ଶୋଇବା ପୂର୍ବରୁ ପିଲାଙ୍କୁ କ୍ଷୀର ପିଇବାକୁ ଦେଉଛନ୍ତି କି, ହୋଇପାରେ ଏହି ଅସୁବିଧା

କ୍ଷୀର ପିଇବାର ଫାଇଦା ତ ସଭିଁଙ୍କୁ ଜଣାଅଛି। ଶରୀରକୁ କ୍ୟାଲସିୟମ୍‌ ଓ ଭିଟାମିନ୍‌ ଡି ଯୋଗାଇବାର ପ୍ରମୁଖ ମାଧ୍ୟମ ହେଉଛି କ୍ଷୀର। ଶିଶୁଙ୍କ ପାଇଁ କ୍ଷୀର ଅମୃତ ସମାନ ହୋଇଥାଏ। ଏଣୁ ପିଲାଟିଏ ଜନ୍ମ ହେବା ପରେ ତାକୁ ମା’କ୍ଷୀର ଦେବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ତେବେ ପିଲାଙ୍କ ଲାଗି କ୍ଷୀର ଯେତିକି ଲାଭଦାୟକ ହୋଇଥାଏ ସେତିକି କ୍ଷତି ମଧ୍ୟ କରେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ରାତିରେ ପିଲାଙ୍କୁ କ୍ଷୀର ପିଆଇବା ସେମାନଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଜାଣନ୍ତୁ କିପରି…

ରାତିରେ କ୍ଷୀର ପିଇବା ପରେ ପିଲା କିମ୍ବା ବୟସ୍କ ଲୋକ ଦାନ୍ତ ଘଷିନଥାନ୍ତି। ଫଳରେ ଜୀବାଣୁମାନେ ଦାନ୍ତ କଡ଼ରେ ଲାଗିରହିଥାନ୍ତି। ଏହାଦ୍ୱାରା ପୋକ କାଟିବା ସମ୍ଭାବନା ରହିଥାଏ। ଡାକ୍ତରଙ୍କ କହିବାନୁସାରେ ରାତିରେ କ୍ଷୀର ପିଉଥିବା ୬୦ ପ୍ରତିଶତ ପିଲାଙ୍କ ଠାରେ ଦନ୍ତ ସମସ୍ୟା ଦେଖାଦିଏ।

ଶିଶୁ ବିଶେଷଜ୍ଞଙ୍କ କହିବା ଅନୁସାରେ ରାତିରେ ଶୋଇବା ପୂର୍ବରୁ ପିଲାଙ୍କୁ ନିଶ୍ଚୟ ବ୍ରଶ୍‌ କରାନ୍ତୁ। ସକାଳ ଅପେକ୍ଷା ରାତିରେ ପିଲାଙ୍କୁ ବ୍ରଶ୍‌ କରାଇବା ଅଧିକ ଜରୁରୀ। କାରଣ ଶୋଇବା ବେଳେ ପାଟିରେ କମ୍‌ ଲାଳ ଉତ୍ପନ୍ନ ହୋଇଥାଏ। ଏହା ପାଟିରେ ଜୀବାଣୁଙ୍କ ସୃଷ୍ଟି କରିବା ସମ୍ଭାବନାକୁ ବଢ଼ାଏ।

ଏହାସହ ପଢନ୍ତୁ: ଅଧିକ ସମୟ ମେକ୍‌ଅପ୍‌ ରଖିବାକୁ ଚାହୁଁଥିଲେ ଟ୍ରାଏ କରନ୍ତୁ ଏହି ଟିପ୍ସ୍‌

ଦାନ୍ତକୁ ସୁସ୍ଥ ଓ ମଜଭୁତ ରଖିବା ପାଇଁ ଏହାକୁ ସଫା ରଖିବା ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ପିଲାଙ୍କୁ ଛୋଟବେଳୁ ଏହି ଅଭ୍ୟାସ କରାଇବା ଉତ୍ତମ। ଖାଇବା ପରେ ବ୍ରଶ୍‌ କରିବା ଦ୍ୱାରା ପାଟି ପରିଷ୍କାର ରହିବା ସହ ଦୁର୍ଗନ୍ଧ ମଧ୍ୟ ହୁଏ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.