ନିଜ ହାର୍ଟକୁ ସୁସ୍ଥ ରଖିବା ପାଇଁ ସବୁଦିନେ କରନ୍ତୁ ଏହି ବ୍ୟାୟାମ, ଶରୀର ରହିବ ସୁସ୍ଥ

ନିଜ ଶରୀର ପାଇଁ ସବୁବେଳେ ସଜାଗ ରହିବା ନିହାତି ଦରକାର। ପୁଣି ବର୍ତ୍ତମାନ ଆପଣ ଜାଣିଥିବେ ହୃଦୟ ଜନିତ ରୋଗ ଅଧିକ ବ୍ୟାପିବାରେ ଲାଗିଛି। ତେଣୁ ଆଜି ଆପଣଙ୍କୁ କହିବୁ ସର୍ବୋତ୍ତମ ବ୍ୟାୟାମ ଦ୍ଵାରା କିପରି ଆପଣ
ନିଜର ସ୍ୱାସ୍ଥ୍ୟ ବା ହୃଦୟକୁ ଠିକ୍ ରଖି ପାରିବେ।

ବାସ୍ତବରେ ଯଦି ଆପଣ ବ୍ୟାୟାମ କରନ୍ତି ନାହିଁ ତେବେ ଆପଣଙ୍କ ଥରେ ହୃଦଘାତ ହେବାର ସମ୍ଭାବନା ଅଧିକ ଥାଏ। ଆପଣଙ୍କର ହୃଦୟ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କୁ ଏକ ନିୟମିତ ବ୍ୟାୟାମ ରୁଟିନ୍ କରିବାକୁ ପଡିବ। ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଆପଣ ସପ୍ତାହରେ ଅତି କମରେ ୧୫୦ ମିନିଟ୍ ବ୍ୟାୟାମ କରିବା ଉଚିତ୍। କିନ୍ତୁ କିଛି ବ୍ୟାୟାମ ରହିଛି ଯାହା ଅପଙ୍କ ହାର୍ଟ ପାଇଁ ଭଲ। ଆପଣଙ୍କ ହୃଦୟକୁ ସୁସ୍ଥ ରଖିବା ପାଇଁ ଜାଣନ୍ତୁ ସର୍ବୋତ୍ତମ ବ୍ୟାୟାମ।

୧. ଚାଲିବା:

ସବୁଠାରୁ ସହଜ ବ୍ୟାୟାମ ହେଉଛି ଚାଲିବା କିନ୍ତୁ ଏଥି ପାଇଁ ଆପଣଙ୍କୁ ଉଚିତ୍ ସମୟ ମଧ୍ୟ ଜାଣିବାକୁ ପଡ଼ିବ। ହୃଦୟକୁ ମଜବୁତ କରିବାର ଏହା ଏକ ଉତ୍ତମ ଉପାୟ। ଦ୍ରୁତ ଗତିରେ ଚାଲିବା ଆପଣଙ୍କ ହୃଦସ୍ପନ୍ଦନକୁ ବଢ଼ାଇବ ଓ ଆପଣଙ୍କୁ ସୁସ୍ଥ ରଖିବ। ଚାଲିବାର ଭଲ ସମୟ ହେଉଛି ସକାଳ ଓ ସନ୍ଧ୍ୟା। କାରଣ ଏହି ସମୟରେ ପରିବେଶ ବାତାବରଣ ଠିକ୍ ଥାଏ। ଆପଣ ଖାଲି ପଦରେ ଯଦି ଘାସରେ ଚାଲୁଛନ୍ତି ଏହା ଆପଣଙ୍କ ପାଇଁ ଭଲ ହୋଇଥାଏ। କାରଣ ଏହା ପାଦର ରକ୍ତ ସଞ୍ଚାଳନ କରିବା ସହିତ ହାର୍ଟ ମଧ୍ୟ ଠିକ୍ ରଖେ।

୨. ଓଜନ ପ୍ରଶିକ୍ଷଣ:

