କଳା ଖସାର ଏହି ଉପାୟ ଦୁର କରିପାରେ ଗୃହ କଷ୍ଟ ଓ ଆର୍ଥିକ ଅସୁବିଧା,ଜାଣନ୍ତୁ କ’ଣ କରିବେ

ହିନ୍ଦୁ ଧାର୍ମିକ ମାନ୍ୟତା ଅନୁସାରେ କଳା ତିଳର ପ୍ରୟୋଗ ପୂଜା ପାଠରେ ବିଶେଷ ମହତ୍ୱ ରଖିଥାଏ । ବିଶେଷକରି ଭଗବାନ ଶିବଙ୍କ ପୂଜାରେ କଳା ତିଳ ଅର୍ପଣ କରିବା ଦ୍ୱାରା ଭୋଳାନାଥ ପ୍ରସନ୍ନ ହୋଇଥାନ୍ତି । ଜ୍ୟୋତିଷ ଶାସ୍ତ୍ରରେ କଳା ତିଳର କିଛି ଉପାୟ ଦିଆଯାଇଛି । ଯାହା ଜୀବନର ନକରାତ୍ମକ ଶକ୍ତି ଓ ଗ୍ରହର ଅଶୁଭ ପ୍ରଭାବକୁ ଦୂର କରି ସବୁ କଷ୍ଟରୁ ମୁକ୍ତି ଦେଇଥାଏ । ଆସନ୍ତୁ ଜାଣିବା କଳା ତିଳର କିଛି ପ୍ରଭାବୀ ଉପାୟ ।

ଆର୍ଥିକ କଷ୍ଟରୁ ମୁକ୍ତି ପାଇବା ପାଇଁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତିଦିନ ଗୋଟିଏ ଲୋଟା ବା କୁମ୍ଭରେ ଶୁଦ୍ଧ ଜଳ ଭରିକରି ଏଥିରେ କଳା ଖସା ବା ତିଳ ପକାନ୍ତୁ । ଏବେ ଏହି ଜଳକୁ ଶିବ ଲିଙ୍ଗ ଉପରେ ‘ଓଁ ନମଃ ଶିବାୟ’ ମନ୍ତ୍ରରେ ଉଚ୍ଚାରଣ କରି ଅର୍ପଣ କରନ୍ତୁ । ମାନ୍ୟତା ରହିଛି କି ପ୍ରତିଦିନ ଏହି ଉପାୟ କରିବା ଦ୍ୱାରା ଜୀବନରେ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ । ଏଥିସହ କ୍ୟାରିଅରେ ଆସୁଥିବା ବାଧା ଦୂର ହୋଇଥାଏ ।

କାର୍ଯ୍ୟରେ ସଫଳତା ପାଇଁ

ଯଦି ଆପଣଙ୍କ କାମରେ କୌଣସି ବାଧା ଆସୁଛି ଓ ସଫଳତା ସହଜରେ ମିଳୁନି । ତେବେ ଜ୍ୟୋତିଷ ଅନୁସାରେ ଜରୁରୀ କାମରେ ବାହାରକୁ ଯିବା ବେଳେ ମୁଠାଏ ତିଳ ବା ଖସା ସଂଗରେ ନେଇ କରି ଯାଆନ୍ତୁ ଓ ରାସ୍ତାରେ କେଉଁଠି ବହିଯାଉଥିବା ଜଳରେ ଭସାଇ ଦିଅନ୍ତୁ ।

ଶନି ଦୋଷ ଓ ଘର କଷ୍ଟରୁ ମୁକ୍ତି ପାଇଁ

ଶନିଦେବଙ୍କ କୃପାରୁ ଜୀବନରେ ସବୁ କାର୍ଯ୍ୟ ସଫଳ ହୋଇଥାଏ । ହେଲେ ତାଙ୍କର ବକ୍ର ଦୃଷ୍ଟି ହେଲେ ବ୍ୟକ୍ତିକୁ ସବୁ ପ୍ରକାର ଅସୁବିଧା ଘେରି ଯାଇଥାଏ । ଏଥିପାଇଁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଦେବଙ୍କ କୃପା ପାଇବା ପାଇଁ ପ୍ରତି ଶନିବାର ଦୁଧରେ କଳା ତିଳ ମିଶାଇ ଅଶ୍ୱସ୍ଥ ଗଛର ମୂଳରେ ଅର୍ପଣ କରନ୍ତୁ । ମାନ୍ୟତା ରହିଛି ଏହି ଉପାୟ ଦ୍ୱାରା ଘରେ ସୁଖ ସମୃଦ୍ଧି ଆସଥାଏ । ଘରେ ସମ୍ପର୍କ ମଧୁର ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.