ଏହି ଖାଦ୍ୟ ପିଲାଙ୍କ ସ୍ୱାସ୍ଥ୍ୟକୁ ରୋକିବା ସହିତ ଇମ୍ୟୁନିଟି କରିଥାଏ ହ୍ରାସ,ଲିଭର ଖରାପ ହେବାର ରହିଥାଏ ଆଶଙ୍କା

କିଛି ଖାଦ୍ୟ ଏପରି ହୋଇଥାଏ ଯାହା ସ୍ୱାଦରେ ତ ଭଲ ଲାଗିଥାଏ, ହେଲେ ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇନଥାଏ । ଏହି ଖାଦ୍ୟକୁ ବାରମ୍ବାର ଖାଇବା ଦ୍ୱାରା ପିଲାଙ୍କ ସ୍ୱାସ୍ଥ୍ୟ ଓ ଉମ୍ୟୁନିଟି ଖରାପ ହୋଇଥାଏ । ଖାଲି ସେତିକି ନୁହେଁ ଏହାଦ୍ୱାରା ଲିଭର ମଧ୍ୟ ଖରାପ ହେବାର ଆଶଙ୍କା ଥାଏ । ଏହି ଖାଦ୍ୟ ସବୁ ପିଲାର ଶାରିରୀକ ଓ ମାନସିକ ଉପରେ ଖରାପ ପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା କ’ଣ ସେହି ଖାଦ୍ୟ ।

ଫ୍ରେଞ୍ଚ ଫ୍ରାଏଜ : ଏହି ଖାଦ୍ୟ ପିଲାଙ୍କୁ ବହୁତ ଭଲ ଲାଗିଥାଏ । ହେଲେ ଏଥିରେ ଫ୍ୟାଟ ଓ କ୍ୟାଲୋରୀ ଭରପୁର ହେତୁ ଏହା ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ । ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ ।

ସପ୍ଟ ଡ୍ରିଙ୍କ୍ସ : ସୋଡା ବା କୋଲା ପିଇବା ଦ୍ୱାରା ଟାଇପ-୨ ଡାଏବେଟିସ ଓ ମୋଟାପଣ ବଢ଼ିଯାଇପାରେ । କାରଣ ଏଥିରେ କେବଳ ସୋଡା ଓ ସୁଗାର ଛଡ଼ା ଆଉ କିଛି ନାହିଁ । ଅଲିଭ ଅଏଲରେ ଫ୍ରାଏ କରି ପିଲାଙ୍କୁ ଦିଅନ୍ତୁ ।

ପ୍ରୋସେସ ଫୁଡ୍‌ : ପ୍ରୋସେସ ରେଡ ମିଟ, ଯେପରି ହଟ ଡଗ୍‌ ଭଳି ଖାଦ୍ୟ ଡାଏବେଟିସ ଓ କ୍ୟାନସର ଭଳି ରୋଗର ଆଶଙ୍କା ବଢ଼ାଇପାରେ । ହଟଡଗ୍‌ ରେ ସୋଡିୟମ ଓ ନାଇଟ୍ରେଟ ପ୍ରଚୁର ପରିମାଣରେ ଥାଏ,ଯେଉଁଥିପାଇଁ କ୍ୟାନସର ଆଶଙ୍କା ବଢ଼ିଥାଏ । ଯଦି ଆପଣ ସବୁଦିନ ମାଂସ କିଣୁଛନ୍ତି ତେବେ କମ ସୋଡିୟମ ଓ ନାଇଟ୍ରେଟ ଫ୍ରି ଖାଦ୍ୟ କିଣନ୍ତୁ ।

ଫ୍ରୁଟ ଫ୍ଲେଭର ବାଲା ଜିନିଷ : ଫ୍ରୁଟ କେକ ବା ଫ୍ରୁଟ ଗମ କ୍ୟାଣ୍ଡି ଭଳି ଚିନିରେ ଭରପୁର ହୋଇଥାଏ । ଏଡି ଜିନିଷ ସୁଗାର ଓ କେମିକାଲରେ ଭରପୁର ରହିଥାଏ,ଯାହା ପିଲାଙ୍କ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.