ଆପଣ ୱେଟ ଟ୍ରେନିଂ ମଧ୍ୟ କରି ପାରିବେ ହାର୍ଟ ପାଇଁ କିନ୍ତୁ ଏହା ସମସ୍ତଙ୍କ ପାଇଁ ଉଚିତ୍ ନୁହେଁ। ଏହା ଆପଣଙ୍କ ମସଲ ତିଆରି କରିବା ସହିତ ହାର୍ଟ ଚର୍ବି ନଷ୍ଟ କରେ ଯାହାକି ଆପଣଙ୍କ ହାର୍ଟ ପାଇଁ ଖୁବ୍ ଭଲ। ପୁସ୍ ଅପ୍, ସ୍କ୍ଵାଟ, ପୂଲ୍ ଅପ୍ ଆପଣ କରିପାରିବେ। ଓଜନ ପ୍ରଶିକ୍ଷଣ ଆପଣଙ୍କୁ ମାଂସପେଶୀ ଗଠନ ଏବଂ ଚର୍ବି ଜାଳିବାରେ ସାହାଯ୍ୟ କରିବ।
ଏହା ହାଡ ଏବଂ ହୃଦୟ ସ୍ୱାସ୍ଥ୍ୟରେ ସହାୟକ ହୋଇଥାଏ।

୩. ପହଁରିବା:

କେବଳ ଗ୍ରୀଷ୍ମ ଋତୁରେ ପହଁରିବା ନୁହେଁ ସବୁଦିନେ ପହଁରିବା ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି ହିତକର ହୋଇଥାଏ।ୱାଟର ଏରୋବିକ୍ସ କ୍ଲାସ୍ କିମ୍ବା ସୁଇମିଂ ଲାପ୍ ନେବା ଏକ ସମ୍ପୂର୍ଣ୍ଣ ଶରୀରର ବ୍ୟାୟାମ ହୋଇପାରେ ଯାହା କେବଳ ଆପଣଙ୍କ ଶରୀରକୁ ନୁହେଁ, ଆପଣଙ୍କ ହୃଦୟକୁ ମଧ୍ୟ ଦୃଢ଼ ରଖେ। ଅନ୍ୟ ପ୍ରକାରର ବ୍ୟାୟାମ ପରି, ଆପଣଙ୍କ ଅପିଁ ପହଁରିବା ସହଜ ଏବଂ ଆପଣଙ୍କୁ ବହୁତ ଯନ୍ତ୍ରଣା ବିନା ଶରୀରକୁ ଚଳାଇବାକୁ ଅନୁମତି ଦେଇଥାଏ।

୪. ଯୋଗ:
ଯୋଗ ଆପଣଙ୍କ ହୃଦୟ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। ଯୋଗ କରିବା ଦ୍ୱାରା ଆପଣଙ୍କ ମାଂସପେଶୀକୁ ଏହା ମଜବୁତ କରେ। କେତେକ ପ୍ରକାରର ଯୋଗ ପ୍ରକୃତରେ ଆପଣଙ୍କ ହୃଦସ୍ପନ୍ଦନକୁ ଠିକ୍ ଭାବେ ରଖିବାରେ ସାହାଯ୍ୟ କରେ। ଏହା ଆପଣଙ୍କ ରକ୍ତଚାପକୁ ମଧ୍ୟ ଠିକ୍ ରଖେ।

୫. ସାଇକେଲ ଚଲାଇବା:

ଆପଣ ସାଇକେଲ ଚଲାଇ ମଧ୍ୟ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ନିଜ ହାର୍ଟକୁ ଠିକ୍ ରଖି ପାରିବେ।ହୃଦ୍‌ରୋଗର ଆଶଙ୍କା କମାଇବାରେ ସାଇକେଲ ଚଲାଇବା ସାହାଯ୍ୟ କରେ। ଏହା ଆପଣଙ୍କ ଗୋଡରେ ଆପଣଙ୍କର ବଡ଼ ମାଂସପେଶୀ ବ୍ୟବହାର କରେ, ଯାହା ଆପଣଙ୍କ ହୃଦସ୍ପନ୍ଦନକୁ ବଢ଼ାଇବାରେ ସାହାଯ୍ୟ କରେ। ସାଇକେଲ ଚଲାଇବା ଦ୍ୱାରା ଆପଣଙ୍କ ମାନସିକ ସ୍ବାସ୍ଥ୍ୟରେ ଉନ୍ନତି ଆସେ। ଏହା ମଧ୍ୟ ଆପଣଙ୍କ ହାର୍ଟକୁ ଠିକ୍ ରଖିବ। ତେବେ ଆପଣ ସପ୍ତାହରେ ୪ ଥର ଯୋଗ କରିବା ଉଚିତ୍। ଏହା ସହିତ ଅଧିକ ଚାଲିବାକୁ ଚେଷ୍ଟା କରନ୍ତୁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଯୋଗ କରିବା ସହ ଆପଣ ଠିକ୍ ଖାଦ୍ୟ ଖାଇବା ଦରକାର୍। ଯାହାକି ଆପଣଙ୍କ ସ୍ବାସ୍ଥ୍ୟକୁ ଠିକ୍ ରଖିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.