ଧଳା ଦାଢ଼ିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି ? ବାସ୍ କରିବାକୁ ହେବ ଏହି ଗୋଟିଏ କାମ

ଆଜିକାଲିକା ବ୍ୟସ୍ତବହୁଳ ଜୀବନ ଭିତରେ ବ୍ୟକ୍ତି ଏତେ ବ୍ଯସ୍ତ ରହୁଛି ଯେ, ନିଜର ଯତ୍ନ ନେବାକୁ ବି ସେ ସମୟ ପାଉନି। ମାତ୍ର ସେମାନେ ଭୁଲିଯାଉଛନ୍ତି ଯେ, ଏହିଭଳି ଜୀବନଶୈଳୀ ତଥା ଖାଇବା ପିଇବା ଅନିୟମିତତା ଯୋଗୁଁ ବୟସ କମ୍ ହୋଇଥିଲେ ବି ବୁଢ଼ା ଭଳି ଦେଖାଯାଆନ୍ତି।

ସାଧାରଣତଃ ଯୁବଗୋଷ୍ଠୀ ଏଭଳି କଥାକୁ ଧ୍ୟାନ ଦେବା ନିହାତି ଜରୁରୀ। ଫ୍ୟାସନେବୁଲ ଟ୍ରେଣ୍ଡରେ ନିଜକୁ ଟିକେ ଷ୍ଟାଇଲିଷ୍ଟ କରିବା ପାଇଁ କିଏ ହେୟାରଷ୍ଟାଇଲ୍ ଉପରେ ଧ୍ୟାନ ଦେଉଛି ତ କିଏ ଡ୍ରେସ୍ ଉପରେ। ମାତ୍ର ଏସବୁ ଭିତରେ ଆଉ କିଛି ପିଲା ଅଛନ୍ତି, ଯେଉଁମାନେ କେବଳ ଦାଢ଼ି ଉପରେ ହିଁ ଗୁରୁତ୍ବ ଦେଇଥାନ୍ତି। କାରଣ ବୟସ ତୁଳନା ସେମାନେ ୟଙ୍ଗ୍ ଥିଲେ ବି ଚେହେରାରୁ ବାରି ହୋଇପଡ଼େ ସେମାନଙ୍କ ବୟସ। ତେବେ ପୁରୁଷମାନଙ୍କ କେଶ ଓ ଦାଢ଼ି କହିଦେଇଥାଏ ସେମାନେ ବୟସ।

PUDINA TEA

ତେବେ ଆପଣ ବି ଧଳା ଦାଢ଼ିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି, ତେବେ ପ୍ରତିଦିନ ପୁଦିନା ଚା ପିଅନ୍ତୁ। ଏହାକୁ ସେବନ କେବଳ ଦାଢ଼ିକୁ କଳା ରଖିବା ସହି ଚେହେରାର ସୁନ୍ଦରତା ବଢ଼ାଇଥାଏ। ଏହା ବ୍ୟତୀତ ଅଁଳା ରସ ସେବନ କଳେ ଏହି ସମସ୍ୟା ଦୂର ହୋଇଯିବ। ଏହା ବ୍ୟତୀତ ଫିଟିକିରି ଏବଂ ଗୋଲାପ ଜଳ ଦ୍ବାରା ମଧ୍ୟ ଧଳା ଦାଢ଼ିରୁ ମୁକ୍ତି ପାଇ ପାରିବେ। ଫିଟିକିରି ଓ ଗୋଲାପ ଜଳକୁ ନେଇ ଏକ ପେଷ୍ଟ ତିଆରି କରି ଦାଢ଼ିରେ ଲଗାନ୍ତୁ ଏହା ଦ୍ବାରା ଦାଢ଼ି କଳା ହୋଇ ବେଶି ଦିନ ପର୍ଯ୍ୟନ୍ତ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.