ଭୁଲରେ ବି ଖାଆନ୍ତୁ ନାହିଁ ଏହି ପରିବାକୁ କଞ୍ଚା, ସ୍ୱାସ୍ଥ୍ୟ ପାଇଁ ହୋଇପାରେ ବଡ଼ କ୍ଷତି

ଚିକିତ୍ସାବିତଙ୍କ ମତରେ ସବୁଜ ପନି ପରିବା ସ୍ୱାସ୍ଥ୍ୟ ପାଇଁ ବହୁତ ହିତକାରୀ ହୋଇଥାଏ । ଏମିତି କିଛି ପରିବା ଅଛି ଯାହାକୁ ଆମେ କଞ୍ଚା ଖାଇଥାଉ । ବିଶେଷକରି ସାଲାଡ ଭାବେ ଆମେ କିଛି କଞ୍ଚା ପରିବା ଖାଇଥାଉ । ହେଲେ ଏମିତି କିଛି ପରିବା ଯାହାକୁ ଆମେ ଭୁଲରେ ବି କଞ୍ଚା ଖାଇବା କଥା ନୁହେଁ । ଏହାକୁ ରୋଷେଇ କରି ଖାଇବା ଉଚିତ୍‌ ହୋଇଥାଏ । କାରଣ ଏହି ପରିବାକୁ କଞ୍ଚା ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ତେଣୁ ଏହି ପରିବାକୁ ସର୍ବଦା ରୋଷେଇ କରି ବା ସିଝାଇ କରି ହିଁ ଖାଇବା କଥା । ଆସନ୍ତୁ କେଉଁ ପରିବାକୁ କଞ୍ଚା କେବେ ବି ଖାଇବା କଥା ନୁହେଁ ।

ଭୁଲରେ ବି ଖାଆନ୍ତୁ ନାହିଁ ଏହି ପରିବାକୁ କଞ୍ଚା :

୧. ମସରୁମ ବା ଛତୁ : ମସରୁମକୁ ଭୁଲରେ ବି କଞ୍ଚା ଖାଇବା ଉଚିତ୍‌ ନୁହେଁ । କାରଣ କଞ୍ଚା ମସରୁମ ଖାଇବା ଦ୍ୱାରା ପେଟରେ ସଂକ୍ରମଣ ହୋଇଥାଏ । ତେଣୁ ମସରୁମକୁ ସର୍ବଦା ରୋଷେଇ କରି ଖାଇବା କଥା ।

୨. ବାଇଗଣ : ଭୁଲରେ ବି ବାଇଗଣକୁ କଞ୍ଚା ଖାଇବା କଥା ନୁହେଁ । ବାଇଗଣକୁ କଞ୍ଚା ଖାଇବା ଦ୍ୱାରା ଶରୀରରେ ଅନେକ କ୍ଷତି ହୋଇପାରେ । ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ, ବାନ୍ତି ହୋଇପାରେ । ତେଣୁ ବାଇଗଣକୁ ସର୍ବଦା ରୋଷେଇ କରି ଖାଆନ୍ତୁ ।

୩. ଆଳୁ : ଆଳୁକୁ ଭୁଲରେ ବି କଞ୍ଚା ଖାଆନ୍ତୁ ନାହିଁ । କଞ୍ଚା ଆଳୁରେ ସୋଲେନାଇନ ନାମକ ଏକ ଟକ୍ସିକ ରହିଥାଏ,ଯାହାଦ୍ୱାରା ପାଚନ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ । ତେଣୁ ଆଳୁକୁ ସର୍ବଦା ରାନ୍ଧିକରି ଖାଆନ୍ତୁ ।

୪. ପାଳଙ୍ଗ : କଞ୍ଚା ପାଳଙ୍ଗ ସେବନ କରିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ । କାରଣ ପାଳଙ୍ଗରେ ସବୁଠୁ ଅଧିକ ବ୍ୟାକ୍ଟେରିଆ ରହିଥାଏ । ତେଣୁ ପାଳଙ୍ଗକୁ ସର୍ବଦା ସିଝାଇ ଖାଇବା ଉଚିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.