ସାବଧାନ ହୋଇଯାନ୍ତୁ ! ପିଜ୍ଜା ଖାଇଲେ ୭.୮ ମିନିଟ କମିଯାଏ ବୟସ

ପ୍ରାୟ ସମସ୍ତେ ଚାହାନ୍ତିକି ସେମାନଙ୍କ ବୟସ କେମିତି ବଢିଯାଆନ୍ତାକି । ସେମାନେ ଦିନକୁ ଦିନ ଆହୁରି ଯବାନ ଦେଖାଯାଆନ୍ତେକି । ବିଶ୍ୱ ଲାଇଫ ଏକ୍ସପେସଟନ୍ସି ତରଫରୁ ଜାରି ହୋଇଥିବା ଏକ ରିପୋର୍ଟ ମୁତାବକ ଭାରତରେ ପୁରୁଷଙ୍କ ହାରାହାରି ବୟସ ୬୯.୫ ବର୍ଷ ହୋଇଥିବା ବେଳେ ମହିଳାଙ୍କ ହାରାହାରି ବୟସ ୭୨.୨ ବର୍ଷ ହୋଇଥାଏ । ହୃଦରୋଗ ଜନିତ ସମସ୍ୟା, ଫୁସଫୁସ ଜନିତ ସମସ୍ୟା, ମଧୁମେହ ସମେତ ପାଖାପାଖି ୫୦ ଟି ଏମିତି ରୋଗ ଅଛି ଯେଉଁ ଗୁଡିକ ଅଳ୍ପ ବୟସରେ ମୃତ୍ୟୁର କାରଣ ପାଲଟିଥାଏ । ବିଜ୍ଞାନ ଅନୁଯାୟୀ ଯଦି ଜଣେ ପୁଷ୍ଟିକର ଖାଦ୍ୟ ଖାଆନ୍ତି ତେବେ ତାଙ୍କ ବୟସ ବଢିଯାଏ । ଆଉ ଯଦି କେହି ଅସୁସ୍ଥକର ଖାଦ୍ୟ ସେବନ କରନ୍ତି ତେବେ ତାଙ୍କ ବୟସ କମି ଯାଇପାରେ ।

ଦ ଟେଲିଗ୍ରାଫ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁସାରେ, ମିଚିଗାନ ବିଶ୍ୱବିଦ୍ୟାଳୟର ଏକ ଏକ୍ସପର୍ଟ ଟିମ କେତେ ଗୁଡିଏ ଖାଦ୍ୟ ଓ ସେଗୁଡିକର ସ୍ୱାସ୍ଥ୍ୟ ଉପରେ ପ୍ରଭାବକୁ ନେଇ ଏକ ଗବେଷଣା କରିଥିଲେ । ଗବେଷକ ମାନେ ଜାଣିପାରିଥିଲେକି କିଛି ଏମିତି ଖାଦ୍ୟ ରହିଛି ଯାହାକୁ ଖାଇବା ଦ୍ୱାରା ଆମ ବୟସ କିଛି ମିନିଟ ପାଇଁ ବଢିଯାଏ । ଉଦାହରଣ ସ୍ୱରୂପ ଯଦି ଜଣେ କିଛି ନଟ୍ସ ଖାଏ ତେବେ ତାହାର ଆୟୁକାଳ ୨୬ ମିନିଟ ବଢିଯାଏ । କିନ୍ତୁ ଯଦି ଜଣେ ହଟ ଡଗ ଖାଆନ୍ତି ତେବେ ତାଙ୍କ ଅୟୁକାଳ ୩୬ ମିନିଟ ପର୍ଯ୍ୟନ୍ତ କମିଯାଏ । କିନ୍ତୁ ପିନଟ ବଟର, ଜାମ ସ୍ୟାଣ୍ଡବୀଚ କୌଣସି ବୟସକୁ ଅଧା ଘଣ୍ଟା ବଢ଼ାଇ ଦେଇପାରେ ।

ନେଚର ଫୁଡ ଜର୍ନାଲରେ ପବ୍ଲିସ ହୋଇଥିବା ଷ୍ଟଡି ଅନୁଯାୟୀ ଯଦି ଜଣେ ବ୍ୟକ୍ତି ପ୍ରତିଦିନ ପ୍ରୋସେସଡ଼ ମିଟ ଖାଇଲେ ଜୀବନରେ ୪୮ ମିନିଟ ଯୋଡି ହୋଇଯାଏ ।

ମଣିଷର ଜୀବନକୁ କମ କରିବା ଖାଦ୍ୟ ଗୁଡିକ ମଧ୍ୟରେ ରହିଛି:

ହଟ ଡଗ: ଜୀବନର ୩୬ ମିନିଟ କମ କରିଥାଏ

ପ୍ରୋସେସଡ଼ ମିଟ: ଜୀବନର ୨୬ ମିନିଟ କମ କରେ

ଚିଜ ବର୍ଗର: ଜୀବନର ୮.୮ ମିନିଟ କମ ହୋଇଯାଏ

ସଫଟ ଡ୍ରିଙ୍କ: ଆୟୁ କାଳର ୧୨ .୪ ମିନିଟ କମ କରେ

ପିଜା: ବୟସର ୭.୮ ମିନିଟ କମ କରେ

ଯେପରି କିଛି ଖାଦ୍ୟର ସେବନ ଫଳରେ ଆମ ବୟସ କମ ହୋଇଥାଏ । ଠିକ ସେମିତି କିଛି ଖାଦ୍ୟ ଖାଇବା ଫଳରେ ଆମ ବୟସ ବଢିଥାଏ ।

ପିନଟ ବଟର ଖାଇବା ଫଳରେ ଆମ ବୟସ ୩୩.୧ ମିନିଟ ପର୍ଯ୍ୟନ୍ତ ବଢିଯାଏ

ପୋଡା ସେଳମନ ମାଛ: ଆୟୁ କାଳ ୧୩.୫ ମିନିଟ ବଢିଯାଏ

କଦଳୀ; କଦଳୀ ଖାଇବା ଫଳରେ ବୟସ ୧୩ .୫ ମିନିଟ ପର୍ଯ୍ୟନ୍ତ ବଢ଼ିଯାଇପାରେ

ଟମାଟୋ: ଟମାଟୋ ମଣିଷ ବୟସକୁ ୩.୮ ମିନିଟ ପର୍ଯ୍ୟନ୍ତ ବଢ଼ାଇଥାଏ

ଆବୋକାଡୋ ମଣିଷର ବୟସକୁ ୧.୫ ମିନିଟ ପର୍ଯ୍ୟନ୍ତ ବଢ଼ାଇଥାଏ

ଏହି ସବୁ ଖାଦ୍ୟରେ ପ୍ରୋଟିନ ଥିବା କାରଣରୁ ଏହା ମଣିଷର ଆୟୁ କାଳକୁ ବଢ଼ାଇଦିଏ । ତେଣୁ ନିଜ ବୟସକୁ ବୃଦ୍ଧି କରିବା ସହିତ ସୁସ୍ଥ ରହିବା ପାଇଁ ଆମ ଖାଦ୍ୟ ତାଲିକାରେ କିଛିଟା ପରିବର୍ତ୍ତନ ଆଣିବା ଆବଶ୍ୟକ ।

Leave A Reply

Your email address will not be published.