ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ଲୋଡ଼ନ୍ତୁ । କାର୍ଯ୍ୟକ୍ଷେତ୍ରରେ କୌଣସି ଶତ୍ରୁଙ୍କ କାରଣରୁ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ।

ସିଂହ: ଶତ୍ରୁ ପରାଜିତ ହେବେ । ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ବରିଷ୍ଠଙ୍କ ଆଶିର୍ବାଦ ପ୍ରାପ୍ତ ହେବ । ଆଜିର ଦିନରେ ଯାନବାହନ କ୍ରୟ କରିପାରନ୍ତି। ଗୋଡ଼ରେ ଆଘାତ ଲାଗିପାରେ ଏଥିପ୍ରତି ଧ୍ୟାନ ଦିଅନ୍ତୁ। ବ୍ୟବସାୟିକ ଦୃଷ୍ଟିକୋଣରୁ ଶୁଭ ସମୟ ।

କନ୍ୟା : ଆଜିର ଦିନରେ ଦେହ ମନ ସୁସ୍ଥ ରହିବ। ମନର ଆଶା ପୂର୍ଣ୍ଣ ହେବ । ସନ୍ଧ୍ୟା ସମୟରେ ଆଧ୍ୟତ୍ମିକ ଏବଂ ଧାର୍ମିକ ସମୟ ଅତିବାହିତ କରିବେ । ଜୀବନସାଥୀଙ୍କ ପାଇଁ କୌଣସି ଉପହାର କ୍ରୟ କରିପାରନ୍ତି । ଧନ ସମ୍ୱନ୍ଧିତ କୌଣସି ବିବାଦ ଦେଖାଦେଇପାରେ ।

ତୁଳା : ଆଜିର ଦିନଟି ମଧ୍ୟମ ଧରଣର ରହିବ । ଘରେ ସମସ୍ୟାରେ ସାମାନ୍ୟ ଶାନ୍ତି ମିଳିପାରେ । କାର୍ଯ୍ୟକ୍ଷେତ୍ରରେ ମନ ବିଚଳିତ ହୋଇପାରେ । ଏହି କାରଣରୁ କିଛି ଭୁଲ୍ କାର୍ଯ୍ୟ ମଧ୍ୟ କରିବସିବେ । ମନକୁ ଶାନ୍ତ ରଖନ୍ତୁ ।

ବିଛା : ଆଜିର ଦିନଟି ଆପଣଙ୍କ ପାଇଁ ବ୍ୟସ୍ତବହୁଳ ରହିବ । ମନରେ ଆତ୍ମବିଶ୍ୱାସ ବୃଦ୍ଧି ହେବ । ସନ୍ଧ୍ୟା ସମୟରେ ଆପଣ କୌଣସି ପୂଜାପାଠ କିମ୍ୱା ଭଜନ କୀର୍ତ୍ତନ ସମ୍ମିଳନୀରେ ଯୋଗ ଦେଇପାରନ୍ତି । ସନ୍ତାନ ପାଇଁ ଦେଖାଦେଉଥିବା ବିବାହ ସମସ୍ୟାର ସମାଧାନ ପାଇଁ ବନ୍ଧୁପରିଜନଙ୍କ ପରାମର୍ଶ ଲୋଡ଼ିପାରନ୍ତି ।

ଧନୁ: ଚାକିରି କ୍ଷେତ୍ରରେ ଅସନ୍ତୋଷ ଦେଖାଦେଇପାରେ । ନୂତନ ଗୃହ କ୍ରୟ କରିବାକୁ ଯୋଜନା କରିପାରନ୍ତି । ପରିସ୍ଥିତି ଅନୁକୂଳ ଥିବାରୁ ବ୍ୟବସାୟରେ ପ୍ରଗତି କରିବେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ୟାରିୟରକୁ ମନରେ ଉତ୍ସାହ ଭରିରହିବ ।

ମକର : ଆଜିର ଦିନ ଚିନ୍ତାରେ କଟିବ। ଅଧିକ ରୋଜଗାର କରିବା ଆଶାରେ ଛୋଟ ଛୋଟ ଲାଭକୁ ଛାଡ଼ିଦେବେ। କୌଣସି ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ। ବାପା-ମା’ଙ୍କ ଆଶୀର୍ବାଦରେ ନୂଆ ଗାଡ଼ି କିଣିପାରନ୍ତି।

କୁମ୍ଭ : ଆଜି ପରୋପକାର କରିବେ। ଗରିବଙ୍କ ସେବାରେ ଧନ ଦେବେ। ଯଦି କାହାକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି, ତେବେ ନିଶ୍ଚୟ କରନ୍ତୁ। ବାପା-ମା’ଙ୍କ ଆଶୀର୍ବାଦରେ ଆଗକୁ ଯିବେ। ଆଜି କାହାକୁ ମାଗଣା ଜ୍ଞାନ ବାଣ୍ଟନ୍ତୁ ନାହିଁ। ଜୀବନସାଥୀ ସାଥ୍‌ ଦେବେ।

ମୀନ: ଭାଇ ଭଉଣୀଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ଆଜି ଦୂର ହେବ। ନୂଆ କାମ ଆରମ୍ଭ କରୁଥିବା ଲୋକଙ୍କ ପାଇଁ ଦିନଟି ଅତି ଶୁଭ। କାର୍ଯ୍ୟକ୍ଷେତ୍ରରେ ସବୁ ପ୍ରକାରର ସୁଖ ସୁବିଧା ପାଇବେ। ମନ ପ୍ରସନ୍ନ ରହିବ। ନୂଆ ଗାଡ଼ି କିଣିପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.